IBN ଓଡ଼ିଶା ବ୍ୟୁରୋ

ସବୁଠୁ ବଡ ମହାପାପୀ ହୋଇଥାନ୍ତି ଏହି 5 ଜଣ ଲୋକ, କଣ ଆପଣ କରୁ ନାହାନ୍ତି ତ ଏମିତି କାମ ?

ସୂଚନା ଅନୁସାରେ ଏହି ଧରା ପୃଷ୍ଟରେ ଜନ୍ମିତ ସମସ୍ତ ମନୁଷ୍ୟ ନିଜର କର୍ମ ଅନୁସାରେ ହିଁ ଫଳ ଭୋଗ କରିଥାନ୍ତି । ଯେଉଁ ଲୋକ ମାନେ ଏହି ଜୀବନ କାଳ ମଧ୍ୟରେ ସୁଖ ସମୃଦ୍ଧିରେ ଜୀବନ ଅତିବାହିତ କରୁଥାଏ । ସେମାନେ ତାଙ୍କର ପୂଣ୍ୟ କର୍ମର ସଞ୍ଚିତ ଫଳ ପ୍ରାପ୍ତ କରିଥାନ୍ତି । ଯେଉଁ ଲୋକ ମାନେ ସମାଜରେ କଷ୍ଟ ଯନ୍ତ୍ରଣାରେ ରହୁଛନ୍ତି । ସେମାନେ ନିହାତି ଭାବେ ନିଜ ଖରାପ କର୍ମର ଫଳ ଭୋଗ କରୁଛନ୍ତି ।

 

ଆଜି ଆପଣ ମାନେ ଜାଣିବାକୁ ପାଇବେ ଯେଉଁ ମାନେ ଏହି ୫ ଟି ଖରାପ କାର୍ଯ୍ୟ କରିଛନ୍ତି ତାଙ୍କୁ କେଉଁ ପ୍ରକାର କଷ୍ଟ ଭୋଗିବାକୁ ପଡିବ । ପ୍ରଥମ ଖରାପ କାର୍ଯ୍ୟ ହେଉଛି ବ୍ରହ୍ମହତ୍ୟା।   ବ୍ରାହ୍ମଣ ଭଗବାନଙ୍କର ସ୍ୱରୂପ ହୋଇଥାନ୍ତି ବୋଲି ବିବେଚନା କରାଯାଇଥାଏ । କାରଣ ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣ ନିସୃତ୍ତ ହୋଇଥିଲେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।

ଯେଉଁ ମାନେ ଜାଣତ କିମ୍ବା ଅଜାଣତରେ ବ୍ରାହ୍ମଣକୁ ମାରିଦେଇଥାନ୍ତି କିମ୍ବା ସେହି କାର୍ଯ୍ୟରେ କିଛି ମାତ୍ରାରେ ମଧ୍ୟ ଜଡିତ ଥାଆନ୍ତି । ସେମାନଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥାଏ । ଯେଉଁ କାରଣରୁ ସେପରି ବ୍ୟକ୍ତି ଜୀବନ ସାରା ଦୁଃଖ ଯନ୍ତ୍ରଣା ଭୋଗ କରିଥାଏ । ଦିତୀୟରେ ଯେଉଁ ଲୋକ ମାନେ ମଦ୍ୟପାନ କରିଥାନ୍ତି । ସେମାନଙ୍କୁ ଭଗବାନ ଆଦ୍ୱୋ ପସନ୍ଦ କରିନଥାନ୍ତି ।

 

ମଦ୍ୟପାନ କରିବା ଗୋମାଂସ ଖାଇବା ଠାରୁ ମଧ୍ୟ ଅଧିକ ପାପ ହୋଇଥାଏ । ଯେଉଁ ମାନେ ମଦ୍ୟପାନ କରିଥାନ୍ତି । ସେମାନେ ନର୍କରେ ଅଧିକ କଷ୍ଟ ଭୋଗ କରିଥାନ୍ତି । ତୃତୀୟରେ ଯେଉଁ ମାନେ ସୁନା ଚୋରୀ କରିଥାନ୍ତି । ସେମାନଙ୍କୁ ମଧ୍ୟ ମହାପାପୀର ଆକ୍ଷା ମିଳିଥାଏ । କାରଣ ଅନ୍ୟ ସମସ୍ତ ବସ୍ତୁ ଚୋରୀ ଠାରୁ ସୁନା ଚୋରୀ କରୁଥିବା ଲୋକ ଅଧିକ ପାପୀ ହୋଇଥାନ୍ତି ।

ଏମାନଙ୍କୁ ନଖ ଜନିତ ସମସ୍ଯା ହେବା ସହ ନର୍କରେ ଅନେକ କଷ୍ଟ ଯନ୍ତ୍ରଣା ମଧ୍ୟ ମିଳିଥାଏ । ଏହା ସହିତ ଚୋରୀ କରିଥିବା ଧନରୁ ଲାଭ ମିଳିନଥାଏ ବଂର ଅଧିକ କ୍ଷତି ସହିବାକୁ ପଡିଥାଏ । ଚତୁର୍ଥରେ ଯେଉଁ ମାନେ ଗୁରୁ ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖିଥାନ୍ତି । ସେମାନଙ୍କୁ ମଧ୍ୟ ମହାପାପୀ କୁହାଯାଇଥାଏ । ଯେଉଁ ମାନେ ନିଜ ଗୁରୁଙ୍କ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି ।

 

ଏହା ବହୁତ ବଡ ମହାପାପ ହୋଇଥିବା କାରଣରୁ ଏପରି ଲୋକ ନର୍କରେ ଅତ୍ୟଧିକ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ବ୍ଯକ୍ତିର ପାପ କ୍ଷୟ ହୋଇନଥାଏ ସେହି ପର୍ଯ୍ୟନ୍ତ ବ୍ୟକ୍ତି ଦୁଃଖରେ ଜର୍ଜରିତ୍ତ ହେବାର ଶାସ୍ତ୍ରରେ ବର୍ଣ୍ଣିତ ରହିଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button