IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ: ମଙ୍ଗଳବାର ରାଶିଫଳ

ମେଷ: ଥଣ୍ଡା କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଉଚ୍ଚାସନ ଲାଭକରି ପାରନ୍ତି। ଆନନ୍ଦ ଉତ୍ସବରେ ଅଧିକ ବ୍ୟୟ କରିବେ। ସୁଖୀ ହେବେ। ବୃଷ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କରିତ୍‌କର୍ମା ହେବେ।
ମିଥୁନ: ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ। ଚିନ୍ତାମୁକ୍ତ ହେବେ।
କର୍କଟ:ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: କିଛି ସମୟ ପାଇଁ ଦୁଶ୍ଚିନ୍ତା ମଧ୍ୟଦେଇ ଗତିକରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ମିତ୍ରମାନେ ଦିନକ ପାଇଁ କରଛଡ଼ା ଦେଇପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ।
କନ୍ୟା:ସମାଜସେବୀ ଭାବେ ବହୁ ସମ୍ମାନର ଅଧିକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭଜନକ ହେବ।
ତୁଳା: ମିତବ୍ୟୟୀ ହେବେ। ଭାଇମାନଙ୍କ ସହିତ ସ୍ନେହସଦ୍ଦିଚ୍ଛା ଭାବ ରହିବ। ଆୟୁଷ୍ମାନ୍‌ ହେବେ। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ।
ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ଧନୁ: ଉଦାର ଚରିତସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ମକର: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହେବେ।
କୁମ୍ଭ:ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ହେବ। ମିତ୍ର ସୁଖ ମିଳିବ।
ମୀନ: ଯଶସ୍ବୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଲୋକପ୍ରିୟ ହେବେ। ସମାଜରେ ଗୌରବର ଅଧିକାରୀ ହେବେ। ଋଣ କ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିପାରନ୍ତି। ଶ୍ରେଷ୍ଠ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button