ରାଜ୍ୟ

ନିଶା ମୁକ୍ତ ଭସାଣି ସାଙ୍ଗକୁ ଅପରାଧ ମୁକ୍ତ ହେବ ପୂଜା ମାହୋଲ, ଚାଲିଛି ଗୀତ ରେକର୍ଡ

ଟକ: ଆସିଲାଣି ପାର୍ବଣ ଋତୁ । ଚାରିଆଡେ ଜମିବ ପୂଜାର ମାହୋଲ । ଗଣେଶ ପୂଜା ପରେ ପରେ ଦୁର୍ଗା ପୂଜାରେ କମ୍ପିବ ସିଲଭରସିଟି କଟକ । ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିହେବ ସେନେଇ କମିଶନରେଟ ପୋଲିସ୍ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ ।

ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ରେକର୍ଡ ହୋଇଛି ।

ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ କମ୍ପୋଜିସନ, ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି କଟକ ଲିଙ୍କ ରୋଡ଼ ସ୍ଥିତ ମିଳନ ଷ୍ଟୁଡିଓରେ ରେକର୍ଡ କାରଯାଇଛି । ଯାହା ଆଗମୀ ଦିନରେ ରିଲିଜ ହେବ।

ସଙ୍ଗିତ ନିର୍ଦେଶକଙ୍କ ମତରେ ପୂଜା ଭସାଣି ସମୟରେ ଟୁଇନ ସିଟିରେ ଅଧିକ ସ୍ଥାନରେ ଡିଜେ ବାଜିବା ଦ୍ୱାରା ସମାଜ ଉପରେ ପ୍ରଭାବ ପଡୁଛି । ଅତ୍ୟଧିକ ସାଉଣ୍ଡ ଦ୍ୱାରା ଶିଶୁ , ବରିଷ୍ଠ ସମାଜ ଓ ରୋଗାଗ୍ରସ୍ତ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ଏହାବ୍ୟତୀତ ନିଶା କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏହି ସବୁ ଦିଗକୁ ରୋକାଗଲେ ଏକ ସରସ ସୁନ୍ଦର ପୂଜାର ଆୟୋଜନ ହୋଇପାରିବ ବୋଲି କୁହାଯାଇଛି । ଏପଟେ ପୂର୍ବରୁ ଶାନ୍ତି କମିଟି ପୂଜା କମିଟି ସହ ବୈଠକ ସମୟରେ ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲା କମିଶନରେଟ ପୋଲିସ । ଯାହାକୁ ସ୍ୱାଗତ କରିଥିଲେ ପୂଜା କମିଟି ସଦସ୍ୟ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button