ଯୋଡା କଦଳୀ ବଦଳେଇ ଦେବ ଆପଣଙ୍କ ଭାଗ୍ୟ ! ଜାଣନ୍ତୁ କିପରି ?

ସୂଚନା ଅନୁସାରେ ଶାସ୍ତ୍ରର ନୀତି ନିୟମରେ ପରିଚାଳିତ ଲୋକ କେବେ ମଧ୍ୟ ଜୀବନରେ ହାରେ ନାହିଁ । ଯେଉଁ ଲୋକ ମାନେ ନୀତି ନିୟମ ଜାଣି ସୁଦ୍ଧା ତାହାର ଅବହେଳା କରିଥାନ୍ତି । ସେମାନେ ଜୀବନରେ ସବୁ ବେଳେ ଦୁଃଖ କଷ୍ଟ ଭୋଗିଥାନ୍ତି । ଏହା ସହିତ ଅନେକ ସମସ୍ଯାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେଣୁ ଆପଣ ମାନଙ୍କୁ ଶାସ୍ତ୍ର ସମ୍ବଦ୍ଧୀୟ ତଥ୍ୟକୁ ଜାଣିବା ଦରକାର ।
ଏହା ସହିତ ତାହାକୁ ନିଜର ପ୍ରତିଦିନ ଜୀବନଶୈଳୀରେ ପ୍ରୟୋଗ କରିବା ମଧ୍ୟ ଉଚିତ ହୋଇଥାଏ । ଯେଉଁ ମାନଙ୍କର ଧନ ସମ୍ବଦ୍ଧୀୟ ସମସ୍ଯା ସର୍ବଦା ଲାଗିରହୁଥାଏ । ଯେତେ ରୋଜଗାର କଲେ ମଧ୍ୟ ଟଙ୍କାର ଅଭାବ ରହିଥାଏ । ସେମାନେ ଏକ ପିତ୍ତଳ ପାତ୍ରରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘର ଧନର ସମାଗମ ହୋଇବ । ଆର୍ଥିକ ସ୍ଥିତି ମଜଭୁତ ହୋଇବ । ପ୍ରାୟ ଲୋକ ଖାଦ୍ୟ ଖାଇବା ସମୟରେ କିଛି ଲୁଣ ନେଇଥାନ୍ତି ।
ଯଦି କିଛି ଲୁଣ ଅଧିକ ହୋଇଯାଇଥାଏ । ତେବେ ତାକୁ ତଳେ ଫୋପାଡି ଦେଇଥାନ୍ତି । କିମ୍ବା ହାତରେ ଲୁଣ ଲାଗିଯାଇଥିଲେ ନିଜ ଲୁଗାରେ ପୋଛି ଦେଇଥାନ୍ତି । ଏପରି କାର୍ଯ୍ୟ କେବେ ମଧ୍ୟ କରିବେ ନାହିଁ । ଏପରି କରିବା ଦ୍ଵାରା ଋଣ କରଜ ବଢିଥାଏ । ପୂଜା ପାଇଁ ଭୋଗ କିଣିବା ସମୟରେ ଯଦି ଘରକୁ ଜାଆଂଳା କଦଳୀ ନେଇଆସିଥାନ୍ତି ।
ତେବେ ତାକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହୋଇବ । ମହିଳା ମାନଙ୍କର ଋତୁସ୍ରାବ ହୋଇଥିବା ସମୟରେ ୨ୟ, ୪ର୍ଥ, ୬ଷ୍ଠ, ୮ମ, ୧୦ମ, ୧୨ ଦିନ ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟ ଶାରୀରିକ ସମ୍ପର୍କ ରଖିଥାନ୍ତି । ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ମନମାଳିନ୍ୟ ହେଉଥାଏ । ତେବେ ୨ ଟି ମୟୂର ପୁଞ୍ଛ ଆଣି ବିବାଘର ଆଲବମରେ ଏକାଠି କରି ରଖନ୍ତୁ ।
ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇବା ସହ ପ୍ରେମ ବୃଦ୍ଧି ହୋଇଥାଏ । ସନ୍ତାନ ମାନଙ୍କର ଜନ୍ମଦିନ ସମୟରେ ତାକୁ ଖସା ତେଲରେ ଗାଧୋଇ ଦିଅନ୍ତୁ । ଜନ୍ମଦିନ ଦିନରେ ଖସାଲଡୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ସନ୍ତାନ ମାନଙ୍କ ଉପରି ବିଘ୍ନ ଆସିନଥାଏ । ଜନ୍ମ ମାସ, ଜନ୍ମ ଦିବସ ଓ ଜନ୍ମ ନକ୍ଷତ୍ରରେ କେବେ ମଧ୍ୟ ପୁଅ ଝିଅଙ୍କର ବିଭାଘର କରିବା ଉଚିତ ହୋଇନଥାଏ । ଯଦି ଠାକୁର ଘରେ ପୂଜା କରିବା ସମୟରେ ଛୋଟ ଛୁଆ କାନ୍ଦିଥାଏ ।
ତେବେ ହଳଦୀ ଆଣି ଟିକେ ଠାକୁର ଘର କାନ୍ଥରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ଘରକୁ ଆସୁଥିବା ଅଶୁଭତ୍ଵ ଦୂର ହୋଇଥାଏ । ପୁରୁଷ ମାନେପୂଜା କରୁଥିବା ସମୟରେ କେବେ ମା ଦୂର୍ଗାଙ୍କୁ ସିନ୍ଦୁର ଲଗାଇବେ ନାହିଁ କିମ୍ବା ମହିଳା ମାନେ ପୂଜା କରୁଥିବା ସମୟରେ ହନୁମାନଙ୍କୁ କେବେ ସିନ୍ଦୁର ଲଗାଇବେ ନାହିଁ ।