IBN ଓଡ଼ିଶା ବ୍ୟୁରୋ

ପାକିସ୍ତାନ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ

ସଲାମାବାଦ : ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପାକିସ୍ତାନରେ ଏସ୍‌ସିଓ (ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ ବୈଠକରେ ଯୋଗଦେବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରାଯାଇଛି। ସୀମାପାର ଆତଙ୍କବାଦ ପ୍ରସଙ୍ଗ ନେଇ ବର୍ତ୍ତମାନ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତ ହୋଇଥିବାବେଳେ ମୋଦୀ ଉକ୍ତ ବୈଠକରେ ଯୋଗଦେବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି କୂଟନୈତିକ ମହଲ ଆଶଙ୍କା କରୁଛନ୍ତି।

ତେଣୁ ଉକ୍ତ ବୈଠକରେ ଯୋଗଦେବାକୁ ଅନ୍ୟ କୌଣସି କ୍ୟାବିନେଟ ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି। ଏପରିକି ମୋଦୀ ପାକିସ୍ତାନ ଆସିବେ ନାହିଁ ବୋଲି ସେଠାକାର ବିଦେଶ ମନ୍ତ୍ରଣାଳୟ ଆଶଙ୍କାବ୍ୟକ୍ତ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button