Health ବ୍ରେକଫାଷ୍ଟରେ କ’ଣ ଖାଇବେ, କ’ଣ ଖାଇବେ ନାହିଁ ?

। ସୂଚନା ଅନୁସାରେ ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ନିହାତି ଭାବରେ ରହିଛି । ଆମେ ଯାହା ଖାଇଥାଉ ତାହାର ସବୁ ଆମ ଦେହରେ ରହିନଥାଏ । କିଛି ଭାଗ ମଳ ଆକାରରେ ବାହାରିଯାଇଥାଏ । ସେହି ଖାଦ୍ୟ ମଧ୍ୟରୁ ଯେଉଁ ସବୁ ପୋଷକ ତତ୍ଵ ଶରୀର ପାଇଁ ଦରକାର ହୋଇଥାଏ । ତାହା ଶରୀରରେ ଶୋଷିତ ହୋଇ ରହିଥାଏ । ସମସ୍ତ ମନୁଷ୍ୟକୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ନିହାତି ଦରକାର ହୋଇଥାଏ । କାରଣ ପୋଷଣ ଖାଦ୍ୟ ହିଁ ଶରୀରର ସମସ୍ତ ଆବଶ୍ୟକତା ପୂରଣ କରିଥାଏ ।
ଯାହା ଦ୍ଵାରା ଶରୀର ସଠିକ ଭାବରେ ଗ୍ରୋଥ କରିପାରେ । ଆମେ ଯାହା ସବୁ ଖାଦ୍ୟ ଖାଇଥାଉ । ସେଥିରେ ଭିଟାମିନ, ମିନେରାଲ୍, ଫାଇବର ଓ ପ୍ରୋଟିନ ଏହି ସବୁ ପୋଷକ ତତ୍ଵ ନିହାତି ଭାବରେ ରହିବା ଦରକାର ହୋଇଥାଏ । ସକାଳେ ବ୍ରେକଫାଷ୍ଟ ୮ ରୁ ୯ ମଧ୍ୟରେ କରିଦେବା ଉଚିତ । କାରଣ ରାତିରେ ଆମେ ଯାହା ଖାଇକି ଶୋଇଥାଉ । ତାହାର ସକାଳ ପର୍ଯ୍ୟନ୍ତ ସମୟ ଅବଧି ମଧ୍ୟରେ ପେଟ ଫାଙ୍କା ହୋଇଯାଇଥାଏ ।
ଯାହା କାରଣରୁ ପେଟରେ ଗ୍ଯାସ ସମସ୍ଯା ଆସିବାର ସମ୍ଭାବନା ଅଧିକ ମାତ୍ରାରେ ବଢିଯାଇଥାଏ । ଏହା ସହିତ ଯଦି ଆପଣ ସକାଳେ ବିଳମ୍ବରେ ଖାଉଛନ୍ତି । ତେବେ ତାହା ଶରୀରରେ ଚର୍ବି ପ୍ରାୟ ସମୟରେ ହୋଯାଇଥାଏ । ଯାହା ଦ୍ଵାରା ଅଯଥା ମୋଟାପଣର ମଧ୍ୟ ଲୋକ ଶିକାର ହେଉଛନ୍ତି । ଏହି ଅଯଥା ମୋଟାପଣ ଯୋଗୁ ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ଜନ୍ମ ନେଇଥାଏ ।
ବ୍ରେକ ଫାଷ୍ଟ କରିବା ପୂର୍ବରୁ ଲେମ୍ବୁକୁ ଗରମ ପାଣିରେ ଚୁପୁଡି ସେବନ କରିବା ଉଚିତ । ଏହାର ଘଣ୍ଟେ କିମ୍ବା ଅଧ ଘଣ୍ଟା ପରେ ବ୍ରେକଫାଷ୍ଟ କରିବା ଉଚିତ । ରୁଟି, ଡାଲମା, ସଂତୁଳା, ସୁଜି ଉପମା, ଓଟ୍ସ, ଇଟିଲି, ବ୍ରେଡ, ବିଭିନ୍ନ ପ୍ରକାର ଫଳ ଓ ପରିବାରୁ ପ୍ରସ୍ତୁତ ସ୍ଯାଲାଡ ଏପରି ଖାଦ୍ୟ ଖାଇବା ଉଚିତ । ସକାଳେ ବ୍ରେକଫାଷ୍ଟରେ ମିଠା ଜାତୀୟ ଓ ତେଲ ମସଲା ଯୁକ୍ତ ଖାଦ୍ୟକୁ ଯଥା ସମ୍ଭବ ଇଗନୋର କରନ୍ତୁ ।
କାରଣ ଏହି ସମସ୍ତ ଖାଦ୍ୟ ଶରୀରକୁ ପୋଷକ ଦେବା ବଦଳରେ ଶରୀରେରେ ଅଯଥା ଫାଟ୍ସ ବୃଦ୍ଧି କରିଥାଏ । ଶରୀର ପାଇଁ ସବୁ ଖାଦ୍ୟର ସଠିକ ମାତ୍ରାରେ ଖାଇବାକୁ ହିଁ ସନ୍ତୁଳିତ ଖାଦ୍ୟ କୁହାଯାଇଥାଏ । ସନ୍ତୁଳିତ ଖାଦ୍ୟରେ କୌଣସି ଖାଦ୍ୟରୁ କମ୍ କିମ୍ବା ବେଶି ନୁହେଁ । ସବୁଥିରୁ ଯେତିକି ଦରକାର ସେତିକି ଖାଇବା ଉଚିତ ।
ସକାଳେ ବ୍ରେକଫାଷ୍ଟ ୮ରୁ ୯, ଖରା ବେଳେ ଲଞ୍ଚ ୧ ରୁ ୨ ଟା ଓ ରାତିରେ ଡିନର ୮ ରୁ ୯ ସମୟ ଅବଧି ମଧ୍ୟରେ ହୋଇଯିବା ଦରକାର ହୋଇଥାଏ । ଏହା ସହିତ ଆପଣ ଏହି ସବୁ ଖାଦ୍ୟ ମଝି ସମୟ ଅବଧି ମଧ୍ୟରେ ଆପଣ ହାଲ୍କା କିଛି ହେଲଦି ସ୍ନ୍ଯାକ୍ସ ମଧ୍ୟ ଖାଇପାରିବେ । ଯଦି ଆପଣ ଏଥିପ୍ରତି ଧ୍ୟାନ ଦେବେ । ତେବେ ଆପଣ ଶରୀର ସୁସ୍ଥ ରହିବ ।