ଦେଶ

ଭାରତ ଫେରି କାହାପାଖକୁ ଯିବେ ଅଞ୍ଜୁ? ଘରେ ପୂରାଇବେନି ବୋଲି ସ୍ପଷ୍ଟ୍‌ କରି ସାରିଛନ୍ତି ବାପା – Ibnodisha

[ad_1]

ଜୟପୁର: ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକ ଜାଣିଛନ୍ତି। ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି। ଅଞ୍ଜୁ ୨୦୧୯ ମସିହାରେ ଅନ୍‌ଲାଇନ୍‌ରୁ ନାସରୁଲ୍ଲାଙ୍କୁ ଜାଣିବା ପରେ ପରସ୍ପରଙ୍କୁ ପ୍ରେମ କରି ବସିଥିଲେ ଦୁଇ ଦେଶର ଏହି ଲଭବାର୍ଡ। ତା’ପରେ ଅଞ୍ଜୁ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକ୍‌ ପଳାଇଥିଲେ। ଶୁଣିବାକୁ ମିଳୁଥିଲା ଯେ ଆଉ ସେ ଭାରତ ଫେରିବେ ନାହିଁ। ଏବେ କିନ୍ତୁ ଭିନ୍ନ ଖବର ହସ୍ତଗତ ହୋଇଛି। ଅଞ୍ଜୁ ଆସନ୍ତାମାସ ଭାରତ ଫେରିଆସିବେ ବୋଲି ସୂଚନା ରହିଛି।

ତେବେ ପ୍ରଶ୍ନ ହେଉଛି ଅଞ୍ଜୁ ଫେରିବେ ତ କାହା ପାଖକୁ ଫେରିବେ? ତ‌ାଙ୍କ ସ୍ବାମୀ ତାଙ୍କୁ ଗ୍ରହଣ କରିବେ ତ? କାରଣ ପୂର୍ବରୁ ଅଞ୍ଜୁଙ୍କ ବାପା ଆଉ କେବେ ବି ଝିଅକୁ ଗ୍ରହଣ କରିବେନି ବୋଲି କହି ସାରିଛନ୍ତି। ଅଞ୍ଜୁଙ୍କ ବାପା ଅତୀତରେ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ‘‘ସେ ପରିବାର ପାଇଁ ମରିଯାଇଛି। ଭାରତକୁ ଫେରିବାର ତା’ର କୌଣସି ଅଧିକାର ନାହିଁ। ଯଦି ସେ ଫେରିଆସେ, ତେବେ ତାକୁ କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ। ସେ ଯାହା କରିଛି ତାହା ଭୁଲ୍ ଏବଂ ଯେଉଁମାନେ ତାହା କରନ୍ତି ସେମାନେ ଦଣ୍ଡର ଯୋଗ୍ୟ।’’

ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ କହିବାନୁଯାୟୀ, ‘‘ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ। ତାହାର କାରଣ ‌ହେଉଛନ୍ତି ତାଙ୍କର ୨ ପିଲା। ସେ ସବୁବେଳେ ନିଜର ପିଲାଙ୍କୁ ମନେପକାଇ କାନ୍ଦୁଛନ୍ତି। ସେ ନିଜ ପିଲାଙ୍କ କାରଣରୁ ପାକିସ୍ତାନରେ ରହିବାକୁ ଭଲପାଉନାହାନ୍ତି।’’ ନାସରୁଲ୍ଲାଙ୍କ ଅନୁଯାୟୀ, ସେ ଚାହୁଁ ନାହାଁନ୍ତି ଯେ ଅଞ୍ଜୁଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଉ। ସେଥିପାଇଁ ଆସନ୍ତା ମାସରେ ଭାରତକୁ ଫେରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button