IBN ଓଡ଼ିଶା ବ୍ୟୁରୋ

ବାଇକ୍ ଆରୋହୀଙ୍କୁ ଘୋଷାଡି ନେଲା ଏସୟୁଭି କାର୍; ଚାଳକ ମୃତ, ନାବାଳକ ସମେତ ତିନି ଅଭିଯୁକ୍ତ ଗିରଫ

ମୁମ୍ଵାଇ ୩୦।୦୮: ମହାରାଷ୍ଟ୍ରର ରାଜଧାନୀ ପୁଣେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଏସୟୁଭି ଚଳାଉଥିବା ଜଣେ ନାବାଳକ ଜଣେ ବାଇକ୍ ଚାଳକଙ୍କୁ ଘୋଷାଡି ଦେଇଛି। ଏହି ଘଟଣାରେ ପୋଲିସ୍ ତୁରନ୍ତ ଗାଡ଼ି ଚଳାଉଥିବା ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଏକ ଦ୍ରୁତ ଗତିରେ ଯାଉଥିବା ଏସୟୁଭି କାର୍ ଜଣେ ବାଇକ୍ ଚାଳକଙ୍କୁ ପିଟିଥିଲା।

ଏହାପରେ କାର୍ଟି ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଥିଲା। ଦୁର୍ଘଟଣା ପରେ ନାବାଳକଟି ଗାଡ଼ିରୁ ବାହାରି ପରେ ପଳାଇ ଯିବାକୁ ଚେଷ୍ଟା କରୁଥିଲା। ହେଲେ ତାଙ୍କୁ ପୋଲିସ୍ ଧରିଥିଲା।

ବାଇକ୍ ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍ ଚାଳକଜଣକ ଜଣେ ୨୪ ବର୍ଷର କ୍ଷୀର ବ୍ୟବସାୟୀ ବୋଲି ଜଣାପଡିଛି । ନେଉଥିଲେ। ଅଭିଯୁକ୍ତ ବାଇକ୍ ଚାଳକଙ୍କ ବୟସ ୧୭ ବର୍ଷ ବୋଲି ଜଣାଯାଇଛି। ଏହା ବ୍ୟତୀତ ଏସୟୁଭି ମାଲିକ ୪୮ ବର୍ଷୀୟ ଇକବାଲ ଜିବାନୀ ଓ ତାଙ୍କ ପୁଅ ୨୧ ବର୍ଷୀୟ ମୋହମ୍ମଦ ଫେଜ ଇକବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button