ସଲ୍ମାନଙ୍କ ସହ ଆସୁଛନ୍ତି ଦୁଇ ସାଉଥ୍ ସୁନ୍ଦରୀ – Ibnodisha

[ad_1]
ଆଜିକାଲି ବଲିଉଡ୍ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକାମାନଙ୍କୁ ନିୟମିତ ଦେଖିବାକୁ ମିଳୁଛି। ଦକ୍ଷିଣ ଭାରତୀୟ ତାରକାମାନେ ଅଭିନୟରେ ତ ବେଶ୍ ଦକ୍ଷ ତଥା ତାଙ୍କ ବ୍ୟକ୍ତିତ୍ବ ଢେର୍ ଶୃଙ୍ଖଳିତ; ଏହା ସହିତ ଉତ୍ତର ଭାରତ ସମେତ ଦକ୍ଷିଣ ଭାରତୀୟ ବଜାରରେ ମଧ୍ୟ ଭଲ ବ୍ୟବସାୟ କରିବାର ଲକ୍ଷ୍ୟନେଇ ବଲିଉଡ୍ ପ୍ରଯୋଜକମାନେ ନିଜ ଫିଲ୍ମରେ ଦକ୍ଷିଣୀ ତାରକାଙ୍କୁ ନେଉଛନ୍ତି। ସେହି କ୍ରମରେ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କର ବଲିଉଡ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଖୁବ୍ ଚର୍ଚ୍ଚା ହେଉଛି ଯେ ସେ ଫିଲ୍ମରେ ସାମନ୍ଥା ହେବେ ସଲ୍ମାନ ଖାଁଙ୍କ ନାୟିକା। ଫିଲ୍ମର ନିର୍ଦ୍ଦେଶନା ଦେବେ ବିଷ୍ଣୁବର୍ଦ୍ଧନ। ଏହାକୁ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି କରାଯିବ। ଏ ଫିଲ୍ମରେ ଦକ୍ଷିଣୀ ସୁନ୍ଦରୀ ତ୍ରିଷା କ୍ରିଷ୍ଣନ୍ ମଧ୍ୟ ରହିବେ ବୋଲି ଶୁଣା ଯାଉଛି।
ଉଲ୍ଲେଖନୀୟ ଯେ ତ୍ରିଷା ପୂର୍ବରୁ ବଲିଉଡ୍ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ତାଙ୍କର ସର୍ବଶେଷ ଫିଲ୍ମ ଥିଲା ମଣିରତ୍ନମ୍ଙ୍କ ‘ପିଏସ୍-୨’ । ତାଙ୍କ ହାତରେ ଦକ୍ଷିଣ ଭାରତୀୟ ଖୁବ୍ ବଡ଼ ବଡ଼ ବ୍ୟାନର୍ର ଏକାଧିକ ଫିଲ୍ମ ରହିଛି। ଅନ୍ୟପକ୍ଷରେ ସାମନ୍ଥାଙ୍କର ଶେଷତମ ଫିଲ୍ମ ଥିଲା ‘କୁସି’ (ତେଲୁଗୁ)। ବାହାଘର ଆଦି ପାଇଁ ସେ କିଛି କାଳ ଅଭିନୟଠାରୁ ଦୂରେଇ ଯାଇଥିଲେ। ଏବେ ସଲ୍ମାନଙ୍କ ସହିତ ସେ ବଡ଼ ପରଦାକୁ ଫେରିବା ଚର୍ଚ୍ଚା ଯଦି ସତ ହେଇଥିବ, ତେବେ ସାମନ୍ଥାଙ୍କ ପାଇଁ ୟା’ଠୁ ବଡ଼ ଖୁସି ଆଉ କିଛି ନାହିଁ।
[ad_2]




