IBN ଓଡ଼ିଶା ବ୍ୟୁରୋ

ଇସ୍ରାଏଲ ଉପରେ ହିଜ୍‌ବୁଲ୍ଲାର ପାଲଟା ଆକ୍ରମଣ; ୩୨୦ ଡ୍ରୋନ୍ ଦାଗିଲା ଆତଙ୍କୀ ସଂଗଠନ

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ହିଜବୁଲ୍ଲା ବିପଦକୁ ନଜରରେ ରଖି ଆତ୍ମସୁରକ୍ଷା ପାଇଁ ରବିବାର ଭୋରୁ ଲେବାନନ୍ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ହିଜବୁଲ୍ଲାର ଶହେ ଠିକଣାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ମାତ୍ର ଏହାର କିଛି ସମୟ ପରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ । ଇସ୍ରାଏଲ ଉପରେ ପ୍ରାୟ ୩୨୦ ଡ୍ରୋନ ଦ୍ବାରା ହମଲା କରିଛି ।

ଇସ୍ରାଏଲର ୧୧ଟି ମିଲିଟାରୀ ବେସକୁ ଟାର୍ଗେଟ୍ କରାଯାଇଛି । ହିଜବୁଲ୍ଲା ସୈନ୍ୟ କମାଣ୍ଡର ଫୁଆଦ୍ ଶୁକ୍ର ହତ୍ୟାର ଜବାବରେ ଏହି ହମଲା ହୋଇଛି ବୋଲି ଆତଙ୍କୀ ସଂଗଠନ ପକ୍ଷରୁ କୁହାଯାଇଛି ।..

ଇସ୍ରାଏଲ ଆକ୍ରମଣ ପରେ ହିଜବୁଲ୍ଲା ଆତଙ୍କୀ ସଂଗଠନ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲା । ପ୍ରାୟ ୩୨୦ ଡ୍ରୋନ ଦ୍ବାରା ହମଲା କରିଛି । ସେପଟେ ଆଇଡିଏଫର ଆଇରନ୍ ଡ୍ରୋମ୍ ଏହାକୁ ଅଟକାଇବାରେ ସଫଳ ହୋଇଛି । ଏହା ସହିତ ଦେଶରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେଲ ଆବୀବରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାବିନେଟ ମିଟିଂ ଡାକିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି ।

ଆତ୍ମସୁରକ୍ଷା ପାଇଁ ରବିବାର ଇସ୍ରାଏଲ ପ୍ରଥମେ ହିଜବୁଲ୍ଲାକୁ ଟାର୍ଗେଟ କରିଥିଲା । ଲେବାନନରେ ଥିବା ହିଜବୁଲ୍ଲା ଠିକଣାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ୧୦୦ରୁ ଅଧିକ ଠିକଣାରେ ବୋମା ବର୍ଷା ହୋଇଛି । ଡଜନେରୁ ଅଧିକ ଯୁଦ୍ଧ ବିମାନ ଦକ୍ଷିଣ ଲେବାନନରେ ଜୋରଦାର ହମଲା କରିଛନ୍ତି ଏହାର ଜବାବରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା । ଡ୍ରୋନ ମାଧ୍ୟମରେ ଘନ ଘନ ହମଲା କରିଛି । ..

Related Articles

Leave a Reply

Your email address will not be published. Required fields are marked *

Back to top button