ରାଜ୍ୟ

ଗିରଫ ଖଣି ମାଫିଆ ପ୍ରକାଶ ରାଉତରାୟ କ୍ରସର ୟୁନିଟ୍‌ରେ ଚଢ଼ଉ – Ibnodisha

[ad_1]

ଖୋର୍ଦ୍ଧା: ଦୁଇ ଦିନ ପୂର୍ବେ ଭୁବନେଶ୍ବରରେ ଗ୍ୟାଙ୍ଗୱାର କରିବା ଯୋଜନାରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ ହୋଇଥିବା ବନ୍ଧୁକ ସହ ଧରାପଡ଼ିଥିଲା ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଖଣି ମାଫିଆ ତଥା ପୂର୍ବତନ ଖୋର୍ଦ୍ଧା ବ୍ଲକ ବିଜେଡି ଅଧ୍ୟକ୍ଷ ପ୍ରକାଶ ରାଉତରାୟ। ୭ ତାରିଖ ରାତିରେ ପ୍ରକାଶ ଘରେ ଚଢ଼ଉ କରାଯାଇଥିବା ବେଳେ ଆଜି ତାପଙ୍ଗ ଠାରେ ଥିବା  କ୍ରସର ୟୁନିଟ୍‌ ଉପରେ ଚଢ଼ଉ କରାଯାଇଛି।

ବୁଧବାର ସକାଳେ ଖୋର୍ଦ୍ଧା ତହସିଲ, ଶ୍ରୀମନ୍ଦିର ପ୍ରଶାସନ ଓ ସଦର ଥାନା ପକ୍ଷରୁ ମିଳିତ ଭାବେ ଛତ୍ରମା ଛକ ଠାରେଥିବା କ୍ରସର ୟୁନିଟ୍‌ରେ ଚଢ଼ଉ କରାଯାଇଥିଲା। ମାପଚୁପ ବେଳେ କ୍ରସର ୟୁନିଟ୍‌ ଟିକୁ ଯେତିକି ଜାଗା ଦିଆଯାଇଥିଲା ତା’ ଠାରୁ ଅଧିକ୫ ଏକର ଜମି ଜବର ଦଖଲ କରିଥିବା ଜଣାପଡ଼ିଛି। ଏହା ସହ ମୁଗୁନିପଥର, ମାଙ୍କଡ଼ା ପଥର ଚାଲାଣ ପାଇଁ ବେଆଇନ ଗାଡ଼ି ବ୍ୟବହାର କରାଯାଉଥିବା, ୱାଇ ଫର୍ମରେ ଜାଲିଆତି କରିଥିବା ଆଦି ଜଣାପଡ଼ିଛି। ଏହି ଘଟଣାରେ କ୍ରସର ୟୁନିଟ୍‌ ନିକଟରୁ ଏକ ବଲେରୋ ସମେତ ୪ଟି ମାଙ୍କଡ଼ା ପଥର ଗାଡ଼ି, ୭ଟି ମୁଗୁନି ପଥର ଗାଡ଼ି ଆଦି ଜବତ କରାଯାଇଛି। ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁଚରଣ ସ୍ବାଇଁ କହିଛନ୍ତି ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ବିଧିବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯିବ। ତହସିଲଦାର ବିଭାସ ପାଣିଗ୍ରାହୀ କହିଛନ୍ତି ଯେ କ୍ରସର ୟୁନିଟ୍‌ କରିବାକୁ ଶ୍ରୀଜଗନ୍ନାଥଙ୍କ ଜମିରୁ ୧ ଏକର ଜାଗା ମିଳିଥିଲା। କିନ୍ତୁ ପ୍ରକାଶ ଆଖପାଖରେ ଥିବା ୫ ଏକର ଜମିକୁ ଜବର ଦଖଲ କରି ଅକ୍ତିଆର କରି ରଖିଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button