ଶରୀରର ଏହି 10 ଟି ସଙ୍କେତ କହିଥାଏ ଧୀରେ ଧୀରେ ଆପଣଙ୍କ Kidney ହେଉଛି ଖରାପ, ସମୟ ଥାଇ ହୁଅନ୍ତୁ ସାବଧାନ !

ସୂଚନା ଅନୁସାରେ କିଡ୍ନୀ ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥାଏ । ହାର୍ଟରେ ରକ୍ତ ପମ୍ପିଙ୍ଗ ହୋଇସାରିଲା ପରେ କିଡ୍ନୀକୁ ଆସିଥାଏ । ସେଠାରେ କିଡ୍ନୀ ରକ୍ତରୁ ବିଷାକ୍ତ ପଦାର୍ଥକୁ କାଢି ରକ୍ତ ପରିଷ୍କାର କରିଦେଇଥାଏ । ଏହା ସହିତ ଅପରିଷ୍କାର ପଦାର୍ଥକୁ ମଳ, ମୁତ୍ର ଭାବେ ନିଷ୍କାସିତ କରିଦେଇଥାଏ । ଯେତେବେଳେ ଧୀରେ ଧୀରେ କିଡ୍ନୀର କାର୍ଯ୍ୟ କରିବାର କ୍ଷମତା କମିଯାଇଥାଏ । ସେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାରେ ଲାଗିଯାଇଥାଏ । ଯାହା ସ୍ଵାସ୍ଥ ପାଇଁ ବହୁତ ହାନିକାରକ ହୋଇଥାଏ ।
ତେଣୁ କିଡ୍ନୀ ଖରାପ ହେବା ଆଗରୁ ହେବା ପାଇଁ କିଛି ବିଷେଶ ସୂଚନା ଦେଇଥାଏ । ଯାହାକୁ ଆପଣ ମାନେ ଜାଣିବା ଦ୍ଵାରା ନିଜ କିଡ୍ନୀ ପ୍ରତି ଅଧିକ ଯତ୍ନଶୀଳ ହୋଇପାରିବେ । ପ୍ରଥମ ଲକ୍ଷଣ ହେଉଛି ରାତି ସାରା ପର୍ଯ୍ୟାପ୍ତ ଶୋଇ ମଧ୍ୟ ଦିନ ସାରା ବହୁତ ଥକାପଣ ଅନୁଭବ ହୋଇଥାଏ । ତେବେ ଏହି ଶରୀରର ଥକାପଣ କିଡ୍ନୀ ଡାମେଜ୍ ହେବାର ସୂଚନା ଦେଇଥାଏ ।
ଦିତୀୟ କାରଣ ହେଉଛି ମଣିଷ ଚିଡି ଚିଡା ପଣର ଶିକାର ହୋଇଥାନ୍ତି । କାରଣ ଯେତେବେଳେ କିଡ୍ନୀ ଡାମେଜ ହେବା ଆରମ୍ଭ କରିଥାଏ । ସେତେବେଳେ ରକ୍ତ ଭଲ ଭାବେ ପରିଷ୍କାର ହୋଇ ପାରିନଥାଏ । ଯାହା ଦ୍ଵାରା ମସ୍ତିସ୍କକୁ ଅପରିଷ୍କାର ରକ୍ତ ସପ୍ଲାଏ ହୋଇଥାଏ । ଯେଉଁଥିରେ ଅକ୍ଷିଜେନର ପରିମାଣ ବହୁତ କମ୍ ରହିଥାଏ ।
ଯାହା ଦ୍ଵାରା ମନୁଷ୍ୟ ଛୋଟ ଛୋଟ କଥାରେ ଚିଡି ଯାଇଥାଏ । ତୃତୀୟରେ ଭୋକ ନଲାଗିବା, ବାନ୍ତି ହୋଇବା ଏପରି ଲକ୍ଷଣ ପ୍ରକାଶ ପାଇବା ମଧ୍ୟ କିଡ୍ନୀ ଖରାପ ହେବାର ସୂଚିତ କରାଇଥାଏ । ଚତୁର୍ଥରେ ବାରମ୍ବାର ପରିସ୍ରା ଲାଗିବା । କାରଣ ଯେତେବେଳେ କିଡ୍ନୀ ଖରାପ ହୋଇଯାଇଥାଏ । ସେତେବେଳେ ମୁତ୍ର ଠିକ ଭାବରେ ପ୍ୟୁରିଫାଇ ହୋଇପାରିନଥାଏ ।
ପଞ୍ଚମରେ ଗରମ ଦିନ ମାନଙ୍କରେ ମଧ୍ୟ ଥଣ୍ଡା ଅନୁଭୂତ ହୋଇବା, ବାରମ୍ବାର ନିଦ ଲାଗିବା । ଷଷ୍ଠରେ ହାତ, ଗୋଡରେ ଦରଜ ଅନୁଭୂତ ହୋଇବା । କାରଣ କିଡ୍ନୀ ଖରାପ ହେଲେ ଶରୀରରେ ଅତିରିକ୍ତ ପାଣି ଶରୀରରୁ ବାହାରକୁ ଆସିପାରିନଥାଏ । ହାତ ଗୋଡରେ ଦରଜ ବିନ୍ଧା ଅନ୍ୟ କାରଣରୁ ମଧ୍ୟ ହୋଇପାରିଥାଏ କିନ୍ତୁ ଏହା ମଧ୍ୟ କିଡ୍ନୀ ଖରାପ ହେବାର ସଂକେତ ଦେଇଦେଇଥାଏ ।
ସପ୍ତମରେ ଯଦି ଆପଣଙ୍କ ବୟସ ୩୦ ତଳକୁ ଥାଇ ମଧ୍ୟ ହାଇବ୍ଲଡ୍ ପ୍ରେସର ଆପଣଙ୍କ ଠାରେ ଦେଖାଯାଉଛି । ତେବେ ଏଥିପ୍ରତି ନିହାତି ଭାବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଅଷ୍ଟମରେ ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହୁଥାଏ । ତେବେ ମଧ୍ୟ କିଡ୍ନୀ ପାଇଁ ବିପଦର ସୂଚନା ଦେଇଥାଏ । ନବମରେ ଯଦି ଆପଣଙ୍କ ଶରୀରର ଜାଗାରେ ଜାଗାରେ ଫଳି କୁଣ୍ଡାଇ ହେବା ଆରମ୍ଭ ହୋଇଯାଇଥାଏ ।