୯ଟି ଦାମୀ ଜିନିଷର ମାଲିକ କିଙ୍ଗ୍ କୋହଲି, ଗୋଟିକର ଦାମ୍ ୩୪୪ କୋଟି

ନୂଆଦିଲ୍ଲୀ ୩୦।୦୮: ବିଶ୍ବର ନଂ-୧ କ୍ରିକେଟର ବିରାଟ କୋହଲି । ସବୁବେଳେ ନିଜ ଲଗଜୁରୀୟସ୍ ଲାଇଫ ଷ୍ଟାଇଲ୍କୁ ନେଇ ରହିଥାନ୍ତି ଚର୍ଚ୍ଚାରେ । କିଙ୍ଗ କୋହଲିଙ୍କ ପାଖରେ ୯ଟି ଦାମୀ ଜିନିଷ ରହିଛି । ଯାହାର ଦାମ୍ କୋଟିକୋଟି ଟଙ୍କା । ଏପରି ଏକ ଜିନିଷ ରହିଛି ତାହାର ଦାମ୍ ୩୪୪ କୋଟି । ଆସନ୍ତୁ ଜାଣିବା ସେହି ସବୁ ଦାମୀ ଜିନିଷ ବିଷୟରେ…
ବିରାଟ କୋହଲିଙ୍କର ଘଣ୍ଟାର ଏକ ବଡ କଲେକ୍ସନ୍ ରହିଛି । ଯେଉଁଥିରେ ରୋଲେକ୍ସ ଡେଟୋନା ରେନବୋ ଏଭରୋଜ୍ ଗୋଲ୍ଡ ସାମିଲ ରହିଛି । ଏହି ଘଣ୍ଟାର ଦାମ୍ ୫୭ ଲକ୍ଷରୁ ଅଧିକ । ବିରାଟ କୋହଲି ଅଡି RS5 କୁପ କାରର ମାଲିକ ମଧ୍ୟ ଅଟନ୍ତି । ଯାହା ତାଙ୍କର ପ୍ରିୟ ଗାଡି ମଧ୍ୟରୁ ଗୋଟିଏ । ଏହି କାରର ଦାମ୍ ପ୍ରାୟ ୧.୧୩ କୋଟି ଟଙ୍କା ।
ବିରାଟ କୋହଲିଙ୍କ ପାଖରେ ରେଞ୍ଜ ରୋଭର ଲ୍ୟାଣ୍ଡ ରୋଭର ଭୋଗ କାର ମଧ୍ୟ ଅଛି । ଏହାର ମୂଲ୍ୟ ପ୍ରାୟ ୨.୭ କୋଟି ଟଙ୍କା । ଏହି କାର ୮.୫ ସେକେଣ୍ଡ ମଧ୍ୟରେ ୧୦୦କୁ ସ୍ପିଡ୍ରେ ଗତି କରିପାରିବେ । କୋହଲିଙ୍କ କାର କଲେକ୍ସନରେ ବେଣ୍ଟଲି ଫ୍ଲାଇଙ୍ଗ ସ୍ପୁର କାର ସାମିଲ ରହିଛି । ଏହି କାରର ଦାମ୍ ପ୍ରାୟ ୫.୨୫ କୋଟି ଟଙ୍କା ।
ବିରାଟ କୋହଲି ମଧ୍ୟ ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି କାରର ମାଲିକ ଅଟନ୍ତି । ଏହି ବିଳାସପୂର୍ଣ୍ଣ କାରର ଦାମ୍ ପ୍ରାୟ ୫.୨୩ କୋଟି ଟଙ୍କା । କୋହଲି ଅନେକ ଘରର ମାଲିକ ମଧ୍ୟ ଅଟନ୍ତି । ତାଙ୍କର ଅଲିବାଗରେ ଏକ ଫାର୍ମହାଉସ୍ ଅଛି । ଏହି ବିଳାସପୂର୍ଣ୍ଣ ଫାର୍ମହାଉସ୍ ୮ ଏକରରେ ବ୍ୟାପିଛି । ଏହାର ଦାମ୍ ପ୍ରାୟ ୩୨ କୋଟି ।
ଗୁରୁଗ୍ରାମରେ କୋହଲିଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ରହିଛି । ଏହି ବଙ୍ଗଳାର ଦାମ୍ ୮୦ କୋଟିରୁ ଅଧିକ କୁହାଯାଉଛି । ବିରାଟ କୋହଲି ୱ୍ରୋଗନ୍ ନାମକ ଏକ ବ୍ରାଣ୍ଡର ମାଲିକ ଅଟନ୍ତି । ଏହି ବ୍ରାଣ୍ଡ ଅନେକ ଷ୍ଟାଇଲିସ୍ ଏବଂ ଉତ୍କୃଷ୍ଟ ସାର୍ଟ, ଡେନିମ୍, ଫୁଟବିୟର ବିକ୍ରି କରିଥାଏ । ବର୍ତ୍ତମାନ ସମୟରେ ଏହାର ବ୍ରାଣ୍ଡ ଭ୍ୟାଲ୍ୟୁ ୩୪୪ କୋଟି ।