Dସଜନା ଶାଗ ଖାଉଥିବା ଲୋକ ନିଶ୍ଚୟ ଦେଖନ୍ତୁ, ମୂଳରୁ ଭଲ କରେ ଏହି ଭୟଙ୍କର ରୋଗ-
ଆଜି କାଲିର ଲୋକମାନେ ଯଦି ଶରୀର ରେ କିଛି ବି ହୁଏ ତେବେ ସଙ୍ଗେ ସଙ୍ଗେ ଔଷଧ ଖାଇଥାନ୍ତି । ଏହା ଦ୍ୱାରା ରୋଗ ଭଲ ହୋଇଥାଏ ସତ କିନ୍ତୁ ଏହା ଆମ ଶରୀରର ପାଇଁ ଅତ୍ୟଧିକ ଭଲ ନୁହେଁ ଆଗ ସମୟରେ ଲୋକମାନେ ଆୟୁର୍ବେଦିକ ଉପାୟରେ ଗଛ, ଫଳ, ଚେର ଆଦି ରୁ ରୋଗ ଭଲ କରୁଥିଲେ । ଆମ ବାଡ଼ି ବଗିଚାରେ ଏପରି ଅନେକ ଔଷଧୀୟ ଗଛ ଯାହାର ଔଷଧୀୟ ଗୁଣ ବିଷୟରେ ଆମେ ଜାଣି ନଥାଉ । ସେହିପରି ଗୋଟିଏ ଗଛ ହେଉଛି ସଜନା ଗଛ ।
ସଜନା ଗଛ ର ଅନେକ ଔଷଧୀୟ ଗୁଣ ଅଛି । ସଜନା ପତ୍ର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଵର୍ତମାନ ସମୟରେ ଆମେ ସମସ୍ତେ ଜାଣିଚୁ କି କୋରନା ମହାମାରୀ ସବୁ ଆଡେ ବ୍ୟାପିଛି ତେଣୁ ଏହି ସମୟରେ ଆପଣଂକୁ ନିଜ ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଅଛି । ସଜନା ଶାଗରେ କୀୟଟିନ ଥିବା ଦ୍ୱାରା ଏହା ଶରୀରର କଷ କ୍ଷୟ କମ କରେ ।
ସାଧାରଣତଃ ଆମେ ମାନେ ସଜନା ଶାଗକୁ ଭଜା ଭାବରେ ଖାଇଥାଉ । କିନ୍ତୁ ସଜନା ପତ୍ରର ଅନ୍ୟ ବିଭିନ୍ନ ପ୍ରକାରର ବ୍ୟବହାର କରାଯାଇଥାଏ । ସଜନା ପତ୍ର ଖାଇବା ଦ୍ୱାରା ଯେଉଁମାନଙ୍କର ଆଖି ଜନିତ ସମସ୍ୟା ଥାଏ ସାଧାରଣତଃ ଆଜି କାଲି ର ପାଠ ପଢା ପିଲାଙ୍କ ଆଖିରୁ ପାଣି ବାହାରିବା, ଠିକ ଭାବେ ନ ଦେଖାଯିବା ଆଦି ସବୁ ଭଲ ହୋଇଥାଏ । ଏବେ ର ତୈଳ ଜାତୟ ଖାଦ୍ୟ ଖାଇବା, ଚର୍ମ ର ଠିକ ଭାବେ ଯତ୍ନ ନ ନେବା ଦ୍ୱାରା ଯାଦୁ ମଧ୍ୟ ହୋଇଥାଏ ।
ସଜନା ଶାଗର ରସ ଓ ଲୁଣ ଓ ହାଲ୍କା ହଳଦୀ ମିଶାଇ ଯାଦୁ ହୋଇଥିବା ଜାଗାରେ ଲଗାଇବା ଦ୍ୱାରା ଯାଦୁ ଭଲ ହୋଇଥାଏ । ଯଦି ଆପଣଙ୍କର ପରିଶ୍ରା ପୋଡା ହେଉଥାଏ ତେବେ ଆପଣ ସଜନା ଶାଗ ର ରସ ୧ ଚାମଚ, କାକୁଡି ରସ୧ ଚାମଚ ଓ ଗାଜର ରସ ୧ ଚାମଚ ଖାଇବେ ଏହି ଉପାୟ କରିବା ଦ୍ୱାରା ଏହା ଭଲ ହୋଇଥାଏ ।
ସଜନା ଶାଗରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ ରହିଥାଏ ତେଣୁ ଯେଉଁ ନାରୀ ମାନେ ଗର୍ଭବତୀ ଅଟନ୍ତି ସେମାନେ ତ କ୍ୟାଲସିୟମ ଓ ଆଇରନ ଵଟୀକା ଖାଉଥିବେ ଯଦି ସେମାନେ ସଜନା ଶାଗ ପ୍ରତିଦିନ ସେବନ କରିବେ ତେବେ ଏହା ଦ୍ୱରା ତାଙ୍କୁ କ୍ୟାଲସିୟମ ମିଳିଥାଏ ଏବଂ ଆଇରନ ମଧ୍ୟ । ଯେଉଁମାନଙ୍କୁ ରକ୍ତହୀନତା ଥାଏ ସେମାନେ ସଜନା ଶାଗ ଖାଇବା ଦ୍ୱାରା ଭଲ ହୋଇଥାଏ ।
୧ ଚାମଚ ସଜନା ଶାଗର ରସ ଓ ୨ ବୁନ୍ଦା ଲେମ୍ବୁ ରସ ମିଶାଇ ବ୍ରଣ ହୋଇଥିବା ସ୍ଥାନ ରେ ଲଗାଇବା ଦ୍ୱାରା ବ୍ରଣ ଭଲ ହୋଇଯାଇଥାଏ । ଆପଣ ମାନେ ଜାଣନ୍ତି କି ସଜନା ଶାଗରେ କ୍ଷୀର ଠାରୁ ୪ ଗୁଣା ଅଧିକ କ୍ୟାଲସିୟମ ଓ ପ୍ରୋଟିନ ରହିଥାଏ, ଗାଜର ଠାରୁ ୪ ଗୁଣା ଅଧିକ ସଜନା ଶାଗ ରେ ଭିଟାମିନ A ଓ ଫସଫରସ ରହିଥାଏ, କଦଳୀ ଠାରୁ ୫୦ ଗୁଣା ଅଧିକ ସଜନା ଶାଗ ରେ ଭିଟାମିନ B2 ରହିଥାଏ ।
ସଜନା ଶାଗ ରେ ଚିନାବାଦାମ ଠାରୁ ୫୦ ଗୁଣା ଅଧିକ ଭିଟାମିନ B3 ଓ ନିୟସୀନ ରହିଥାଏ । ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ରେ ସଜନା ଶାଗ ବହୁତ ଉପକାରୀ କାରଣ ଏଥିରେ କମଳା ଅପେକ୍ଷା ବା ଅନ୍ୟ କୌଣସି ଭିଟାମିନ C ଜନିତ ଖାଦ୍ୟ ଠାରୁ ଅଧିକ ଭିଟାମିନ C ଭରି ରହିଥାଏ ତେଣୁ ଯଦି ଆପଣ ଏତେ ଟଙ୍କା ସାରି ଏହି ସବୁ ଖାଦ୍ୟ ଖାଉଥାନ୍ତି ତେବେ ତାଠାରୁ ଭଲ ଆପଣ ନିଜ ବାଡିର ସଜନା ଶାଗ ଖାଆନ୍ତୁ ଯାହା ସମ୍ପୂର୍ଣ୍ଣ ମାଗଣା ଓ ଆପଣଙ୍କ ଶରୀର ପାଇଁ ଭଲ ।