ଶାଶୁ-ବୋହୂ ଙ୍କ ମଧ୍ୟରେ ବାରମ୍ବାର କଳହ ଲାଗୁଥିଲେ କଣ କରିବେ ? କିପରି ଘରେ ଶାନ୍ତି ଆସିବ ?

ଘର ପରିବାର ରେ ଲୋକ ଥିଲେ କଳି ଝଗଡା ମନ ମୁତାବକ ଲାଗି ରହିଥାଏ । ଏପରି ମଧ୍ୟ କୁହାଯାଇଥାଏ କି ଯେଉଁଠାରେ ପ୍ରେମ ଥାଏ ସେହି ଠାରେ ହିଁ ଅପେକ୍ଷା ରହିଥାଏ । ଯାହା ପୂରଣ ନ ହେବ ହେତୁ ଦୁହିଁ ଙ୍କ ମଧ୍ୟରେ କଳହ ହେବାର ଡେକହ ଯାଇଥାଏ । କିନ୍ତୁ ବନ୍ଧୁଗଣ ବେଳେବେଳ କଳହ ଏତେ ମାତ୍ରା ରେ ବଢିଯାଏ କି ସମ୍ବନ୍ଧ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଯାଏ ।
ତେଣୁ ସମୟ ପୂର୍ବରୁ ଏଗୁଡ଼ିକର କାରଣ ଜାଣି ନିଜ ମଧ୍ୟରେ କିଛି ପରିବର୍ତ୍ତ୍ନ କରି ଏହି ସବୁ କୁ ସମାଧାନ କରିବାକୁ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ପ୍ରସଙ୍ଗ ଯାହାଦ୍ୱାରା ଆପଣ ନିଜ ଘରର କଳହ କୁ ସମାଧାନ କରି ପାରିବେ । ବନ୍ଧୁଗଣ କଳହ କୁ ସମାଧାନ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ କଳହ ଟିର କାରଣ ଜାଣିବାକୁ ହୋଇଥାଏ ।
ଏହାଛଡା ବନ୍ଧୁଗଣ ଆମେ କହୁଥିବା ବାଣୀ ଯାହାକି ମୃତ ବସ୍ଥାରେ ପଡିଥିବା ବ୍ୟକ୍ତି କୁ ଜୀବନ ଦାନ କରିପାରେ କିମ୍ବା କେହି ଜୀବିତ ବ୍ୟକ୍ତି କୁ ମୃତ ବସ୍ଥା କୁ ମଧ୍ୟ ପହଞ୍ଚାଇ ପାରେ । ତେଣୁ ସବୁବେଳେ କଥା ଆଖିବା ସମୟରେ ଧ୍ୟାନ ଦେବାକୁ ହୋଇଥାଏ କି ଯେପରି କହୁଥିବା ବାଣୀ କାହା ହୃଦୟ କୁ କଷ୍ଟ ନ ଦିଏ ।
ସବୁବେଳେ ଅନ୍ୟକୁ କହିବା ସମୟରେ ଚିନ୍ତା କରିବା କଥା କି ଯଦି ଏପରି କେହି କିଛି ଆମକୁ କୁହେ ତେବେ ଆମକୁ କିପରି ଲାଗିବ ? ବନ୍ଧୁଗଣ ସମସ୍ତ ପ୍ରାଣୀ ଙ୍କର ଶରୀରରେ ନାରାୟଣ ଙ୍କର ବାସ ଥାଏ ତେଣୁ କୁହାଯାଏ ମଧ୍ୟ ନର ଦେହ ସ୍ଥିତ ନାରାୟଣ । ତେଣୁ ଯଦି ଆପଣ ଙ୍କର ବାଣୀ କାହାର ହୃଦୟ କୁ କଷ୍ଟ ଦେଇଉଛି ତେବେ ଏଆହର ଅର୍ଥ ହେଉଛି ତାହା ଭଗନବାନ ଙ୍କୁ ମଧ୍ୟ କଷ୍ଟ ଦେଉଛି ।
ମନେ ରଖିବେ ବନ୍ଧୁଗଣ ଶାସ୍ତ୍ର ରେ ସ୍ପଷ୍ଟ ବର୍ଣ୍ଣିତ ହୋଇ ଅଛି ଯେ ଭଗବାନ ଙ୍କୁ କଠୋର ହୃଦୟର ବ୍ୟକ୍ତି ବା କଠୋର ବାଣୀ ପ୍ରୟୋଗ କରୁଥିବା ବ୍ୟକ୍ତି କେବେ ପ୍ରିୟ ହୋଇ ନଥାନ୍ତି । ତେଣୁ ବନ୍ଧୁଗଣ ସର୍ବଥା ମଧୁର ବାଣୀ ର ବ୍ୟବାହାର କରିବା ଉଚିତ ।
ବନ୍ଧୁଗଣ ମନୁଷ୍ୟ ଚାହିଁ ମଧ୍ୟ କେବେ ପରିସ୍ଥିତି କୁ ବଦଳାଇ ପାରେ ନାହିଁ । କିନ୍ତୁ ଏହା ସତ୍ୟ ମଧ୍ୟ ପରିସ୍ଥିତି କୁ କେବେ ବଦଳାଇ ହେବ ମଧ୍ୟ ନାହିଁ । ଯେ ମଣିଷ ଏପରି କରିବାକୁ ଇଛା କରିଥାଏ, ବାସ୍ତବରେ ସେ ବଡ ମୂର୍ଖ ହୋଇଥାଏ । କିନ୍ତୁ ବନ୍ଧୁଗଣ ଆପଣ ଚାହିଁଲେ । ନିଜକୁ ପରିବର୍ତ୍ତ୍ନ କରି ପାରିବେ । ଏହାର ଅର୍ଥ ଏହା କଦାପି ନୁହେଁ କି ଆପଣ ସାମ୍ନା ରେ ଥିବା ଲୋକ ଙ୍କ ଆଗରେ ନାଟ ମସ୍ତକ ହୋଇ ମୁଣ୍ଡ ନୂଆନ୍ତୁ ।
ଯଦି ସାମ୍ନା ରେ ଥିବା ବ୍ୟକ୍ତି ଆପଣଙ୍କ ପାଇଁ ଜରୁରୀ ହୋଇଥାନ୍ତି, ତେବେ ଏଭଳି କରିବାରେ କିଛି ଭୁଲ ମଧ୍ୟ ହୋଇନଥାଏ । ଆପଣ ସେହି ସମୟରେ ତାଙ୍କର ସେହି ସବୁ ଭଲ ଗୁଣ ବା ଭଲ କଥା ଗୁଡିକୁ ସ୍ମରଣ କରି ପରଣିତ ଯାହାକି ଆପଣଙ୍କୁ ତାଙ୍କ ପ୍ରତି କ୍ରୋଧ କରିବାକୁ ଦେବ ନାହିଁ ।




