IBN ଓଡ଼ିଶା ବ୍ୟୁରୋ

ପେନ୍‌ସନ ସ୍କିମ୍; UPS, NPS ଏବଂ OPS ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁମାନଙ୍କୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ; ୟୁପିଏସକୁ କେନ୍ଦ୍ର କ୍ୟାବିନେଟ୍ ମୋହର । ୨୫ ବର୍ଷ ଚାକିରି କଲେ ୫୦% ଭତ୍ତା । UPS, NPS ଏବଂ OPS ମଧ୍ୟରେ ପାର୍ଥକ୍ୟ କ’ଣ ? ପୁରୁଣା ପେନସନ ସ୍କିମ୍ ଠାରୁ UPS କେତେ ଭିନ୍ନ ? କେଉଁମାନଙ୍କୁ ମିଳିବ ଏହାର ଫାଇଦା ? ଆଗକୁ ୩ ରାଜ୍ୟରେ ନିର୍ବାଚନ ରହିଛି । ଜାମ୍ମୁ-କାଶ୍ମୀର, ହରିୟାଣା ଏବଂ ଝାଡ଼ଖଣ୍ଡରେ ବିଧାନସଭା ପାଇଁ ପଡ଼ିବ ଭୋଟ୍ ।

ଆଉ ଏତିକି ବେଳେ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି କେନ୍ଦ୍ର ସରକାର । ଗୋଟିଏ ଝଟକାରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଦାବିକୁ ଚୁଟକିରେ ସମାଧାନ କରିଦେଇଛନ୍ତି । ପୁରୁଣା ପେନସନ ଯୋଜନା ସ୍ଥାନରେ ୟୁନିଫାଏଡ୍ ପେନସନ ସ୍କିମକୁ ସାମ୍ନାକୁ ଆଣିଛନ୍ତି । ଅବସର ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ଏକ ନିଶ୍ଚିତ ଭତ୍ତା । ୨୦୨୫ ଏପ୍ରିଲ୍ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ୟୁନିଫାଏଡ୍ ପେନସନ ସ୍କିମ୍ କ’ଣ ? ୟୁପିଏସ ହେଉଛି, ସରକାରୀ କର୍ମଚାରୀଙ୍କ ପାଇଁ ଅବସରକାଳୀନ ନୂଆ ଭତ୍ତା ଯୋଜନା । ଏଥିରେ କର୍ମଚାରୀଙ୍କ ପାଇଁ ଏକ ନିଶ୍ଚିତ ପେନସନର ବ୍ୟବସ୍ଥା କରାଯିବ । ଏହି ୟୁନିଫାଏଡ୍ ପେନସନ ସ୍କିମ୍ ପୁରୁଣା ଠାରୁ ଅପେକ୍ଷାକୃତ ଭିନ୍ନ । ଚାକିରିରୁ ଅବସର ପରେ ସରକାରୀ କର୍ମଚାରୀଙ୍କୁ ଏକ ନିଶ୍ଚିତ ଭତ୍ତା ମିଳିବ । ହେଲେ ଏହା ସମସ୍ତ ପାଇଁ ଫାଇଦା ସାବ୍ୟସ୍ତ ହେବ ନାହିଁ । ସର୍ବନିମ୍ନ ୨୫ ବର୍ଷ ଧରି ଚାକିରିରେ ରହିଥିଲେ ସେବିକ୍ ପେ’ ର ୫୦ ପ୍ରତିଶତ ପେନସନ ଆକାରରେ ମିଳିବ । ସେହିପରି କୌଣସି କର୍ମଚାରୀ ୧୦ ବର୍ଷ କାର୍ଯ୍ୟ କରି ସେବା ନିବୃତ୍ତ ହୋଇଥିଲେ ସେମାନଙ୍କୁ ମାସକୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ଆକାରରେ ମିଳିବ ।

ସରକାରୀ କର୍ମଚାରୀଙ୍କ ପାଇଁ ଉପଲ୍ଲବ୍ଧ ରହିବ ନିଶ୍ଚିତ ପାରିବାରିକ ପେନସନ ସୁବିଧା । ଚାକିରି ସମୟରେ ମୃତ୍ୟୁ ହେଲେ, ତୁରନ୍ତ ଏଥିର ଅନ୍ତର୍ଭୁକ୍ତ ହେବେ ପରିବାର । ଆଉ ମୂଳ ବେତନର ୬୦ ପ୍ରତିଶତ କର୍ମକାରୀଙ୍କ ପରିବାରକୁ ମିଳିବ । କେନ୍ଦ୍ର ସରକାରଙ୍କ ୟୁପିଏସରେ ଇଂଫ୍ଲେସନ ଇଣ୍ଡିକେସନ ବେନିଫିଟ୍ ମିଳିବ । ୩ ପ୍ରକାର ଭତ୍ତା ବ୍ୟବସ୍ଥାରେ ମୁଦ୍ରାସ୍ଫୀତି ସୂଚକାଙ୍କ ହିସାବରେ ଡିଆର୍ ଲାଭ ମିଳିବ । ଯାହା ଅଲ୍ ଇଣ୍ଡିଆ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ଫର୍ ଇଣ୍ଡଷ୍ଟ୍ରିଆଲ୍ ଓ୍ବାର୍କ୍ସ ଉପରେ ଆଧାରିତ ରହିବ । ଏହାଛଡ଼ା ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଟି ବ୍ୟବସ୍ଥା ରହିଛି । ଚାକିରର ଶେଷ ୬ମାସ ବେତନ ଏବଂ ଭତ୍ତା ଗ୍ରାଚ୍ୟୁଟି ଆକାରରେ ମିଳିବ । ୟୁନିଫାଏଡ୍ ପେନସନ ସ୍କିମରେ ପ୍ରାୟ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ୟୁପିଏସରେ କର୍ମଚାରୀଙ୍କ କେତେ ଯୋଗଦାନ ରହିବ ? ପୁରୁଣା ସ୍କିମ୍ ଠାରୁ ଏହା ଅଧିକ ନା କମ୍ ? ନୂଆ ପେନସନ ଯୋଜନାରେ କର୍ମଚାରୀଙ୍କ ବେତନର ୧୦ ପ୍ରତିଶତ ଅଂଶ ୟୁପିଏସକୁ ଯିବ । ପୁରୁଣା ସ୍କିମରେ ସରକାରଙ୍କ ଯୋଗଦାନ ପ୍ରାୟ ୧୪ ପ୍ରତିଶତ ରହିଥିଲା । ହେଲେ ୟୁପିଏସରେ ଏହାକୁ ବୃଦ୍ଧି କରାଯାଇଛି ସାଢେ ୧୮ ପ୍ରତିଶତ କରାଯାଇଛି । ଏହି ସବୁ ଅର୍ଥ ୟୁନିଫାଏଡ୍ ପେନସନ ସ୍କିମରେ ଯୋଗ ହେବ ….

Related Articles

Leave a Reply

Your email address will not be published. Required fields are marked *

Back to top button