ମନୋରଞ୍ଜନ

କରଣ ଜୋହରଙ୍କୁ ମିଛୁଆ ପ୍ରମାଣିତ କଲେ ମେହେନ୍ଦୀ ଆର୍ଟିଷ୍ଟ ! – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ରିଲିଜ୍ ହୋଇ ସାରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଉଛି। ଫିଲ୍ମରେ ଆଲିଆ ଓ ରଣବୀରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଛନ୍ତି। ଏମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର କହିଥିବା ମିଛ ଧରାପଡ଼ିଛି।

କିଛି ଦିନ ତଳେ କରଣ ଜୋହର କହିଥିଲେ ଯେ, ଅଭିନେତା ରଣବୀର କପୁରଙ୍କୁ ଆଲିଆ ବିବାହ କରିବାର ୪ଦିନ ପରେ ଆମେ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀର ସୁଟିଂ କରିଥିଲୁ। ଫିଲ୍ମର ଶେଷରେ ଥିବା ରଣବୀର ସିଂହ ଓ ଆଲିଆଙ୍କ ବିବାହର ଦୃଶ୍ୟ ସୁଟ୍ କରାଯାଇଥିଲା। ‌ଏହାକୁ ଦେଖିବାକୁ ଗଲେ ଗୋଟିଏ ସପ୍ତାହରେ ଆଲିଆ ୨ଥର ବିବାହ କରିଥିଲେ। ଗୋଟିଏ ଫିଲ୍ମ ପାଇଁ ଥିଲା ଓ ଆଉ ଗୋଟିଏ ଅସଲ ଜୀବନ ପାଇଁ। ଫିଲ୍ମ ପାଇଁ ଆଲିଆଙ୍କୁ ଆଉ ଥରେ ମେହେନ୍ଦୀ ମଧ୍ୟ ଲଗାଇବାକୁ ପଡ଼ିନଥିଲା। କାରଣ ସେ ପୂର୍ବରୁ ନିଜ ବିବାହ ପାଇଁ ହାତରେ ମେହେନ୍ଦୀ କରିଥିଲେ।

ଏବେ ତାଙ୍କର ଏହି ଦାବିକୁ ମିଛ ବୋଲି କହିଛନ୍ତି ‌ଫିଲ୍ମ ପାଇଁ ଆଲିଆଙ୍କ ହାତରେ ମେହେନ୍ଦୀ କରିଥିବା ଆର୍ଟିଷ୍ଟ ବୀଣା ନାଗଦା। ନିଜ ଇନଷ୍ଟାରେ ଆଲିଆଙ୍କ ବିବାହ ସମୟର ଫଟୋ ଓ ଫିଲ୍ମ ପାଇଁ ବଧୂ ବେଶରେ ସଜ ହୋଇଥିବା ଆଲିଆଙ୍କ ଫଟୋ ‌ସେୟାର କରି ବୀଣା ଲେଖିଛନ୍ତି, ମୁଁ ରକି ଔର ରାନୀ କି ପ୍ରେମ କାହାନୀରେ ଆଲିଆ ଭଟ୍ଟଙ୍କ ମେହେନ୍ଦୀ ବିଷୟରେ କିଛି ସ୍ପଷ୍ଟ କରିବାକୁ ଚାହୁଛି। ପ୍ରଥମ ଫଟୋରେ ଆପଣ ଦେଖିପାରୁଥିବେ ଯେ, ରଣବୀର କପୁରଙ୍କ ସହ ବିବାହ ପରେ ଆଲିଆ କେବଳ ନିଜ ହାତ ପାପୁଲିରେ ମେହେନ୍ଦୀ କରିଥିଲେ। ହେଲେ ଦ୍ବିତୀୟ ଫଟୋ ଦେଖିଲେ ଆପଣ ଜାଣିପାରିବେ ଯେ, ଫିଲ୍ମ ପାଇଁ ଆଲିଆ ତାଙ୍କ କଚଟିରେ ମଧ୍ୟ ମେହେନ୍ଦୀ କରିଥିଲେ। ଏମିତି କି ଆମେ ତାଙ୍କ ହାତ ଆଙ୍ଗୁଠିର ମେହେନ୍ଦୀ ଡିଜାଇକ ବଦଳାଇଥିଲୁ। ତେଣୁ ମୁଁ କିଛି ଲୋକଙ୍କୁ ଅନୁରୋଧ କରିବି ଯେ, କିଛି ବି କହିବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ।

ନିଜ ପୋଷ୍ଟରେ ସେ କରଣଙ୍କ ନାମ ନେଇନଥିଲେ ବି ତାଙ୍କୁ ସେ ଏହି ଜବାବ ଦେଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button