IBN ଓଡ଼ିଶା ବ୍ୟୁରୋ

ପ୍ରଥମେ ଲାଇନ୍‌ କାଟିଲେ, ପରେ ପୂର୍ବତନ କର୍ପୋରେଟରଙ୍କୁ ଗୁଳିମାଡ଼ କଲେ

ବିଧାସଭା ନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି। ପ୍ରଥମେ ଲାଇନ୍ କାଟିଲେ, ତା’ପରେ ଅଜିତ ପାଓ୍ୱାରର ଏନ୍ସିପିର ପୂର୍ବତନ କର୍ପୋରେଟଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ହତ୍ୟା କଲେ। ମହାରାଷ୍ଟ୍ରରେ ପୁଣେ ଘଟିଛି ଏଭଳି କିଛି ଘଟଣା।

ପ୍ରାଣ ହରାଇଥିବା ଏନସିପିର ପୂର୍ବତନ କର୍ପୋରେଟର ହେଉଛନ୍ତି ବନରାଜ ଆମ୍ବେକର। ବନରାଜଙ୍କ ଉପରକୁ ପ୍ରଥମେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ଏହାପରେ ଏନ୍ସିପି ନେତାଙ୍କୁ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଏନସିପି ନେତାଙ୍କ ମୃତ୍ୟୁ ଘଟିଛି। ପୁଣେ ପୁଲିସ ଏହି ମାମଲା ଏଫ୍ଆଇଆର ରୁଜୁ କରି ତଦନ୍ତ ଜାରି ରଖିଛି।

ପୁଲିସର ସୂଚନାନୁସାରେ ପୁଣେର ନାନା ପେଠ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଛି। ଆକ୍ରମଣକାରୀମାନେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ବନରାଜଙ୍କ ଉପରକୁ ୫ରୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ତେବେ ଏହି ଆକ୍ରମଣ ପୂର୍ବରୁ ସେମାନେ ପୂରା ଅଞ୍ଚଳର ବିଦ୍ୟୁତ୍ କାଟ୍ କରିଥିଲେ। ଏହି ଆକ୍ରମଣରେ ଆହତ ହୋଇଥିବା ଆମ୍ବେକରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ନାନା ପେଠା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆକ୍ରମଣ ବେଳେ ବନରାଜ ନାନା ପେଠାର ଡୋକେ ତାଲିମ ଅଞ୍ଚଳରେ ଥିଲେ। ଘଟଣାର ସୂଚନା ମିଳିବା ପରେ ତୁରନ୍ତ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। କୁହାଯାଉଛି ଯେ ବନରାଜ ଆମ୍ବେକରଙ୍କୁ ହତ୍ୟା ପଛର କାରଣ ପୂର୍ବ ଶତ୍ରୁତା ଓ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତାକୁ ଥାଇପାରେ। ପୁଣେ ପୁଲିସ ଆକ୍ରମଣକାରୀଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି। ଏଥିପାଇଁ ଏକ ଦଳ ଗଠନ କରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button