ମନୋରଞ୍ଜନ

କାଲି ଗୋପନ ରଖିଥିବା ଯୁବତୀଙ୍କ ଚେହେରାକୁ ଆଜି ଲୋକଙ୍କୁ ଦେଖାଇଲେ ସଲ୍‌ମାନ ଖାନ୍‌ – Ibnodisha

[ad_1]

ମୁମ୍ବାଇ: ବାହା ହେବେ କି ଭାଇଜାନ୍‌! ଗତକାଲିଠାରୁ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କ ବିବାହକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ସଲ୍‌ମାନ ଫଟୋ ପୋଷ୍ଟ୍‌ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥି‌ଲା। କ‌ାଲି ପୋଷ୍ଟ୍‌ କରିଥିବା ଫଟୋରେ ସେ ଯୁବତୀଙ୍କ ଚେହେରା ଦେଖାଇନଥିବା ବେ‌ଳେ ଆଜି ସେହି ଯୁବତୀଙ୍କୁ ପ୍ରଶଂସକମାନଙ୍କ ସହ ପରିଚିତ କରାଇଛନ୍ତି।

ସଲ୍‌ମାନ ଗତକାଲି ଯେଉଁ ଫଟୋ ପୋଷ୍ଟ୍‌ କରିଥିଲେ, ସେଥିରେ ସେ ନିଜ ସହ ଜଣେ ଯୁବତୀଙ୍କର ଏକ ଯୁଗଳ ଫଟୋ ଉଠାଇଥିଲେ। ଫଟୋରେ ସଲ୍‌ମାନ ସାମ୍ନାକୁ ଚାହିଁଥିବା ବେଳେ ଯୁବତୀ ପଛ କରି ଛିଡ଼ା ହୋଇଥିଲେ। ଉଭୟ ଧଳା ରଂଗର ଜ୍ୟାକେଟ୍‌ ପିନ୍ଧିଥିବା ବେଳେ ସେଥିରେ ଲେଖାଥିଲା, ‘ମୋ ଭବିଷ୍ୟତର ଏକ କ୍ଷୁଦ୍ର ଅଂଶକୁ ଆପଣଙ୍କ ସହ ସେୟାର କରୁଛି’। ଉଭୟଙ୍କ ଜ୍ୟାକେଟ୍‌ରେ ସଲ୍‌ମାନଙ୍କ ଜନ୍ମଦିନ (୨୭/୧୨) ଲେଖାଯାଇଥିଲା।

 

ଏହି ଫଟୋକୁ ଦେଖିବା ପରେ ଦର୍ଶକ ସଲ୍‌ମାନ ଜୀବନସାଥୀ ପାଇଗଲେ ବୋଲି ଅନୁମାନ କରିବା ଆରମ୍ଭ କରିଥିଲେ। କେହି କେହି ଯୁବତୀ ଜଣକ ତାଙ୍କ ଝିଆରୀ ବୋଲି ବି କହିଥିଲେ। ହେଲେ ସେ ସବୁ କଥାର ଉତ୍ତର ଆଜି ଦେଇଛନ୍ତି ଦବଙ୍ଗ ବୟ। ଆଜି ଯୁବତୀଙ୍କ ସହ ସାମ୍ନା ପଟୁ ଏକ ଫଟୋ ସେୟାର୍‌ କରି ‘ମୋ ପୃଥିବୀକୁ ହେଲୋ କୁହନ୍ତୁୁ’ ବୋଲି ଲେଖିଛନ୍ତି।

ତେବେ ଜଣାପଡ଼ିଛି ଯେ ତାଙ୍କ ସହ ଫଟୋରେ ଥିବା ଯୁବତୀ ଜଣକ ହେଉଛନ୍ତି ମଡେଲ୍‌ ତଥା ସଲ୍‌ମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ସେ ସଲ୍‌ମାନଙ୍କ ଭଉଣୀ ଅଲଭିରା ଏବଂ ଭିଣୋଇ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ। ଏବେ ସଲ୍‌ମାନଙ୍କ କପଡ଼ା ବ୍ରାଣ୍ଡ୍‌ ‘ବିଙ୍ଗ୍‌ ହ୍ୟୁମାନ’ର ମହିଳାମାନଙ୍କ ପୋଷାକ ପାଇଁ ମଡେଲିଂ କରୁଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button