ରାଜ୍ୟ

ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା: ମନୋଜ ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ବର/କଟକ: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲାରେ ଛନ୍ଦି ହୋଇଥିବା ହଂସିତାଙ୍କ ଦ୍ବିତୀୟ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା। ସେ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ହଂସିତା ଅଭିଲିପସାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜାମିନ ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବର ଇନଫୋସିଟି ଥାନାର କେସ ନମ୍ବର ୬୧୧/୨୦୨୪ରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ। ତେବେ ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ରେଡ ମଧ୍ୟ୍ୟ କରାଯାଇଥିଲା । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ଚଢ଼ାଉ କରିଥିଲେ ଆୟକର ବିଭାଗ । ସେପଟେ ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉ। ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ଟିମ୍‌। ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନୀଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ,ଏମ୍‌ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା । ଚଢାଉ ବେଳେ ହଂସିତା ଏବଂ ଅନୀଲଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରିଛନ୍ତି ବିଭାଗ ।
ଏଣେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ରେଡ ମଧ୍ୟ୍ୟ କରାଯାଇଥିଲା । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ଚଢ଼ାଉ କରିଥିଲେ ଆୟକର ବିଭାଗ । ସେପଟେ ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉ। ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ଟିମ୍‌।
ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନୀଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ,ଏମ୍‌ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା । ଚଢାଉ ବେଳେ ହଂସିତା ଏବଂ ଅନୀଲଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରିଛନ୍ତି ବିଭାଗ । ବିନା ଲୋନ୍‌ରେ ଦାମୀ କାର୍‌ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ଛନ୍ଦିହୋଇଥିଲେ ଠକ ହଂସିତା
ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button