IBN ଓଡ଼ିଶା ବ୍ୟୁରୋ

୧୮ କୋଟିର ଫ୍ଲାଟ୍‌କୁ ଭଡାରେ ଦେଲେ କାର୍ତ୍ତିକ ଆର୍ଯ୍ୟନ, ମାସକୁ ଆଦାୟ କରୁଛନ୍ତି ୪ ଲକ୍ଷ ଟଙ୍କା

ମୁମ୍ଵାଇ ୩୦।୦୮: ବଲିଉଡ ତାରକା କାର୍ତ୍ତିକ ଆର୍ଯ୍ୟନ । ବର୍ତ୍ତମାନ ତାଙ୍କର ଆଗାମୀ ହରର କମେଡି ଫିଲ୍ମ ‘ଭୁଲ ଭୁଲେଆ-୩’ ପାଇଁ ବ୍ୟସ୍ତ ଅଛନ୍ତି। ଫ୍ୟାନ୍ସମାନେ ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରିଛନ୍ତି। ଦିୱାଲି ୨୦୨୪ ଅବସରରେ ରିଲିଜ୍ ହେବାକୁ ଯାଉଛି। ଗତଥର କାର୍ତ୍ତିକ ଚନ୍ଦୁ ଚାମ୍ପିଅନ୍ ଫିଲ୍ମରେ ନଜର ଆସିଥିଲେ।

ଯାହା ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା। ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ଆଲୋଚନାକୁ ଆସିବାର କାରଣ ଅଲଗା ଅଟେ । କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ୧୮ କୋଟି ଟଙ୍କା ମୂଲ୍ୟର ଘରକୁ ଭଡାରେ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନ୍ ଏହି ବଙ୍ଗଳାକୁ ପ୍ରାୟ ୪.୫ ଲକ୍ଷ ଟଙ୍କା ଭଡାରେ ଦେଇଛନ୍ତି। ସ୍କୋୟାର୍ ୟାର୍ଡ ଅନୁଯାୟୀ ଏହାର ପଞ୍ଜୀକରଣ ୪୨,୫୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟିରେ କରାଯାଇଛି। କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଆପାର୍ଟମେଣ୍ଟ ୧୯୧୨ ବର୍ଗଫୁଟ ଉପରେ ବ୍ୟାପିଛି ଏବଂ ଏହା ସିଦ୍ଧବିନାୟକ ପ୍ରେସିଡେନ୍ସି କୋ-ଅପରେଟିଭ୍ ହାଉସିଂ ଅଧୀନରେ ଅଛି।

କାର୍ତ୍ତିକ ଆର୍ଯ୍ୟନ୍ ଆପାର୍ଟମେଣ୍ଟ କେବେ କିଣିଲେ?

କାର୍ତ୍ତିକ ଆର୍ଯ୍ୟନ୍ ଏହି ଆପାର୍ଟମେଣ୍ଟକୁ ୩୦ ଜୁନ୍ ୨୦୨୪ ରେ କିଣିଥିଲେ ଏବଂ ସେତେବେଳେ ହିଁ ପଞ୍ଜୀକୃତ କରିଥିଲେ। କାର୍ତ୍ତିକ ତାଙ୍କ ମାଆଙ୍କ ନାମରେ ଏହି ଆପାର୍ଟମେଣ୍ଟକୁ ୧୭.୮ କୋଟି ଟଙ୍କାରେ କିଣିଥିଲେ। କାର୍ତ୍ତିକ ଏହି ଆପାର୍ଟମେଣ୍ଟ କିଣିବା ପାଇଁ ୧.୦୫ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦେଇଥିଲେ। ଏଥି ସହିତ ଫିଲ୍ମ ରେଜିଷ୍ଟ୍ରେସନରେ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଠାରେ ଅନେକ ସେଲିବ୍ରେଟ୍ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି, ଯେଉଁଥିରେ ଜାଭେଦ ଅଖତର ନାମ ମଧ୍ୟ ଅନ୍ତର୍ଭୁକ୍ତ ।

Related Articles

Leave a Reply

Your email address will not be published. Required fields are marked *

Back to top button