ସୋଆ ଏସ୍ପିଏସ୍ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ – Ibnodisha
[ad_1]
ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ଠାରେ
ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଏସ୍ପିଏସ୍ର ଡିନ୍ ପ୍ରଫେସର ଏସ୍.ସି.ସି ନିଜ ସ୍ୱାଗତ ଭାଷଣରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ ଫେଡେରେସନ୍
(ଏଫ୍ଆଇପି) ଗଠିତ ହୋଇଥିବା ଦିନଟିକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ଭାବେ ପାଳନ କରାଯାଏ ବୋଲି କହିଥିଲେ । ଏଫ୍ଆଇପି ଦ୍ୱାରା ଚଳିତ ବର୍ଷ ବିଶ୍ୱ ଫାର୍ମାସିଷ୍ଟ ଦିବସର ଥିମ୍ ‘ଫାର୍ମାସିଷ୍ଟସ ଷ୍ଟ୍ରେନ୍ଦେନିଙ୍ଗ ହେଲ୍ଥ ସିଷ୍ଟମ୍ସ’ ଅର୍ଥାତ୍ ‘ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି’ ରଖାଯାଇଛି ବୋଲି କହି ସେ ଏହି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ
ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଅବସରରେ ଏସ୍ପିଏସ୍ର ଆଡିସ୍ନାଲ ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ
ଫାର୍ମାସିଷ୍ଟମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମନ୍ତବ୍ୟ ରଖି ଏସ୍ପିଏସ୍ର ଡେପୁଟି ଡିନ୍ ପ୍ରଫେସର ପ୍ରତାପ
କୁମାର ସାହୁ ଚଳିତ ବର୍ଷ ଫର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଫାର୍ମାସିଷ୍ଟ ଦିବସ ପାଳନ ନେଇ ଦିଆଯାଇଥିବା ସ୍ଲୋଗାନ୍ ‘ଅଂଗଦାନ ମହାଦାନ’ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର
କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଫାର୍ମାସିଷ୍ଟମାନଙ୍କର ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ ଏକ ର୍ୟାଲିର ମଧ୍ୟ
ଆୟୋଜନ କରାଯାଇଥିଲା ।
[ad_2]