IBN ଓଡ଼ିଶା ବ୍ୟୁରୋ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଉପକରଣ ବଣ୍ଟନ କରାଗଲା

ପାଟଣା : ପାଟଣା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ପରିସରରେ ସୋମବାର ଦିନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ଉପକରଣ ବଣ୍ଟନ କରାଯାଇଛି। ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଅଧ୍ୟକ୍ଷତାରେ ଏହି ସହାୟତା ଉପକରଣ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାଟଣା ତହସିଲଦାର ଲୀଳାବତୀ ନାଏକ ଯୋଗଦାନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ ।

ପାଟଣା ମଣ୍ଡଳ ଶିକ୍ଷାକେନ୍ଦ୍ର ଅନ୍ତର୍ଗତ ୨୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ତାଙ୍କ ପାଠପଢା ପାଇଁ ପୁସ୍ତକ, ହୁଇଲ ଚେୟାର, ଟ୍ରାଇ ସାଇକେଲ,ବ୍ୟାଗ୍,ଟାଵଲେଟ୍ ଫୋନ ଆଦି ପ୍ରଦାନ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମ ରେ ପାଟଣା ଏବିଇଓ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ କୁମାର ରାୟ ଓ ବିଜୟ କୁମାର ଓଝା, ପାଟଣା ବ୍ଲକ ଦିବ୍ୟାଙ୍ଗ ସମ୍ବଳ ସହାୟକ ଶିକ୍ଷକ ରଜନୀ ନାଏକ,ମୀନକେତନ ପାତ୍ର,ସିଆରସିସି ଜ୍ୟୋତିର୍ମୟ ତ୍ରିପାଠୀ,ସନ୍ତୋଷ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button