ପରୀକ୍ଷାରେ ଉତ୍ତର ନ ଆସିଲେ କଣ କରିବେ ? ଜାଣି ରଖନ୍ତୁ ଏହି ଟିପ୍ସ

ଆଜି ଆମେ ଆପଣଙ୍କୁ କହିବୁ ପରୀକ୍ଷା ରେ ଉତ୍ତର ନ ଆସିଲେ କଣ କରିବା ଦରକାର ପିଲା ମାନେ । ଅନେକ ସମୟରେ ଦେଖାଯାଏ ପିଲା ମାନେ ପରୀକ୍ଷା ହଲରେ ବସି କିଛି ପ୍ରଶ୍ନର ଉତ୍ତର ମନେ ପଡେ ନାହି । ଯାହା ଫଳରେ ସେମାନେ ପ୍ରଶ୍ନ ଛାଡି ଦେଇଥାନ୍ତି ନ ହେଲେ ଆଉ କିଛି ଏପଟ ସେପଟ କରି ଲେଖି ଦେଇଥାନ୍ତି । ଯାହା ଫଳରେ ମାର୍କ କମି ଯାଇଥାଏ । ତେବେ ଏହି କ୍ଷେତ୍ରରେ କିଛି ଟିପ୍ସ ଆପ୍ଳାଏ କରିବା ଉଚିତ ।
ଯଦି କୌଣସି ପିଲାଙ୍କୁ ଗୋଟିଏ ପ୍ରଶ୍ନର ଉତ୍ତର ଆସୁ ନାହି ତେବେ ତା ବିଷୟରେ ଅଧିକ ଭାବନ୍ତୁ ନାହି । ତାକୁ ଛାଡି ଆଉ ଏକ ପ୍ରଶ୍ନ ର ଉତ୍ତର ଲେଖନ୍ତୁ । କିନ୍ତୁ ସେହି ପ୍ରଶ୍ନ କୁ ଛାଡିବେ ନାହି । ତାହାର ଉତ୍ତର ଲେଖିବାକୁ ଚେଷ୍ଟା କରିବା ଉଚିତ । ଯେଉଁ ପ୍ରଶ୍ନ ର ଉତ୍ତର ଆସୁ ନାହି ସେହି କ୍ଷେତ୍ରରେ କିଛି ଟିପ୍ସ ଆପ୍ଳାଏ କରିବା ଉଚିତ । ପ୍ରଥମେ ଯେଉଁ ପ୍ରଶ୍ନ ଅଛି ତାହାକୁ ଚିନ୍ତା କରି କହିବେ ହବନି, ହବନି, ହବନି ଆଉ ତା ପରେ ହେବ । ଏହିପରି ଭାବେ ଚିନ୍ତା କରି ପ୍ରଶ୍ନ ର ଉତ୍ତର ଠିକ ଭାବେ ଚୟନ କରି ପାରିବେ ।
ଯଦି ଲଙ୍ଗ ପ୍ରଶ୍ନ ଥାଏ ଆଉ ଆସୁ ନ ଥାଏ ତେବେ ଭାବି ଭାବି ଶବ୍ଦକୁ କେନ୍ଦ୍ର କରି ଲେଖିବେ । ଯେଉଁ ଟପିକ ଅଛି ତାହାର କିଛି ଶବ୍ଦ ଥିବ । ଆଉ ସେଥି ମଧ୍ୟରୁ ଯାହା ବୁଝା ପଡିବ ତାହା ବିଷୟରେ ଲେଖିବ ଲଙ୍ଗ ପ୍ରଶ୍ନ ରେ । କିଛି ପଏଣ୍ଟ ଦେବ ନାହି । କନସେପ୍ଟ ଯାହା ଅଛି ସେହି ଉପରେ ପାରଗ୍ରାଫ ଉପରେ ପାରାଗ୍ରାଫ ଲେଖି ଚାଲିବ ।
ଅନେକ କ୍ଷେତ୍ରରେ ପିଲା ମାନେ ଅନାବନା ଲେଖି ଦେଇଥାନ୍ତି । କୌଣସି କାହାଣୀ ପରିକ୍ଷା ଖାତାରେ ଲେଖିବା ଉଚିତ ନୁହେଁ । ଏହି ଭଳି ଭାବେ ସବୁ ପ୍ରଶ୍ନ ର ଉତ୍ତର ଲେଖିଲେ ନିଶ୍ଚୟ ପରୀକ୍ଷା ରେ ଭଲ ମାର୍କ ଆସିବ ।