ରାଜନୀତି

ଚମ୍ପାଇଙ୍କ ସ୍ଥାନରେ ରାମଦାସ ସେରେନ୍; ମନ୍ତ୍ରିମଣ୍ଡଳରେ ସାମିଲ୍ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: କୋହ୍ଲାନ ଟାଇଗର ଚମ୍ପାଇ ସୋରେନ ଜେଏମଏମ ଛାଡ଼ିବା ପରେ କାଳ ବିଳମ୍ବ ନକରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଚମ୍ପାଇଙ୍କ ସ୍ଥାନରେ ରାମଦାସଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି । ଶୁକ୍ରବାର ରାମଦାସ ସୋରେନ ଝାଡ଼ଖଣ୍ଡର ମନ୍ତ୍ରୀ ଭାବେ ପଦ ଗୋପନୀୟତାର ଶପଥ ପାଠ କରିଛନ୍ତି ।

ରାମଦାସ ସୋରେନ ଦ୍ବିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଚମ୍ପାଇ ସୋରେନ ଓ ରାମଦାସଙ୍କ ମଧ୍ୟରେ ବହୁ ସମାନତା ରହିଛି । ରାମଦାସ ମଧ୍ୟ ସାନ୍ତାଳି ସଂପ୍ରଦାୟରୁ ଆସୁଛନ୍ତି । ସେ କୋହ୍ଲାନ କ୍ଷେତ୍ରର ଘାଟଶିଳାର ବାସିନ୍ଦା । ଅଲଗା ଝାଡ଼ଖଣ୍ଡ ଆନ୍ଦୋଳନରେ ମଧ୍ୟ ସେ ସାମିଲ ଥିଲେ । ଲମ୍ବା ସମୟ ଧରି ପୂର୍ବ ସିଂହଭୂମରେ ଜେଏମଏମ ପାଇଁ କାମ କରି ଆସୁଛନ୍ତି । ରାଜନୈତିକ ବିଶ୍ଲେଷକଙ୍କ ମତ ଅନୁଯାୟୀ,ଚମ୍ପାଇଙ୍କ ସ୍ଥାନରେ ରାମଦାସ ସୋରେନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ସଠିକ୍ ଚୟନ ।

ଏପଟେ ଚମ୍ପାଇ ସେରେନ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହେବେ । ରାଞ୍ଚିରେ ସେ ବିଜେପି ହାତ ଧରିବେ ବୋଲି କୁହାଯାଉଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ସାକ୍ଷାତ ପରେ ଜେଏମଏମରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ର ଶିବୁ ସୋରେନଙ୍କ ପାଖକୁ ପଠାଇଥିଲେ । ସେ ଏଥିରେ ଲେଖିଥିଲେ, ପାର୍ଟି ନିଜ ଲକ୍ଷ୍ୟରୁ ବାହାରି ସାରିଛି ଏବଂ ଏଜଏମଏମ ଛାଡିବି ବୋଲି ଭାବି ନଥିଲି ।

Related Articles

Leave a Reply

Your email address will not be published. Required fields are marked *

Back to top button