IBN ଓଡ଼ିଶା ବ୍ୟୁରୋ

ଚିକେନ ଖାଉଥିବା ଲୋକମାନେ ନିଶ୍ଚୟ ଏହାକୁ ଥରେ ପଢନ୍ତୁ

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଫାର୍ମରେ ବ୍ରଏଲର ଚିକେନ ବ୍ରୀଡ ଥାଏ। ବର୍ତ୍ତମାନ ସମୟରେ ସମସ୍ତ ଲୋକ ବ୍ରଏଲର ଚିକେନ ଖାଉଛନ୍ତି। ବ୍ରଏଲର ଚିକେନ ବହୁତ କମ ସମୟରେ ବଢିଯାଇଥାଏ ଏଥିପାଇଁ ଏହି ଚିକେନକୁ ହରମୋନ ଇଞ୍ଜେକ୍ସନ ଦିଆଯାଇଥାଏ ଯାହା ଆମ ଶରୀର ପାଇଁ ଅନେକ କ୍ଷତିକାରକ ଅଟେ। ଆଜିର ଏହି ସମୟରେ ଚିକେନ ଖାଉଥିବା ସମସ୍ତ ଲୋକ ବୁଝି ଯାଇଛନ୍ତିକି ବ୍ରଏଲର ଚିକେନ ଓ ଦେଶୀ ଚିକେନ ମଧ୍ୟରେ ଆକାଶ ପାତାଳର ଫରକ ରହିଛି।

ଘରେ ପାଳୁଥିବା ଦେଶୀ ଚିକେନରେ ଅଧିକ ମାତ୍ରାରେ ନ୍ୟୁଟ୍ରେସନ ମିଳିଥାଏ। ବ୍ରଏଲର ଚିକେନରେ ଆନ୍ଟି ବେୟୋଟିକ୍ସ ଦିଆଯାଇଥାଏ। କୁକୁଡାଙ୍କୁ ରୋଗରୁ ବଞ୍ଚାଇବା ପାଇଁ ଓ ଶୀଘ୍ର ବଡ ହେବା ପାଇଁ ଦିଆଯାଏ ଯାହାର ସେବନ ଦ୍ଵାରା ମଣିଷ ଶରୀରକୁ ମଧ୍ୟ ସେହି ଆନ୍ଟି ବାୟୋଟିକ୍ସ ଯାଇଥାଏ। ଚିକେନ ଫାର୍ମିଙ୍ଗରେ ଆନ୍ଟି ବୟୋଟିକ୍ସର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ଆମ ଭାରତ ଏକ ନମ୍ବର ସ୍ଥାନରେ ରହିଛି।

ବର୍ତ୍ତମାନ ଆସନ୍ତୁ ଜାଣିବା ଚିକେନର ଗ୍ରୋଥ ମେଣ୍ଟେନ କରିବା ପାଇଁ କେଉଁ ଆନ୍ଟି ବାୟୋଟିକର ବ୍ୟବହାର କରାଯାଏ। ବନ୍ଧୁଗଣ ଚିକେନର ଗ୍ରୋଥ ବଢେଇବା ପାଇଁ ଅକସିଟେଟ୍ରାସାଇକ୍ଲିନ, କ୍ଲୋର ଟେତ୍ରା ସାଇକ୍ଲିନ, ନିଓମାଇସିନ ଓ ଏମୀନୋଗ୍ଲାଇକୋସାଇଡ ଆଦିର ବ୍ୟବହାର କରାଯାଏ। ଡବ୍ଲୁଏଚଓ ଏହି ସବୁ ଆନ୍ଟି ବାୟୋଟିକ୍ସକୁ ମଣିଷ ଶରୀର ପାଇଁ ମାରାତ୍ମକ ବୋଲି କହିଛି।

ଭାରତରେ ଏହି ଆନ୍ଟି ବାୟୋଟିକ ରେଜିଷ୍ଟେନ୍ସର ପ୍ରଭାବରେ ପ୍ରତିବର୍ଷ ପାଖାପାଖି ୫୭ ହଜାର ନବଜାତ ଶିଶୁମାନଙ୍କ ମୃତ୍ୟୁ ହୋଇଯାଏ। କାରଣ ଆନ୍ଟି ବାୟୋଟିକ୍ସର ପ୍ରଭାବ ମା ଦ୍ଵାରା ଶିଶୁଙ୍କ ଉପରେ ମଧ୍ୟ ପଡିଥାଏ। ତେଣୁ ବନ୍ଧୁଗଣ ଚିକେନ ଖାଇବା ଦ୍ଵାରା ଏହି ସବୁ କ୍ଷତି ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଏହା ସହ ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ଏକ ବିଶେଷ କଥା ଦେଖିବା ପାଇଁ ମିଳିଛି। ଅଧିକ ଚିକେନ ଖାଇବା ଦ୍ଵାରା ପୁରୁଷମାନଙ୍କୁ ୨୬ ବର୍ଷ ପରେ ତାଙ୍କର ସ୍ତନ୍ୟ ବଡ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହା ସହ ପୁରୁଷ ଓ ମହିଳାମାନେ ଅତ୍ୟଧିକ ମୋଟା ମଧ୍ୟ ହୋଇଯାଉଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button