ମାସିକ ଋତୁସ୍ରାବ କଣ ଓ କାହିଁକି ହୋଇଥାଏ ?

ସୂଚନା ଅନୁସାରେ ଝିଅ ମାନଙ୍କର ଋତୁସ୍ରାବ ହେବା ଏକ ସାଧାରଣ ପ୍ରକ୍ରିୟା ହୋଇଥାଏ । ଏହି ସମୟ ଅବଧି ମଧ୍ୟରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଝିଅ ମାନଙ୍କର ଶରୀରରୁ ରକ୍ତ ବ୍ଲିଡିଙ୍ଗ ହୋଇଥାଏ । ଏହି ସମୟରେ ଝିଅ ମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଝିଅ ମାନେ ୧୨ ରୁ ୧୬ ବର୍ଷ ବୟସ ଅବଧି ମଧ୍ୟରେ ପିରିଅଡ୍ ହେବା ଆରମ୍ଭ ହୋଇଯାଇଥାଏ ।
ବେଳେ ବେଳେ କୌଣସି କାରଣ ବଶତଃ ଝିଅ ମାନଙ୍କର ପ୍ରଥମ ଋତୁସ୍ରାବ ବହୁତ ଶୀଘ୍ର ହୋଇଯାଉଥିବା ସମୟରେ କେତେକଙ୍କ କ୍ଷେତ୍ରରେ ପିରିଅଡ୍ ବହୁ ବିଳମ୍ବରେ ହେବାର ଦେଖାଯାଇଥାଏ । ପ୍ରତି ମାସରେ ୨୧ ଦିନରୁ ୩୫ ଦିନ ସମୟ ମଧ୍ୟରେ ଯଦି ପିରିଅଡ୍ ହୋଇଥାଏ । ତାହା ନରମାଲ ପିରିଅଡ୍ ହୋଇଥାଏ । ଯଦି ଜଣେ ଝିଅର ମାସକୁ ପିରିଅଡ୍ ୨୧ ଦିନ ପୂର୍ବରୁ କିମ୍ବା ୩୫ ଦିନ ପରେ ପିରିଅଡ୍ ହେଉଥାଏ ।
ତାହା ଏହା କୌଣସି ହରମୋନ ଅସନ୍ତୁଳନ କାରଣରୁ ଏହା ହୋଇଥାଏ । ଏପରି ହେଉଥିବା ଝିଅ ମାନଙ୍କର ଡାକ୍ତରଙ୍କ ପରାମର୍ଶ ନେଇଯିବା ଉଚିତ । ଆଜିର ବର୍ତ୍ତମାନ ସମୟରେ ଝିଅ ମାନେ ନିଜର ଜୀବନଶୈଳୀରେ ଅନେକ ପରିବର୍ତ୍ତନ କରୁଛନ୍ତି । ଯାହା ତାଙ୍କ ପିରିଅଡ୍ ଉପରେ ମଧ୍ୟ ପ୍ରଭାବ ପକାଉଛି । ସେଥିପାଇଁ ପ୍ରାୟତଃ ଝିଅଙ୍କ ଠାରେ ପିରିଅଡ୍ ଅନିୟମିତ ଭାବେ ହେଉଛି ।
ଯେଉଁ ଝିଅ ମାନେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ନକରିବା ସହ ଅଧିକ ତେଲ ମସଲା ଯୁକ୍ତର ଖାଦ୍ୟ ସେବନ କରୁଛନ୍ତି । ଯାହା ତାଙ୍କ ମୋଟାପଣର କାରଣ ହେଉଛି । ବହୁତ ମୋଟାପଣରେ ଶିକାର ହେଉଥିବା ଝିଅଙ୍କ କ୍ଷେତ୍ରରେ ପିରିଅଡ୍ ହେବାରେ ଅନିୟମିତତା ଦେଖାଯାଉଛି । ଅନ୍ୟ କ୍ଷେତ୍ରରେ ଏପରି ଝିଅ ମାନେ ଅଛନ୍ତି ।
ଯେଉଁ ମାନେ ଖାଦ୍ୟ ପ୍ରତି ଅବହେଳା କରୁଛନ୍ତି । ଶାରୀରିକ କ୍ଷେତ୍ରରୁ ଦୁର୍ବଳ ହୋଇଯାଉଛନ୍ତି ।ଏହା ମଧ୍ୟ ଏକ କାରଣ ଅତ୍ୟଧିକ ପତଳା ଝିଅଙ୍କ କ୍ଷେତ୍ରରେ ମଧ୍ୟ ପିରିଅଡ୍ ଅନିୟମିତତା ଦେଖାଯାଉଛି । ପ୍ରଥମ କରି ପିରିଅଡ୍ ହେଉଥିବା ଝିଅଙ୍କ କ୍ଷେତ୍ରରେ ମଧ୍ୟ ପିରିଅଡ୍ ଅନିୟମିତତା ଦେଖାଯାଇଥାଏ । କାରଣ ସେମାନଙ୍କର ପିରିଅଡ୍ ସମୟରେ ଯେଉଁ ଅଣ୍ଡା ରିଲିଜ୍ ହୋଇଥାଏ ।
ତାହା ମାଚ୍ଯୁରୀଟି ପାଇନଥାଏ । ଧୀରେ ଧୀରେ କରି ପିରିଅଡ୍ ନିୟମିତ ହୋଇଯାଇଥାଏ । ଏଥିପ୍ରତି ଅଧିକ ଚିନ୍ତାଶୀଳ ହେବାର ଆବଶ୍ୟକତା ନଥାଏ । ଅଧିକାଂଶ ଝିଅ ମାନଙ୍କ କ୍ଷେତ୍ରରେ ପିରିଅଡ୍ ସମୟରେ ବ୍ଲିଡିଙ୍ଗ ବହୁ ପରିମାଣରେ ହେଉଥାଏ । ଅଧିକ ମାତ୍ରାରେ ବ୍ଲିଡିଙ୍ଗ ହେବାର ବହୁତ ଗୁଡିଏ କାରଣ ରହିଥାଏ । ଏପରି ହେଉଥିଲେ ଡାକ୍ତରଙ୍କର ପରାମର୍ଶ ନିହାତି ଆବଶ୍ୟକ ହେଉଥାଏ ।




