କଣ ଆପଣଙ୍କ ଘର ପାଖରେ ଅଛି କି କଳା ଅପରାଜିତା ଫୁଲ ? ଜାଣି ରଖନ୍ତୁ ଏହି ଖାସ କଥା….
ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରଜାତିର ଫୁଲ ଗଛ ରହିଅଛି । ସମସ୍ତ ଫୁଲର ରଙ୍ଗ, ବାସ୍ନା ଓ ଆକୃତି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ପ୍ରାୟତଃ ଫୁଲକୁ ଭଗବାନଙ୍କ ଉପରେ ଚଢାଯାଇ ଭାଗବାନଙ୍କ ପୂଜା ଅର୍ଚନା କରାଯାଇଥାଏ । ସେଥିମଧ୍ୟରୁ ଏପରି କିଛି ଫୁଲ ରହିଥାଏ ଯାହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଭଗବାନଙ୍କର ପୂଜାରେ ଲାଗିପାରିନଥାଏ। ଆଜି ଆପଣ ଅପରାଜିତା ଫୁଲ ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବାକୁ ପାଇବେ ।
ଅପରାଜିତା ଫୁଲ ଭଗବାନଙ୍କ ପୂଜା ପାଇଁ ପ୍ରଯୁଜ୍ୟ ହୋଇଥାଏ । ଭଗବାନ ସଦାଶିବ, ଭଗବାନ ଶନି ଓ ଭଗବାନ ହନୁମାନଙ୍କର ପ୍ରିୟର ଫୁଲ ହୋଇଥାଏ । ଅପରାଜିତା ଫୁଲ ୨ ପ୍ରକାରର ହୋଇଥାଏ । ଗୋଟିଏ ଧଳା ଅପରାଜିତା ଓ ଅନ୍ୟଟି କଳା ଅପରିଜିତା । ଯଦି ଏହି ଫୁଲ ଆପଣଙ୍କ ଘରେ ଫୁଟି ଅଛି କିମ୍ବା ଆପଣ ଏହି ଗଛକୁ ଲବାଇବାକୁ ଇଛା ପ୍ରକାଶ କରୁଛନ୍ତି ।
ତେବେ ଏହି ଫୁଲର କେତୋଟି ନିୟମ ପାଳନ କରି ଲଗାଇବା ଉଚିତ । ଘରର ଐଶାନ୍ୟ କୋଣରେ ଅପରାଜିତା ଗଛ ଲଗାଇବା ଉଚିତ । ଯଦି ଘରର ବାଡି ବଗିଚାରେ ଏହି ଫୁଲ ସ୍ଵତଃ ପୂର୍ବକ ମନକୁ ମନ ଉଠିଥାଏ । ତେବେ ନିହାତି ଭାବେ ଏହି ଗଛକୁ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିବା ଉଚିତ । ଯଦି କୌଣସି କାରଣ ବଶତଃ ଧଳା ଅପରାଜିତା ଗଛକୁ କୌଣସି ଦିନ ପୂଜା କରାଯାଇନଥାଏ ।
ତେବେ ଏଥିରେ ବିଶେଷ କିଛି ଦୋଷ ନଥାଏ । ଯଦି କଳା ଅପରାଜିତା ଗଛ ଘରେ ଅଛି ଓ ଆପଣ ତାହାର ନିତ୍ୟ ପୂଜା କରୁଛନ୍ତି କିନ୍ତୁ କୌଣସି ଦିନ ପୂଜା କରିପାରିନାହାନ୍ତି । ତେବେ ଏହା ଦ୍ଵାରା ଦୋଷ ଲାଗିଥାଏ । ଅପରାଜିତା ଫୁଲ ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ସଙ୍କଟ ଦୂର ହେବା ସହିତ ଘରର ସୁଖ ସମୃଦ୍ଧି ବୃଦ୍ଧି କରିଥାଏ ।
ଅପରାଜିତା ଫୁଲ ଘର ପାଖରେ ଲଗାଇବା ଦ୍ଵାରା ଭଗବାନ ଶନିଦେବ, ପ୍ରଭୁ ଶଙ୍କର ଓ ପ୍ରଭୁ ବଜରଙ୍ଗୀବାଲୀଙ୍କର କୃପାଦ୍ରୁଷ୍ଟି ଘରେ ଉପରେ ରହିଥାଏ । ଏହି ଫୁଲକୁ ଲଗାଇ ତାହାର ପୂଜା କରିବା ଦ୍ଵାରା ହିଁ ଏହାର ଶୁଭଫଳ ପ୍ରାପ୍ତି ହୋଇଥାଏ । ନଚେତ ଏହା ଆପଣଙ୍କ ପାଇଁ ସଙ୍କଟର କାରଣ ପାଲଟି ଥାଏ । ଯଦି ଘରେ ଶତ୍ରୁ ସମସ୍ଯା ରାହୁଥାଏ । ତେବେ ୫, ୭, ୧୧ କିମ୍ବା ୨୧ ଟି ଫୁଲ ନେଇ ମଙ୍ଗଳ ବାର ଦିନ ଭଗବାନ ଶିବଙ୍କୁ ଚଢାଇ ପୂଜା କରିବା ଦ୍ଵାରା ଶତ୍ରୁ ନାଶ ହୋଇଥାନ୍ତି ।
ଯଦି ଆପଣଙ୍କ ଉପରେ ଶନି ଦୋଷ ରହୁଥାଏ । ତେବେ ଶନିବାର ଦିନ ମାଟି ଦୀପରେ ରାଶି ତେଲ ଦେଇ କଳା ଅପରାଜିତା ଗଛ ପାଖରେ ଜାଳିବା ଉଚିତ । ଯଦି ଘରେ ସମସ୍ଯା ଲାଗିରହୁଥାଏ । ତେବେ ମଙ୍ଗଳ ବାର ଦିନ ୨୭ ଟି କଳା ଅପରାଜିତା ଫୁଲ ନେଇ ଭଗବାନ ହନୁମାନଙ୍କୁ ସମର୍ପଣ କରନ୍ତୁ ।