IBN ଓଡ଼ିଶା ବ୍ୟୁରୋ

ଆ କାର୍‌ ମୋତେ ମାର୍‌! ରାସ୍ତା ଉପରେ ମହିଳାଙ୍କ ଇଏ କି କାରନାମା, ଦେଖନ୍ତୁ..

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ଏକ ରାସ୍ତାରେ ଜଣେ ମହିଳା ଚଳନ୍ତା କାର୍ ସମ୍ମୁଖରେ ପଡ଼ିଯାଇ ଦୁର୍ଘଟଣା ନାଟକ କରୁଥିବା କାର୍‌ର ଡ୍ୟାସ୍‌କ୍ୟାମ୍(ଡ୍ୟାସ୍‌ବୋର୍ଡ଼ରେ ଲାଗିଥିବା କ୍ୟାମେରା)ରେ ଧରାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଚାଳକ କାର୍‌ର ଗତି କମ୍‌ କରିଦେଇଥିଲେ, କିନ୍ତୁ ସେ କାର ଆଗରେ ପଡ଼ିଗଲେ ଓ ଏହା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ଭିଡିଓ ଫୁଟେଜକୁ ଶୋନୀ କପୁର ନାମକ ଆକାଉଣ୍ଟରୁ ଅଗଷ୍ଟ ୨୯ରେ ଏକ୍ସରେ ଶେୟାର କରିଥିଲେ, ଯେଉଁଥିରେ ସେ ସାମାଜିକ ଗଣମାଧ୍ୟମ ବ୍ୟବହାରୀକାରୀଙ୍କୁ ଗାଡ଼ିର ଡ୍ୟାସବୋର୍ଡରେ କ୍ୟାମେରା ଲଗାଇବାକୁ ଅନୁରୋଧ କରିଥିଲେ। ସେ ଗାଡ଼ି ମାଲିକ ତଥା ଚାଳକମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଡ୍ୟାସବୋର୍ଡରେ କ୍ୟାମେରା ଲଗାନ୍ତୁ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାର ଚଳାଉଥିଲେ ରାସ୍ତା ମଝିରେ ଠିଆ ହୋଇଥିବା ଜଣେ ମହିଳା ଗାଡିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିଲେ। ଚାଳକ ତାଙ୍କଠାରୁ ବର୍ତ୍ତିବାକୁ ଚେଷ୍ଟା କରିବା ସତ୍ବେ ସେ ଜାଣିଶୁଣି କାର ଆଗରେ ପଡ଼ି ଯାଇଥିଲେ। ଭିଡିଓ ଦେଖିବା ପରେ ଲୋକେ ଅନୁମାନ କରୁଛନ୍ତି ଯେ, ମହିଳା ଜଣକ ମାନସିକ ସ୍ତରରେ ଅସୁସ୍ଥ କିମ୍ବା ଆତଙ୍କିତ ହୋଇ ଥାଇପାରନ୍ତି। କିମ୍ବା ଚାଳକମାନଙ୍କଠାରୁ ଟଙ୍କା ମାଗିବା ପାଇଁ କିଛି କୌଶଳ ଆପଣାଇ ଥାଇପାରନ୍ତି।

ଏହି ଘଟଣା ଡ୍ୟାସକ୍ୟାମରେ କଏଦ ହୋଇଥିଲା। ଯେଉଁଥିରେ ଦେଖାଯାଉଛି ଯେ, ମହିଳା ଜଣକ ରାସ୍ତାରେ ଠିଆ ହୋଇଥିଲେ ଏବଂ ଜାଣିଶୁଣି କାରର ବୋନଟ ସହ ଧକ୍କା ହୋଇଥିଲେ। ପରେ କାର୍‌ ତାଙ୍କୁ ଧକ୍କା ଦେବା ଭଳି ନାଟକ କରିଥିଲେ। ଫୁଟେଜରେ ଏହା ମଧ୍ୟ ଦେଖାଯାଉଛି କି, ଯେତେବେଳେ ମହିଳା ଜଣକ ଜାଣିଶୁଣି ଏଭଳି ଅସାଧାରଣ ବ୍ୟବହାର କରିଥିଲେ, ସେତେବେଳେ ଡ୍ରାଇଭର ସୁରକ୍ଷିତ ଭାବରେ ଗାଡ଼ି ଚଳାଇଥିଲା। ତଥାପି ବ୍ୟସ୍ତବହୁଳ ରାସ୍ତାରେ ଏଭଳି ବିପଜ୍ଜନକ କାରନାମା ବିଷୟରେ ପ୍ରଶ୍ନ ସହିତ ଭିଡିଓ ଭାଇରାଲ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button