IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠି ଅଧୂଆ ମୁହଁରେ କଣ ଦେଖିଲେ ଶୁଭ ? ସବୁ କାର୍ଯ୍ୟରେ ମିଳିଥାଏ ସଫଳତା

ପ୍ରତ୍ଯେକ ମଣିଷ ତା ଜୀବନରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରିବାକୁ ଚାହିଁଥାଏ । ଏହା ପାଇଁ ସେ ଖୁବ ଅଧିକ ପରିଶ୍ରମ ମଧ୍ୟ କରିଥାଏ । କିନ୍ତୁ ଅନେକ ଥର ଦେଖାଯାଏ କି ମଣିଷ ଅନେକ ଚେଷ୍ଟା କରି ମଧ୍ୟ ଜୀବନରେ ସଫଳତା କୁ ପ୍ରାପ୍ତ କରି ପାରି ନଥାଏ । ଏହା ପାଇଁ ମଣିଷ ତାର ଭାଗ୍ୟ ଉପରେ ଦୋଷାରୋପ କରିଥାଏ । କିନ୍ତୁ ବନ୍ଧୁଗଣ ମଣିଷ ଚାହିଁଲେ ନିଜର ଭାଗ୍ୟ କୁ ସୁଧାରୀ ଅବଶ୍ୟ ପାରିବ ।

 

ପ୍ରତ୍ଯେକ ମନୁଷ୍ୟ ନିଜର କର୍ମ ଦ୍ଵାରା ହିନ ନିଜର ଭାଗ୍ୟ କୁ ବହଳ ବା ଖରାପ କରିଥାଏ । ଏହି ଦୁନିଆ ରେ ଏପରୋଇ କିଛି ନାହିଁ କି ଯାହା ଅସମ୍ଭବ ହୋଇଥିବ । ଯେପରି ମଣିଷ ନିଜର କର୍ମ ଦ୍ଵାରା ନିଜର ଭାଗ୍ୟ କୁ ଖରାପ କରିଛି ସେ ଯଦି ଚାହେଁ ତେବେ ସେ ତାର କର୍ମ ଦ୍ଵାରା ନିଜର ଭାଗ୍ୟକୁ ଭଲ ମଧ୍ୟ କରି ପାରିବ ।

ପ୍ରତିଦିନ ବିଛଣା ତ୍ୟାଗ କରିବା ପୂର୍ବରୁ ଯଦି ଆମେ ମାନେ ଏହି 3 ଟି ଜିନିଷ କୁ କରିବା ତେବେ ଆମ ଜୀବନର ର ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟ ରେ ବଦଳି ଯାଇଥାଏ । ଯେଉଁ ମଣିଷ ପ୍ରତ୍ଯେକ ଦିନ ସକାଳେ ବ୍ରାହ୍ମମୂହୁର୍ତ୍ତ ରେ ଶଯ୍ୟା ତ୍ୟାଗ କରେ, ସେ ତାର ଜୀବନରେ ନିଶ୍ଚୟ ସଫଳତା କୁ ପ୍ରାପ୍ତ କରିଥାଏ । ତେଣୁ ପ୍ରେତ୍ଯେକ ବ୍ୟକ୍ତି କୁ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଦେଢ ଘଣ୍ଟା ବା 2 ଘଣ୍ଟା ପୂର୍ବରୁ ଉଠି ଯିବା ଉଚିତ ।

 

ଏହା ସହ ନିଦ ରୁ ଉଠିଲା ପରେ ପ୍ରତ୍ଯେକ ମଣିଷ କୁ ସର୍ବପ୍ରଥମେ ନିଜର ଦୁଇ ହାତ କୁ ଯୋଡି ହାତ ପାପୁଲିର ଦର୍ଶନ କରିବା ଉଚିତ । ଏହା ପରେ ନିଜର ଦୁଇ ହାତ କୁ ଘଷି ନିଜର ଆଖିରେ ସ୍ପର୍ଶ କରିବା ଉଚିତ । କାରଣ ହାତ ର ପାପୁଲି ରେ ମାତା ଲକ୍ଷ୍ମୀ ଓ ମା ସରସ୍ଵତୀ ଓ ଭଗବାନ ଶ୍ରୀ ଗୋବିନ୍ଦ ଙ୍କର ବାସ ଥାଏ । ସକାଳେ ଉଠି ଈଶ୍ଵର ଙ୍କୁ ଏପରି ସ୍ମରଣ କରିବା ଦ୍ଵାରା ଦିନ ସାରା ସକାରାତ୍ମକତା ରେ ଭରି ଯାଇଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଯେ କେହି ତା ଜୀବନରେ ସଫଳତା କୁ ଚାହେଁ ତାକୁ ଏପରି କରିବା ଉଚିତ ।

ଦ୍ଵିତୀୟ ରେ ପ୍ରତ୍ଯେକ ବ୍ୟକ୍ତି କୁ ଶଯ୍ୟା ତ୍ୟାଗ ପରେ ନିଜର ଶଯ୍ୟା କୁ ସଜାଡି ନିଜ ଦିନ ର ପ୍ରଥମ କାର୍ଯ୍ୟ କୁ ସଫଳତା ର ସହ ଶେଷ କରିବା ଉଚିତ । ଓ ଏହା ପରେ ଭୂମି ଉପରେ ପାଦ ଦେବା କ୍ଷଣି ହିଁ ଭୂମି କୁ ସ୍ପର୍ଶ କରି ପ୍ରଣାମ କରି କ୍ଷମା ପାର୍ଥନା କରିବା ଉଚିତ ।

 

ତୃତୀୟ ରେ ଯଦି ଘରେ ଶଙ୍ଖ, ମୃଦଙ୍ଗ, ବା ସୁନା ଆଦି କିଛି ଥାଏ ତେବେ ତାହାକୁ ଦର୍ଶନ କରି ସାରିଲା ପରେ ମୁହଁ  ଧୋଇବା ଉଚିତ । ମୁହଁ ଧୋଇ ସାରିଲା ପରେ ସୂର୍ଯ୍ୟ ବା ଈଶ୍ଵର ତଥା ଗୁରୁ ଓ ପିଟିଏ ମାତା ଙ୍କର ଦର୍ଶନ କରି ସେମାନଙ୍କୁ ପ୍ରଣାମ କରିବା ଉଚିତ ।

ସକଳେ ଉଠି କେବେ ମଧ୍ୟ କୌଣସି ଦୁଶ୍ଚରିତା ବ୍ୟକ୍ତି ଙ୍କର ମୁଖ ଦର୍ଶନ କରିବା ଉଚିତ ହୋଇ ନଥାଏ । ଏହା ସହ ସକାଳେ କେବେ ମଧ୍ୟ ନିଜର ଛାଇ ର ଦର୍ଶନ କରିବା ଉଚିତ ହୋଇ ନଥାଏ । କାରଣ ଏହାଦ୍ଵାରା ଜୀବନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button