ସ୍ୱାସ୍ଥ୍ୟ

କ୍ଷୀର ପିଇବା ସମୟରେ ଆପଣ କରୁଥିବା 5 ଟି ବଡ ଭୁଲ, 99 % ଲୋକ ଜାଣନ୍ତି ନାହିଁ କ୍ଷୀର ପିଇବାର ସଠିକ ଉପାୟ

ସୂଚନା ଅନୁସାରେ କ୍ଷୀର ଏକ ବହୁତ ହିଁ ସ୍ଵାସ୍ଥ ଉପଯୋଗୀ ଓ ପୁଷ୍ଟିକର ଖାଦ୍ୟ ପଦାର୍ଥ ମଧ୍ୟରୁ ଅନ୍ୟତମ ହୋଇଥାଏ । ଏଥିରେ ଥିବା ସମସ୍ତ ପୋଷକ ତତ୍ଵ ଶରୀର ପାଇଁ ବହୁତ ହିଁ ହିତକର ହୋଇଥାଏ । ତେଣୁ ବହୁତ ଲୋକ କ୍ଷୀର ସେବନ କରିଥାନ୍ତି । ବହୁତ ଲୋକଙ୍କର କ୍ଷୀର ସେବନ କରିବା ପରେ ତାଙ୍କ ଠାରେ କିଛି ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳିଥାଏ ।

 

ଯେପରି କ୍ଷୀର ପିଇବା ପରେ ହଜମ ନହୋଇ ପେଟରେ ଗ୍ଯାସ ହୋଇଯିବା, ପେଟ ଫୁଲିବା, ବାନ୍ତି ହେବା, ବହୁତ ଲୋକଙ୍କୁ ତ କ୍ଷୀର ସେବନ ଦ୍ଵାରା ତାଙ୍କ ଶରୀର ଉପରେ କୁପ୍ରଭାବ ପକାଇ ଆଲର୍ଜୀ ମଧ୍ୟ କରାଇ ଦେଇଥାଏ । ତେଣୁ କ୍ଷୀର ପିଇବା ସମୟରେ ଯଦି ଏହି ୫ ଟି ଭୁଲ କରୁଛନ୍ତି । ତେବେ ନିହାତି ଭାବରେ କ୍ଷୀର ସେବନ ଦ୍ଵାରା ବ୍ୟକ୍ତିର ସାଇଡଇଫେକ୍ଟ ଦେଖାଯିବ ।

ପ୍ରଥମ ଭୁଲ ହେଉଛି । କ୍ଷୀରକୁ ବହୁତ ଲୋକ ଥଣ୍ଡା କରି ବା ସେଥିରେ ବରଫା ପକାଇ ସେବନ କରିଥାନ୍ତି । ଯାହା କ୍ଷୀର ପିଇବାର ସଠିକ ତରିକା ହୋଇନଥାଏ । କ୍ଷୀରକୁ ଥଣ୍ଡା କରି ପିଇବା ଦ୍ଵାରା ସେଥିରେ ଥିବା ହଜମ କ୍ରିୟା ନଷ୍ଟ ହୋଇଯାଇଥାଏ । ତେଣୁ ଥଣ୍ଡା କ୍ଷୀର ପିଇବା ମାତ୍ରେ ହିଁ ପେଟରେ ଠିକ ଭାବରେ ହଜମ ନହୋଇ ଗ୍ଯାସ  ହେବା ସହ ପେଟ ଭାରୀ ଲାଗିଥାଏ ।

 

ତେଣୁ କ୍ଷୀରକୁ ସବୁବେଳେ ଅଳ୍ପ ହେଉ ପଛେ ଗରମ କରି ସେବନ କରିବା ଉଚିତ । ଦିତୀୟରେ ବହୁ ଲୋକ କ୍ଷୀର ସାଥିରେ ଫଳ ମିଶାଇ ଖାଇଥାନ୍ତି । ଏହାକୁ ଖାଇବା ଦ୍ଵାରା ବି ହଜମ ହେବାରେ ବହୁତ ବାଧା ଆସିଥାଏ । ତେଣୁ କ୍ଷୀର ପିଇବା ସମୟରେ କୌଣସି ଫଳ ମିଶାଇ ଖାଇବା ଉଚିତ ନୁହେଁ । କେବଳ କଦଳୀ ଓ ଆମ୍ବ ମିଶାଇ ଖାଇପାରିବେ ।

ତୃତୀୟରେ ଖାଦ୍ୟ ଖାଇବାର ୨ ଘଣ୍ଟା ପୂର୍ବରୁ ବା ପରେ କ୍ଷୀର ସେବନ କରିବା ଉଚିତ । ଚତୁର୍ଥରେ କ୍ଷୀର ସାଥିରେ ଚିନୀ ମିଶାଇ ପିଇବା ଉଚିତ ହୋଇନଥାଏ । କାରଣ କ୍ଷୀରରେ ଆଗରୁ ହିଁ ଲାକ୍ଟୋଜ ନାମକ ସୁଗାର ରହିଥାଏ । ଯାହା କ୍ଷୀରକୁ ମିଠା କରିକି ରଖିଥାଏ । ଯଦି ତାହା ସାଥିରେ ମଧ୍ୟ ଆହୁରି ଚିନି ମିଶାଇ କ୍ଷୀର ସେବନ କରିବେ । ତେବେ ଏହା ଶରୀରରେ ସୁଗାରର ମାତ୍ରା ବଢିଯାଇଥାଏ ।

 

ପଞ୍ଚମରେ କ୍ଷୀର ସହିତ ନମକିନ ତଥା ଲୁଣ ଜାତୀୟ କୌଣସି ଖାଦ୍ୟ ଖାଇବା ଅନୁଚିତ । କାରଣ କ୍ଷୀର ସହିତ ବହୁତ ଲୋକ ଲୁଣିଆ ବିସ୍କୁଟ ବା ଏଭଳି କିଛି ଖାଦ୍ୟ ଖାଇଦେଇଥାନ୍ତି । ଯାହାକି ସେମାନଙ୍କ ଠାରେ କ୍ଷୀରର କୁପ୍ରଭାବ ପଡିଥାଏ । ଯାହାକି ସ୍ଵାସ୍ଥ ପାଇଁ ହିତକର ହୋଇନଥାଏ । ତେଣୁ କ୍ଷୀର  ସେବନ କରିବା ସମୟରେ ଏହି ୫ ଟି ଭୁଲ କରିବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button