ଜୀବନର ୨ ଟି ଅମୂଲ୍ୟ ବାଣୀ ! Overthinking ରୁ କିପରି ବଞ୍ଚିବେ ? ସବୁବେଳେ ଚିନ୍ତିତ ରହୁଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁ….
ସୂଚନା ଅନୁସାରେ ମନ ଏକ ଏପରି ଜିନିଷଟି ଯାହାକୁ ଯଦି ଆମେ ଚାକର କରି ରଖିବୁ ତଥା ମନ ଉପରେ ଆୟତ୍ତ କରି ରଖିପାରିବୁ । ତେବେ ଆମେ ନିଶ୍ଚୟ ଆଗକୁ ବଢି ଭଲ କାର୍ଯ୍ୟ କରି ସଫଳ ବ୍ୟକ୍ତିତ୍ବଟିଏ ହେଇପାରିବୁ । ଯଦି ଆପଣଙ୍କର ମନ ଚାକର ନ ହୋଇ ମନ ମାଲିକ ହୋଇଗଲା । ତେବେ ଆପଣ ଯଦି ସଂପୂର୍ଣ୍ଣ ଭାବରେ ମନର ଅଧୀନରେ ରହିଗଲେ । ତେବେ ଆପଣଙ୍କ ମନ ଆପଣଙ୍କୁ ଯାହା କହିବ । ଆପଣ ତାହାକୁ କରିବାକୁ ବାଧ୍ୟ ହୋଇବେ ।
ଯେଉଁ ମନୁଷ୍ୟ ନିଜ ମନକୁ ନିଜ ଅଧୀନରେ ନରଖୀ ନିଜେ ମନ ଅଧୀନରେ ରହିଜାଇଥାଏ । ସେ ଜୀବନରେ ଯେକୌଣସି କାର୍ଯ୍ୟରେ ସଫଳ ହୋଇବା ପାଇଁ ବହୁତ କଷ୍ଟ ପାଇବା ସହିତ ବିଳମ୍ବ ମଧ୍ୟ ହୋଇଥାଏ । କାରଣ ମନ ବହୁତ ସମୟ ଛୋଟ ଛୋଟ କଥାକୁ ମସ୍ତିସ୍କରେ ବାନ୍ଧିକି ରଖିଦେଇଥାଏ । ଯାହା ଦ୍ଵାରା ମସ୍ତିସ୍କ ଧୀରେ ଧୀରେ ଅଧିକରୁ ଅଧିକ ଚିନ୍ତା କରି ସଂପୂର୍ଣ୍ଣ ଭାବେ ଭାର ପ୍ରାପ୍ତ ହୋଇଯାଇଥାଏ ।
ପ୍ରତ୍ଯେକଟି ମନୁଷ୍ୟ ପ୍ରତିଦିନ ଯେତେସବୁ କାର୍ଯ୍ୟ କରିଥାଏ । ଯଦି ସେହି କଥାକୁ ନେଇ ବହୁତ ଚିନ୍ତା କରେ । ତେବେ ତାହାକୁ ଓଭରଥିଙ୍କିଙ୍ଗ କରିଥାଏ ବୋଲି କୁହାଯାଇଥାଏ । କୌଣସି କଥାକୁ ଦରକାରରୁ ଅଧିକ ଭାବିବା ବହୁତ ବଡ ଖରାପ କଥା ହୋଇଥାଏ । ଯେଉଁ କଥାକୁ ବହୁତ ସମୟ ଭାବିବେ । ସେହି କଥାରେ ହିଁ ଆପଣ ଅଟକି ଯିବେ ତେବେ ଆଗକୁ କିପରି ଭାବେ ବଢିବେ ?
ତେବେ ତ ଆପଣ ଯେଉଁ ଦୁର୍ଲଭ ମନୁଷ୍ୟ ଜୀବନ ପାଇ ଏହି ଧରାପୃଷ୍ଠକୁ ଆସିଛନ୍ତି । ଆପଣ ନିଜ ଜୀବନରେ ଭଲ କାର୍ଯ୍ୟ କରି ସଫଳ ବ୍ୟକ୍ତିତ୍ବଟିଏ ହେବେ । ଏହି ସଂପୂର୍ଣ୍ଣ ଦୁନିଆକୁ ଉପଭୋଗ କରିବେ । ସେହି ଆଶା ଆପଣଙ୍କ ଆଶାରେ ହିଁ ରହିଯିବ । ତେଣୁ ନିଜ ଜୀବନରେ କେବେ ମଧ୍ୟ ଦରକାରରୁ ଅଧିକ କୌଣସି କଥାକୁ ଅଧିକ ଗୁରୁତ୍ଵ ଦିଅନ୍ତୁ ନାହିଁ କିମ୍ବା ସେହି କଥା ବହୁତ ଥର ଭାବି ଓଭରଥିଙ୍କିଙ୍ଗ କରନ୍ତୁ ନାହିଁ ।
ଆପଣ ୨ ଟି ଅମୂଲ୍ୟ କଥା ଦ୍ଵାରା ନିଜ ମନକୁ କାବୁରେ ରଖି ଚିନ୍ତାମୁକ୍ତ ଜୀବନ ବିତେଇପାରିବେ । ପ୍ରଥମେତଃ ରାତିରେ ଶୋଇବା ପୂର୍ବରୁ ନିଜକୁ ନିଜେ କୁହନ୍ତୁ ଆଜି ଭଲ କିମ୍ବା ମନ୍ଦ ଦିନସାରା ଯାହା ମଧ୍ୟ ଘଟିଛି । ତାହା ହେବାର ଥିଲା ହୋଇଗଲା । ସେହି କଥା ସମସ୍ତ କଥାକୁ ମୁଁ ଭୁଲିଯାଇ ଭାରମୁକ୍ତ ହେବା ପାଇଁ ଚାହୁଁଛି । ଏପରି କହି ଶୋଇବା ଦ୍ଵାରା ଆପଣଙ୍କୁ ଶାନ୍ତିର ନିଦ୍ରା ଆସିଯିବ ।
ଦିତୀୟରେ ସକାଳୁ ଉଠି ନିଜକୁ ନିଜେ କୁହନ୍ତୁ ଆଜିର ଦିନ ମୋ ପାଇଁ ଏକ ନୂଆ ସକାଳ ହେଉ । ମୁଁ ନୂଆ କରି ମୋ ଜୀବନକୁ ବଞ୍ଚିବାକୁ ଚାହେଁ । ଏହି ୨ ଟି କଥା ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେବ । ଆପଣ ଅଯଥା କଥା ପାଇଁ ଓଭରଥିଙ୍କିଙ୍ଗ କରି ନିଜ ମସ୍ତିସ୍କକୁ ଭାରପ୍ରାପ୍ତ କରିପାରିବେ ନା