ମନୋରଞ୍ଜନ

ଟେଲିଭିଜନର ଚର୍ଚ୍ଚିତ ଯୋଡ଼ିଙ୍କୁ ବାପା ଓ ମା’ ହେବାର ସୌଭାଗ୍ୟ ‌ପ୍ରାପ୍ତି ହେଲା – Ibnodisha

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଯୋଡି ମଧ୍ୟରୁ ଦିଶା ପରମାର ଏବଂ ରାହୁଲ ବୈଦ୍ୟ ଅନ୍ୟତମ। ନିକଟରେ ଦୁହେଁ ବାପା ଓ ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ଖବରକୁ କଣ୍ଠଶିଳ୍ପୀ ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି।

ରାହୁଲ ଏହି ଖୁସି ଖବରର ପୋଷ୍ଟକୁ ଏକ କ୍ୟୁଟ୍‌ ଶିଶୁ ହାତୀର କାର୍ଟୁନ ସହିତ  ସେୟାର କରିଛନ୍ତି । ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ‘ଦିଶା ଓ ମୋର ଏକ ଶିଶୁ କନ୍ୟା ପ୍ରାପ୍ତ ହୋଇଛି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ଆମେ ଆମର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯିଏ ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ମା’ ଏବଂ ଶିଶୁଙ୍କ ଯତ୍ନ ନେଇଥିଲେ । ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ। ସେ ଯେମିତି ଭଳମଣିଷଟେ ହେଉ।’

 

ଏହି ଖବର ପାଇବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦିଶା ଓ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଏବଂ ଦିଶା ଜୁଲାଇ ୧୬, ୨୦୨୧ରେ ବିବାହ କରିଥିଲେ। ଗତ ମେ ୧୮ରେ ସୋସିଆଲ ମିଡିଆରେ ସେମାନଙ୍କର ଗର୍ଭଧାରଣ ଖୁସି ଖବରକୁ ସମସ୍ତଙ୍କୁ ଜଣାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button