ଗଜବ ରେକର୍ଡ : ୬ ବଲରେ. ୬ ଓ୍ଵିକେଟ, ଜାଣନ୍ତୁ କାହା ନାଁରେ ରହିଛି ମହାରେକର୍ଡ
୬ ବଲରେ ୬ଟି ଓ୍ଵିକେଟ । କ୍ରିକେଟ ମ୍ୟାଚରେ କୌଣସି ବୋଲର ହ୍ୟାଟ୍ରିକ ବା ୩ଟି ବଲରେ ୩ଟି ଓ୍ଵିକେଟ ନେଇଥିବା କଥା ଶୁଣିଥିବେ । କିନ୍ତୁ ୬ଟି ବଲରେ ୬ଟି ଓ୍ଵିକେଟ ହାତେଇଥିବା ଏମିତି କେତେ ଜଣ ବୋଲର ରହିଛନ୍ତି, ଯେଉଁମାନେ ଘରୋଇ କ୍ରିକେଟରେ କମାଲ କରିଛନ୍ତି । ତେବେ ଏଭଳି ରେକର୍ଡ ଇଣ୍ଟରନ୍ୟାସନାଲ କ୍ରିକେଟରେ ହୋଇନାହିଁ ।
ହର୍ଷିତ ସେଠ :ଅଣ୍ଡର ୧୯ କାରଓ୍ଵା ଗ୍ଲୋବାଲ ଟି୨୦ ଲିଗରେ ପାକିସ୍ତାନର ହାଇଦ୍ରାବାଦ ହକ୍ସ ବିପକ୍ଷରେ ଏହି କାରନାମା କରିଥିଲେ ହର୍ଷିତ । ଭାରତୀୟ ବଂଶୋଦ୍ଭବ ହର୍ଷିତ ୬ ବଲରେ ୬ଟି ଓ୍ଵିକେଟ ନେଇଥିଲେ ।
ଏଲେଡ କ୍ୟାରୀ : ଅଷ୍ଟ୍ରେଲିଆର ଏଲେଡ କ୍ୟାରୀ ଦୁନିଆର ପ୍ରଥମ ବୋଲର ଯିଏକି କ୍ରିକେଟରେ ଗୋଟିଏ ଓଭରରେ ଡବଲ ହ୍ୟାଟ୍ରିକ ନେଇଥିଲେ । ଘରୋଇ କ୍ରିକେଟରେ ଗୋଲଡେନ ମାଇନ କ୍ଲବ ତରଫରୁ ଖେଳିଥିବା ଖେଳାଳି ଗୋଟିଏ ଓଭରରେ ଅଦା ଟିମକୁ ପାଭିଲିୟନ ପଠାଇ ଦେଇଥିଲେ । ତାଙ୍କ ରେକର୍ଡ ଖେଳ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଲକ୍ଷ୍ମଣ : ଭାରତରେ ଲକ୍ଷ୍ମଣ ନାମକ ଖେଳାଳି ଏଭଳି କାରନାମା କରିଛନ୍ତି । ତାଙ୍କ ରେକର୍ଡ ଟେନିସ ବଲ କ୍ରିକେଟରେ ରହିଛି । ସେ ନିଜର ପ୍ରଥମ ଓଭର ବୋଲିଂ କରୁଥିବା ବେଳେ ଗୋଟିଏ ଓଭରରେ ୬ଟି ଓ୍ଵିକେଟ ନେଇଥିଲେ ।
ବୀରନଦୀପ ସିଂହ : ମାଲେସିଆର ଯୁବ ଖେଳାଳି ବୀରନଦୀପ ସିଂ ଘରୋଇ କ୍ରିକେଟରେ ଏଭଳି କମାଲ୍ କରିଛନ୍ତି । ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟରେ ବୀରନଦୀପ ଏଭଳି କାରନାମା କରିଛନ୍ତି। କିନ୍ତୁ ଗୋଟିଏ ଓ୍ଵିକେଟ ରନ ଆଉଟ ଯୋଗୁଁ ହୋଇଥିଲା । ସେ ୪ଟି ବଲରେ ୪ଟି ଓ୍ଵିକେଟ ନେଇଥିଲେ । ଏହାପରେ ୫ ନଂ ବଲରେ ରନ ଆଉଟ କରିଥିଲେ ।