ସ୍ୱାସ୍ଥ୍ୟ
ଡେଙ୍ଗୁକୁ ‘ମହାମାରୀ’ ଘୋଷଣା କଲେ କର୍ନାଟକ ସରକାର
ସମାଜ ଡିଜିଟାଲ ଡେସ୍କ: କର୍ନାଟକ ସରକାର ଡେଙ୍ଗୁ ରୋଗକୁ ମହାମାରୀ ଘୋଷଣା କରିଛନ୍ତି। ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଵାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଗତ ଜାନୁୟାରୀରୁ ଜୁଲାଇ ପର୍ଯ୍ୟନ୍ତ ୭୩୬୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତି ହସ୍ପିଟାଲର ଓ୍ବାର୍ଡଗୁଡ଼ିକରେ ୧୦ଟି ଲେଖାଏ ଡେଙ୍ଗୁ ବେଡ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ନିର୍ଦେଶ ଦେଇଛନ୍ତି।
ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି।