IBN ଓଡ଼ିଶା ବ୍ୟୁରୋ

ଯୁବମଞ୍ଚ: ଓଡ଼ିଶାରୁ ପ୍ୟାରିସ୍‌

ସ୍ବପ୍ନ ଦେଖିବା ଏବଂ ସ୍ବପ୍ନକୁ ସାକାର କରିବାରେ କିଛି ଲୋକ ସଫଳ ହୁଅନ୍ତି ଆଉ କିଛି ବିଫଳ ମଧ୍ୟ ହୁଅନ୍ତି। ନିଶାକୁ ପେସା କରିବା ବି ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ। ପୁଣି ଜଣେ ଓଡ଼ିଆ ପୁଅ ଭୁବନେଶ୍ବରରୁ ମୁମ୍ବାଇ, ସେଠାରୁ ପ୍ୟାରିସ୍ ଯାଇ ନିଜର କଳା ସ୍ବାକ୍ଷର ରଖିବା କିଛି ସହଜ କଥା ନୁହେଁ। େସମିତି ଜଣେ ଓଡ଼ିଆ ପୁଅ ନୃତ୍ୟଶିଳ୍ପୀ ସୁସଂକେତ ମିଶ୍ର।

ଓଡ଼ିଶୀ ନୃତ୍ୟରୁ କଳାଜୀବନ ଆରମ୍ଭ କରିଥିବା ସୁସଂକେତ ମୁମ୍ବାଇ ଆସି ଟେରେନ୍ସ ଲୁଇସ୍ ପ୍ରଫେସ୍ନାଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରୁ କନ୍ଟେମ୍ପରାରି ଡାନ୍ସରେ ଡିପ୍ଲୋମା ହାସଲ କଲେ। ଏହାପରେ ସେ ବିଭିନ୍ନ ଜାତୀୟ-ଅନ୍ତର୍ଜାତୀୟ େସା’ରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଛନ୍ତି। ନିକଟରେ ସେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ସାମିଲ୍ ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି।
ବିଶ୍ବ କ୍ରୀଡ଼ା ମହାକୁମ୍ଭର ଅନୁଭୂତି ବର୍ଣ୍ଣନା କରି ସେ କହନ୍ତି, ‘‘ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ସାମିଲ ହେବା ଏକ ବିରଳ ଉପଲବ୍ଧି ଥିଲା। ଇଣ୍ଡିଆ ହାଉସ୍ରେ ନିରୋଜ ଚୋପ୍ରା, ମନୁ ଭାକର୍ଙ୍କ ଭଳି ତାରକା ଖେଳାଳିଙ୍କୁ ପାଖରୁ ଦେଖିବା ଏବଂ ସେମାନଙ୍କୁ ବଲିଉଡ୍ ଗୀତ ନାଟୁନାଟୁ ଓ ଲୁଙ୍ଗି ଡାନ୍ସ ଆଦିରେ ନୃତ୍ୟ ଶିଖାଇବା ମୋ ପାଇଁ ଭାଗ୍ୟର କଥା। ପ୍ରଥମ ଦିନ ସୋ’ରେ ମୋର ଏକ ଗୀତରେ ଶ୍ରୀରାମଙ୍କ ଭୂମିକା ଥିଲା ଏବଂ ସବୁ ଖେଳାଳିଙ୍କ ଆଗରେ ମୁଁ ଭାରତକୁ ପ୍ରତିନିଧିତ୍ବ କରି ସୋ’ ଆରମ୍ଭ କରିଥିଲି। ଏହା ମୋ ପାଇଁ ଏକ ବଡ଼ ସଫଳତା।’’
ବିଜେଇଏମ୍ରୁ ସ୍କୁଲ୍ ଶିକ୍ଷା ପରେ ବିଜେବି କଲେଜରେ ଗ୍ରାଜୁଏସନ୍ ଏବଂ ବର୍ତ୍ତମାନ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଏମ୍ବିଏ କରୁଛନ୍ତି ସୁସଂକେତ। ୧୩ ବର୍ଷ ବୟସରେ ଜୀ ଟିଭିର ଡିଆଇଡି ଲିଟିଲ୍ ମାଷ୍ଟର୍ ସୋ’ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିବା ବେଳେ ସେ ଜଣାଶୁଣା ନୃତ୍ୟ ବିଶାରଦ ଟେରେନ୍ସ ଲୁଇସ୍ଙ୍କୁ ଭେଟିଥିଲେ। ଏହାପରେ ସେ ଲୁଇସ୍ଙ୍କ ଡ୍ୟାନ୍ସ କମ୍ପାନିରେ କାମ କରିବାର ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସୁସଂକେତ ଜଣେ ମାତ୍ର ଓଡ଼ିଆ ଭାବେ ଟେରେନ୍ସ ଲୁଇସ୍ କମ୍ପାନିରେ କାମ କରୁଛନ୍ତି।
ପିଲାଟି ବେଳୁ ତାଙ୍କର ନୃତ୍ୟ ପ୍ରତି ଦୁର୍ବଳତା ଥିଲା। କାରଣ ତାଙ୍କ ମାଆ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ। ବାପାଙ୍କ ସହଯୋଗ ଓ ପ୍ରେରଣାକୁ ପାଥେୟ କରି ସେ ଏତେ ବାଟ ଆସିଛନ୍ତି। ପରିବାରର ସହଯୋଗ ନଥିଲେ ସଫଳ ହୋଇପାରି ନଥାନ୍ତେ ବୋଲି ତାଙ୍କର ମତ।
ଓଡ଼ିଶାରେ ନୃତ୍ୟ ପ୍ରତିଭାଙ୍କ ବିକାଶ ଲାଗି କିପରି ସୁଯୋଗ ରହିଛି? ଏ ପ୍ରଶ୍ନରେ ସୁସଂକେତ ଉତ୍ତର ଦିଅନ୍ତି, ‘‘ଓଡ଼ିଶାରେ ସୁଯୋଗର ଅଭାବ ଅଛି। ପର୍ଯ୍ୟାପ୍ତ ସୁଯୋଗ ମିଳିଲେ ଅନେକ ପ୍ରତିଭା ବିକଶିତ ହୋଇପାରନ୍ତେ। ଯୁବପିଢ଼ିର ଡ୍ୟାନ୍ସର୍ମାନେ ଉପଯୁକ୍ତ ଶିକ୍ଷା ପେର ବାହାରକୁ ଯାଇ ନିଜକୁ ଏକ୍ସ୍ପ୍ଲୋର୍ କରନ୍ତୁ। ଅନ୍ୟ ରାଜ୍ୟ ତଥା ଦେଶର ବିଭିନ୍ନ ଡ୍ୟାନ୍ସ ଫର୍ମ ଓ ମୁଭ୍ମେଣ୍ଟକୁ ଶିଖନ୍ତୁ। ତେବେ ଯାଇ ସେମାନେ ବହୁତ ଆଗକୁ ଯାଇପାରିବେ।’’ ଅନ୍ୟପକ୍ଷରେ ସେ କହନ୍ତି,‘‘ବର୍ତ୍ତମାନ ଓଡ଼ିଆ ମନୋରଂଜନ ଶିଳ୍ପରେ ଆଖିଦୃଶିଆ ଉନ୍ନତି ହେଉନାହିଁ। ଏହାବାଦ୍ ଓଡ଼ିଶାରେ କଳାକ୍ଷେତ୍ରରେ ବଜେଟ୍ ମଧ୍ୟ କମ୍। ତେବେ ଉନ୍ନତମାନର ରିଅଲିଟି ସୋ’ ଜରିଆରେ ଅଭିଜ୍ଞ ଜଜ୍ଙ୍କ ଦ୍ବାରା ଉପଯୁକ୍ତ ପ୍ରତିଯୋଗୀ ଚୟନ କରି ଭଲ କଳାକାର ସୃଷ୍ଟି କରାଯାଇପାରିବ।’’
ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ପଚାରିଲେ ସୁସଂକେତଙ୍କ ଉତ୍ତର ଏମିତି। ସେ କହନ୍ତି, ‘‘ଓଡ଼ିଶାରେ ନୂଆକିଛି କରିବା ପାଇଁ ମୁଁ ଚାହୁଁଛି। ଏଠି କମ୍ପାନି ଖୋଲି ଓଡ଼ିଆ ପିଲାଙ୍କୁ ବାହାରର ନୃତ୍ୟଶୈଳୀ ଶିଖାଇବି ଏବଂ ବିଭିନ୍ନ ଜାତୀୟ-ଅନ୍ତର୍ଜାତୀୟ ସୋ’ର ଶୈଳୀ ସହ ପରିଚିତ କରାଇବି। ମୁଁ ମନୋରଂଜନ ଶିଳ୍ପରେ ହିଁ କ୍ୟାରିୟର୍ କରିବି। ମୁମ୍ବାଇରେ ରହି ବଲିଉଡ୍େର କାମ କରିବି। ଯଦି ସୁଯୋଗ ମିଳେ ତେବେ ଓଲିଉଡ୍ରେ ମଧ୍ୟ କାମ କରିବି। ଓଡ଼ିଶା ଓ ମୋର ଘର ପ୍ରତି ମୋହ ଥିଲା ଏବଂ ଆଗକୁ ମଧ୍ୟ ରହିବ।’’

Related Articles

Leave a Reply

Your email address will not be published. Required fields are marked *

Back to top button