IBN ଓଡ଼ିଶା ବ୍ୟୁରୋ

” K ” ନାମ ଥିବା ଲୋକମାନେ ଏହାକୁ ନିଶ୍ଚୟ ଜାଣନ୍ତୁ,

ହିନ୍ଦୁ ଧର୍ମରେ ପ୍ରତ୍ଯେକ ବ୍ୟକ୍ତିଙ୍କ ନାମକରଣ ସେମାନଙ୍କ ରାଶିର କୁଣ୍ଡଳୀ ଆଧାରରେ କରାଯାଇଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ସେମାନଙ୍କ ନାମର ବହୁତ ଅଧିକ ଗୁରୁତ୍ଵ ରହିଥାଏ । କାରଣ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜଣାପଡିଯାଇଥାଏ । ତେବେ ନାମର ପ୍ରଥମ ଅକ୍ଷର k ଲେଟରରୁ ଆରମ୍ଭ ହେଉଥିଲେ । ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ କିପରି ହୋଇଥାଏ ଚାଲନ୍ତୁ ଜାଣିବା ।

 

k ଅକ୍ଷରରୁ ଯେଉଁ ବ୍ୟକ୍ତିଙ୍କ ନାମ ଆରମ୍ଭ ହୋଇଥାଏ । ସେହି ବ୍ୟକ୍ତି ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସୁନ୍ଦର ହେବା ସହ ସହ ବହୁତ ସାହସୀ ମଧ୍ୟ ହୋଇଥାନ୍ତି । ଭିଡ ଭିତରୁ ବାହାରି କିଛି ନୂଆ କରି ଦେଖେଇବା ପାଇଁ ସବୁବେଳେ ଚାହିଁଥାନ୍ତି । ଏମାନେ କାହାକୁ କେବେ ଭୟ କରିନଥାନ୍ତି । ଏହି ନାମର ଲୋକ ଯେତେବେଳେ ଥରେ ରାଗିଯାଇଥାନ୍ତି । ସେତେବେଳେ ତାଙ୍କ ସାମ୍ନାକୁ ଆସୁଥିବା ଯେ କୌଣସି ଲୋକଙ୍କୁ ବି କିଛି ବି ଶୁଣେଇଥାନ୍ତି । ହେଲେ ପଛରେ ତାଙ୍କୁ ଏଥିପାଇଁ ବହୁତ ପଶ୍ଚାତପ କରିବାକୁ ପଡିଥାଏ ।

ଏମାନେ ଅନ୍ୟକୁ ଅଧିକ ଧ୍ୟାନ ଦେବା ଅପେକ୍ଷା ନିଜ ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଯେଉଁ କାରଣରୁ ଏମାନେ ତାଙ୍କ ଜୀବନରେ ବହୁତ ଉନ୍ନତି କରି କରି ଆଗକୁ ବଢି ପାରିଥାନ୍ତି । ଏମାନେ ବହୁତ ସିକ୍ରେଟିଭ ହୋଇଥାନ୍ତି । ନିଜ କଥା ସହ ଅନ୍ୟ ମାନେ ତାଙ୍କୁ ଯାହା ବି କହିଥାନ୍ତି । ସେହି କଥାକୁ ନିଜ ଠାରେ ହିଁ ସୀମିତ ରଖିଥାନ୍ତି । ଯଦି k ନାମର ଲୋକଙ୍କ କ୍ଯାରିଅର ବିଷୟରେ କଥା ହେବା ।

 

ତେବେ ଏମାନଙ୍କ ମଧ୍ୟରୁ ବହୁତ ଲୋକ ବିଜିନେସ୍ ମ୍ୟାନ ହୋଇଥାନ୍ତି । ଏହି ନାମର ଲୋକ ନିଜ ଜୀବନରେ ବହୁତ ଶୀଘ୍ର ସଫଳତା ପାଇବା ସହ ନିଜ ପରିଶ୍ରମ ବଳରେ ବହୁତ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି । ଅନ୍ଯାନ୍ଯ କ୍ଷେତ୍ରରେ ମଧ୍ୟ ଏହି ନାମର ଲୋକ ଯାଇ ସେଠାରେ ନାମ କରିଥାନ୍ତି ।

ଯଦି ଏହି k ନାମର ଲୋକଙ୍କ ଭଲ ପାଇବା ବିଷୟରେ କହିବାକୁ ଯିବା । ତେବେ ଏହି ଲୋକଙ୍କୁ ଏକ ସ୍ମାର୍ଟ ଜୀବନସାଥିର ଅପେକ୍ଷା ରହିଥାଏ । ଏମାନେ ଯାହାକୁ ଥରେ ହୃଦୟରୁ ଭଲ ପାଇ ବସିଥାନ୍ତି । ତାଙ୍କ ସହ ଜୀବନ ସାରା କେବେବି ବିଶ୍ବାସ ଘାତକତା କରିନଥାନ୍ତି । ଏହି ନାମର ଲୋକ ପ୍ରେମରେ ନିଜ ପାର୍ଟନରଙ୍କ ପ୍ରତି ବହୁତ ରୋମାଣ୍ଟିକ ହୋଇଥାନ୍ତି । ଆଶା କରୁଛୁ ।

Related Articles

Leave a Reply

Your email address will not be published. Required fields are marked *

Back to top button