ICC ଅଧ୍ଯକ୍ଷ ହେଲେ ଜୟଶାହା, କିଏ ସମ୍ଭାଳିବେ BCCI ସଚିବ ପଦ ? ଏମାନଙ୍କ ନାଁରେ ଚାଲିଛି ଖୁବ୍ ଚର୍ଚ୍ଚା
ନୂଆଦିଲ୍ଲୀ ୩୦।୦୮: ଖୁବ୍ ଚର୍ଚ୍ଚାରେ ବିସିସିଆଇ ଅଧ୍ୟକ୍ଷ ଜୟଶାହା । ସେ ବର୍ତ୍ତମାନ ହୋଇଛନ୍ତି ଆଇସିସି ଅଧ୍ଯକ୍ଷ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କିନ୍ତୁ ଜୟଶାହାଙ୍କ ପରେ କିଏ ? ଅର୍ଥାତ୍ କିଏ ହେବେ ବିସିସିଆଇର ନୂଆ ସଚିବ ? ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସବୁଠାରୁ ବଡ କଥା ହେଉଛି ଏହି ଲିଷ୍ଟରେ ଅଛନ୍ତି ଅନେକ ଦାବିଦାର୍ ।
ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…
ବିସିସିଆଇ । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ । ୨୦୧୯ରୁ ଏହାର ସଚିବ ରହିଛନ୍ତି ଜୟ ଶାହା । କିନ୍ତୁ ସେ ଏବେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସିର ହୋଇଛନ୍ତି ଚେୟାରମ୍ୟାନ୍ । ଅଗଷ୍ଟ ୨୭ରେ ଆଇସିସି ଜୟ ଶାହାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଘୋଷଣା କରିଥିଲା । ଆଇସିସିର ଏହି ପଦ ଗ୍ରହଣ କରିବାକୁ ଜୟ ଶାହାଙ୍କୁ ବିସିସିଆଇ ପଦ ଛାଡିବାକୁ ପଡିବ । ଏବେ ପ୍ରଶ୍ନ ଉଠୁଛି ବିସିସିଆଇ ସଚିବ ପଦରେ କିଏ ନେବ ତାଙ୍କ ସ୍ଥାନ ?
ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି ଅରୁଣ ଧୁମଲ । ସେ ହେଉଛନ୍ତି ଆଇପିଏଲ ଅଧ୍ୟକ୍ଷ । ଚର୍ଚ୍ଚା ହେଉଛି କି ବିସିସିଆଇ ସଚିବ ପଦର ଦାୟିତ୍ୱ ଅରୁଣ ଧୁମଲଙ୍କୁ ଦିଆଯାଇପାରେ । ତେବେ ବିସିସିଆଇ ସହିତ କାମ କରିବାର ତାଙ୍କର ରହିଛି ଭଲ ଅଭିଜ୍ଞତା।
ଏହା ପଛକୁ ଅଛନ୍ତି ଦେବଜିତ୍ ସୌକିଆ । ଅନ୍ୟମାନଙ୍କ ପରି ଦେବଜିତ୍ ସୌକିଆ ଏତେ ପ୍ରସିଦ୍ଧ ନୁହଁନ୍ତି । କିନ୍ତୁ ବିସିସିଆଇ ସଚିବ ହେବା ତାଲିକାରେ ଦେବଜିତଙ୍କ ନାଁ ବହୁ ଆଗରେ ରହିଛି ।
ଏହାପଛକୁ ରହିଛନ୍ତି ରୋହନ ଜେଟଲୀ । ସ୍ୱର୍ଗତ ନେତା ଅରୁଣ ଜେଟଲୀଙ୍କ ପୁଅ ହେଉଛନ୍ତି ରୋହନ । ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ବା ଡିଡିସିଏର ସଭାପତି ଅଟନ୍ତି । କୁହାଯାଉଛି କି ରୋହନ ଜେଟଲୀଙ୍କୁ ବିସିସିଆଇ ସଚିବ ପଦର ଦାୟିତ୍ବ ଦିଆଯାଇପାରିବ। ତାଙ୍କୁ ନେଇ ଏହି ଖବର ହୋଇଛି ଖୁବ୍ ତୀବ୍ର ।
ବିସିସିଆଇ ସଚିବ ପଦ ଲିଷ୍ଟରେ ରହିଛନ୍ତି ରାଜିବ ଶୁକ୍ଲା । ବିସିସିଆଇ ଉପାଧ୍ୟକ୍ଷ ତଥା ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ହେଉଛନ୍ତି ରାଜୀବ ଶୁକ୍ଲା । ତାଙ୍କ ନାଁ ମଧ୍ୟ ସଚିବ ପଦ ପାଇଁ ଆଲୋଚନାରେ ରହିଛି । ବିସିସିଆଇ ସହିତ କାମ କରିବାର ମଧ୍ୟ ତାଙ୍କର ବେଶ୍ ଭଲ ଅଭିଜ୍ଞତା ରହିଛି ।
ତେବେ ଏହି ଲିଷ୍ଟରେ ମଧ୍ୟ ପଛରେ ପଡିନାହାନ୍ତି ଆଶିଷ ଶେଲାର । ସେ ବର୍ତ୍ତମାନର ବିସିସିଆଇ କୋଷାଧ୍ୟକ୍ଷ ଅଟନ୍ଚି । ଆଶିଷ ଶେଲାରଙ୍କ ନାମ ମଧ୍ୟ ସଚିବ ପଦ ଗ୍ରହଣ କରିବା ରେସ୍ରେ ଥିବା ଶୁଣିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଲା ବିସିସିଆଇ ସଚିବ ପଦର ଦାୟିତ୍ୱ କାହାକୁ ମିଳୁଛି ।