ରାଜନୀତି

ଜଟଣୀ ରାଜନୀତି ସର୍‌ଗରମ; ସ୍ୱାଧୀନ ଲଢ଼ିବେ ସୁରଙ୍କ ବଡ଼ପୁଅ – Ibnodisha

[ad_1]

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ଏବେ ସାନଭାଇଙ୍କ ସଂସଦୀୟ ଆସନ ଅନ୍ତର୍ଗତ ଜଟଣୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି । ସିଦ୍ଧାର୍ଥ କହିଛନ୍ତି ଯେ ସେ ନୀତିଆଦର୍ଶଯୁକ୍ତ ରାଜନୀତି ଓ ଲୋକଙ୍କ ସେବାରେ ବିଶ୍ୱାସ କରନ୍ତି । ନିମାପଡ଼ାରେ କଂଗ୍ରେସ ପ୍ରାର୍ଥୀ ଭାବେ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଜଟଣୀ ହେଉଛି ଆମ ଘର, ଆଗ ଘରକୁ ବଞ୍ଚାଇବାକୁ ପଡ଼ିବ । ଏବେ ନିମାପଡ଼ାକୁ ଯାଇ ଲଢ଼ିଲେ କ’ଣ ହେବ । ଯେଉଁ ବିଜେଡିକୁ ହରାଇବାକୁ ପ୍ରୟାସ କରି ହରାଇଲୁ, ସେହି ଜଟଣୀବାସୀଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ନିଷ୍ପତ୍ତି ନେଇଛି । ଜଟଣୀ ମାଫିଆଙ୍କ ହାତକୁ ନଯାଉ ବୋଲି ଆମେ ବିଜେଡିକୁ ହରାଇଥିଲୁ ।

ତେଣୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଟଣୀରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଟିକେଟ୍ ଦେଲେ ବି ନେବିନି । ଜଟଣୀବାସୀଙ୍କ ସହ କିଛି ଅନ୍ୟାୟ ହେଉ ବୋଲି ଚାହୁଁନି । ଜଟଣୀ ସହ ଯେଉଁ ଅଧର୍ମ ହେଉଛି ଓ ହେବ ତାକୁ ବନ୍ଦ କରିବାକୁ ଚାହୁଁଛି । ସାନଭାଇ ମନ୍ମଥଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ବିଜେଡିର ବହୁତ ପଇସା ଅଛି, ବହୁତ ନେତା ଅଛନ୍ତି । ବାପା ସୁର ରାଉତରାୟ ବି ଅଛନ୍ତି । ସେ ସମସ୍ତଙ୍କୁ ନେଇ ଜିତୁ । କିନ୍ତୁ ଜଟଣୀ ସହ ହାତ ମାରନି । ଆମେରିକା ଛାଡ଼ି ଆସିଛିମାନେ ଲଢ଼ିକି ଯିବି । ସ୍ୱାଧୀନରୁ ଆରମ୍ଭ କରିବି । ନୂଆ ଦଳ ‘କଳିଙ୍ଗ ପ୍ରୋଗ୍ରେସିଭ୍ ପାର୍ଟି’ ପାଇଁ ଅନୁମତି ମାଗିଛି । ଯଦି ଚିହ୍ନ ମିଳେ ତା’ହେଲେ ନିଜ ଦଳରୁ ଲଢ଼ିବି । ବହୁତ ଦୁର୍ନୀତି ହେଲା, ଅନ୍ୟାୟ ହେଲା ।

ପାଇକପୁଅମାନେ ଏକଜୁଟ ହେବାର ସମୟ ଆସିଛି । ସିଦ୍ଧାର୍ଥଙ୍କ ଏହି ବୟାନ ପରେ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଅଙ୍କ ଏପଟସେପଟ ହେବାର ଆଶଙ୍କା ଦେଖାଦେଲାଣି । ଗତ ବିଧାନସଭା ନିର୍ବାଚନରେ ଏହି ଆସନରୁ ସିଦ୍ଧାର୍ଥଙ୍କ ପିତା ସୁରଙ୍କଠୁ ୭୫୩୯ଖଣ୍ଡ ଭୋଟ୍ ବ୍ୟବଧାନରେ ବିଭୂତି ବଳବନ୍ତରାୟ ପରାଜିତ ହୋଇଥିଲେ । ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଛିଡ଼ାହେଲେ ସୁରଙ୍କ ସହ ଥିବା ଭୋଟ୍‌ବ୍ୟାଙ୍କ ତାଙ୍କ ସପକ୍ଷରେ ଆସିବା ସହ ଅସନ୍ତୁଷ୍ଟ ବିଜେଡି(ବିଭୂତି ବିରୋଧୀ ଓ ମନ୍ମଥ ବିରୋଧୀ) ଭୋଟ୍ ମଧ୍ୟ ତାଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଭୂତିଙ୍କ ଜିତିବା ମାର୍ଗରେ ସେ କଣ୍ଟା ହେବେ, ଯାହାର ସିଧାସଳଖ ଫାଇଦା ବିଜେପି ପ୍ରାର୍ଥୀଙ୍କୁ ମିଳିବ ବୋଲି ଆକଳନ କରାଯାଉଛି । ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ବ୍ଲକ୍‌ର ୫ଟି ପଞ୍ଚାୟତରେ ବିଭୂତିଙ୍କର ସଂଗଠନ ସେତେଟା ଭଲନୁହେଁ ବୋଲି କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button