IBN ଓଡ଼ିଶା ବ୍ୟୁରୋ

ଆତଙ୍କବାଦୀଙ୍କ ଟାର୍ଗେଟରେ ଟ୍ରେନ, ବମରେ ଉଡାଇ ଦେବାକୁ ଧମକ

ଟ୍ରେନରେ ବୋମା ଭୟ । ଭାରତର ସମସ୍ତ ଟ୍ରେନ ଗୁଡିକୁ ବମରେ ଉଡାଇଦେବାକୁ ଧମକ । ଭିଡିଓ ଜାରି କରି ବୋମା ଧମକ ଦେଇଛି ହାଇପ୍ରୋଫାଇଲ ଆତଙ୍କବାଦୀ ଫରତୁଲ୍ଲାହା ଘୌରୀ । ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଫରତୁଲ୍ଲାହା । ପାକିସ୍ତାନର ଆଇଏସଆଇ ସହଯୋଗରେ ସ୍ଲିପର ସେଲ୍ ମାଧ୍ୟମରେ ରାମେଶ୍ବରମ କାଫେରେ ବିସ୍ଫୋରଣ କରିଥିଲା ।

ଏହା ସହ ଅନେକ ହାଇ ପ୍ରୋଫାଇଲ ହମଲାରେ ମଧ୍ୟ ସାମିଲ ଅଛି ଫରତୁଲ୍ଲାହା ।

୨୦୦୨ରେ ଗୁଜୁରାଟର ଅକ୍ଷରଧାମ ମନ୍ଦିରରେ ମଧ୍ୟ ଆକ୍ରମଣ କରିଥିଲା । ଏବେ ଭାରତର ସମସ୍ତ ଟ୍ରେନ ଗୁଡିକୁ ଉଡାଇଦେବାକୁ ଭିଡିଓ ଜାରି କରି ଟାର୍ଗେଟ କରିବାକୁ ସ୍ଲିପର ସେଲକୁ ନିର୍ଦ୍ଦେଶ ଦେଇଛି ଫରତୁଲ୍ଲାହା । ଭିଡିଓ ତିନି ସପ୍ତାହ ତଳର । ଭିଡିଓ ସାମ୍ନାକୁ ଆସିବା ପରେ ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ । ପାକିସ୍ତାନରେ ବସିଥିବା ଆତଙ୍କବାଦୀ ଫରହାତୁଲ୍ଲା ଘୋରୀର ଭାରତରେ ଆତଙ୍କୀ କାର୍ଯ୍ୟକଲାପ ।

Related Articles

Leave a Reply

Your email address will not be published. Required fields are marked *

Back to top button