IBN ଓଡ଼ିଶା ବ୍ୟୁରୋ

ହସ୍ତମୈଥୁନ କରିବାରେ ଲାଭ କ’ଣ?: ରିସର୍ଚ୍ଚରୁ ହେଲା ଏହି ବଡ ଖୁଲାସା,ଜାଣନ୍ତୁ ସେହି ଉପକାରିତା ବିଷୟରେ

ଯେ ଭଳିକି ଆପଣ ଜାଣିଛନ୍ତି ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ, ଏକ ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଏହା ସ୍ପଷ୍ଟ ହୋଇଛି କି ସେକ୍ସ, ହସ୍ତମୈଥୁନ କିମ୍ବା ଶୋଇବା ସମୟରେ ଶରୀରରୁ ବୀର୍ଯ୍ୟ ବାହାରିବା ଆମକୁ ଅଣ୍ଡକୋଷ କ୍ୟାନ୍ସରରୁ ରକ୍ଷା କରିଥାଏ । ୨୦୧୬ରେ କରାଯାଇଥିବା ଏକ ପରୀକ୍ଷଣ ଅନୁଯାୟୀ ବୀର୍ଯ୍ୟ କ୍ଷରଣ ଦ୍ୱାରା ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା କମି ଯାଇଥାଏ । ୧୯୯୨ରୁ ୨୦୧୦ ମଧ୍ୟରେ ୩୨ ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା ।

୨୦୧୬ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦ ବର୍ଷୀୟ ପୁରୁଷ ମାସକରେ ୨୧ ଥର ବୀର୍ଯ୍ୟ କ୍ଷରଣ କରୁଥିଲେ ସେମାନଙ୍କର ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା ୧୯ ପ୍ରତିଶତ ହ୍ରାସ ପାଇଥାଏ ଯେତେବେଳେକି ୭ ଥରରୁ କମ ବୀର୍ଯ୍ୟ କ୍ଷରଣ କରୁଥିବା ଲୋକଙ୍କ ନିକଟରେ ଏହି ସମ୍ଭାବନା ଅଧିକ ରହିଥାଏ । ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ଆହୁରି ଅଧିକ ଲାଭଦାୟକ । ନିୟମିତ ବୀର୍ଯ୍ୟକ୍ଷରଣ କରୁଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା ୨୨ ପ୍ରତିଶତ କମ ରହିଥାଏ ।

ବୟସ୍କ ବ୍ୟକ୍ତିଙ୍କ ପାଇଁ ସୁରକ୍ଷିତ ସେକ୍ସ ଓ ବୀର୍ଯ୍ୟ କ୍ଷରଣ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା ହ୍ରାସ ପାଇଥାଏ ବୋଲି ପ୍ରକାଶ କରିଛନ୍ତି ଜେନିଫର ରାଇଡର । ସେହିପରି ଏକ ଅଷ୍ଟ୍ରେଲିଆନ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ସପ୍ତାହକୁ ୨.୩ ଥର ହାରାହାରି ବୀର୍ଯ୍ୟକ୍ଷରଣ ହେଉଥିଲେ ୭୦ ବର୍ଷ ପୂର୍ବରୁ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା ବଢି ଯାଇଥାଏ । ମାତ୍ର ଯଦି ୪.୬ରୁ ୭ ଥର ବୀର୍ଯ୍ୟକ୍ଷରଣ ହେଉଥାଏ ତାହେଲେ ଏହି ସମ୍ଭାବନା ୩୬ ପ୍ରତିଶତ ହ୍ରାସ ପାଇଥାଏ । ୨୩୩୮ ଜଣ ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା ।

ଅଣ୍ଡକୋଷ କ୍ୟାନ୍ସର ଓ ବୀର୍ଯ୍ୟକ୍ଷରଣ ମଧ୍ୟରେ ସମ୍ପର୍କ ରହିଥିଲେ ହେଁ ଏହି ଦୁଇଟି ଜିନିଷ କେମିତି ଜଡିତ ତାହାର କୌଣସି ବୈଜ୍ଞାନିକ କାରଣ ଜାଣିବାରେ ସଫଳ ହୋଇନାହାନ୍ତି । ତେବେ ବୈଜ୍ଞାନିକ ମାନେ ଆହୁରି ଏକ ସୂଚନା ପ୍ରକାଶ କରିଛନ୍ତି କି, ଯେଉଁ ମାନେ ମାସକୁ ଅନେକ ଥର ଅସୁରକ୍ଷିତ ଭାବେ ସେକ୍ସ ବା ହସ୍ତ ମୈଥୁନ କରନ୍ତି ସେମାନଙ୍କର ଅଧିକ ଶାରୀରିକ ସମସ୍ୟା ଦେଖା ଦେବାର ସମ୍ଭାବନା।

ହସ୍ତମୈଥୁନ କରିବାରେ ଉପକାରିତା ବା ଲାଭ କ’ଣ?

ହସ୍ତମୈଥୁନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଏହାର ଅନେକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପକାର ଅଛି। ଯେପରିକି ଅଧ୍ୟୟନରୁ ଜଣାପଡିଛି ଯେ :

ଅତ୍ୟଧିକ ଓ ଅନାବଶ୍ୟକ ଟେନସନରୁ ମୁକ୍ତି କରେ।
ନିଦକୁ ଉନ୍ନତ କର।
ଆପଣଙ୍କର ଏକାଗ୍ରତା ବୃଦ୍ଧି ହୁଏ।
ମନୋବଳ ବୃଦ୍ଧି କରେ।
କଷ୍ଟ ଏବଂ ଯନ୍ତ୍ରଣା ଦୂର କରି ଥାଏ।
ଯୌନ ଜୀବନକୁ ବୃଦ୍ଧି କର।
ଚିନ୍ତା ଏବଂ ଉଦାସୀନତାକୁ ଦୂର କରେ। ଏହା ସହ ଅନେକଙ୍କ ଖରାପ ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିପାରନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button