ଗର୍ଭାବସ୍ଥାରେ ଶାରୀରିକ ସମ୍ବନ୍ଧ ରଖିବା ଠିକ ନା ଭୁଲ ?

। ଏକ ମହିଳା ପାଇଁ ଗର୍ଭଧାରଣ କରିବା ଠାରୁ ବଡ ଖୁସି ବୋଧ ହୁଏ ଆଉ କିଛି ଏହି ସଂସାର ରେ ନ ଥିବ । ଏକ ମା ନିଜ ଅନେକ କଷ୍ଟ ଯନ୍ତ୍ରଣା କୁ ସହି ତାର ଶିଶୁ ସନ୍ତାନ କୁ ଏହି ଦୁନିଆ କୁ ଆଣିଥାଏ । ଏପରି ରେ ସନ୍ତାନ ଟି ମା ପେଟ ରେ ଥିବା ସମୟ ରେ ହିଁ ବାପା ମା ର କିଛି କ୍ରିୟା ପ୍ରତିକ୍ରିୟା ମାନଙ୍କର ପ୍ରଭାବ ପଡି ଯାଇଥାଏ । ବେଳେବେଳେ ମାର କିଛି କରିଥିବା ଭୁଲ ର କାରଣ ରୁ ମଧ୍ୟ ଶିଶୁର ଜୀବନ ପ୍ରତି ବିପଦ ମଧ୍ୟ ଆସି ଯାଇଥାଏ । ତେଣୁ ଏହି ସମୟରେ କିଛି ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।
ଏପରି ରେ ଅନେକ ଲୋକ ଙ୍କର ଏଭଳି ପ୍ରଶ୍ନ ରହିଥାଏ କି ଗର୍ଭବସ୍ଥା ରେ ଶାରୀରିକ ସମ୍ପର୍କ ରଖିବା ଠିକ ହୋଇ ଥାଏ କି ନାହିଁ । କେଏନ ଏପରି କରିବା ଦ୍ଵାରା ପିଲା ଉପରେ କିଛି ଖରାପ ପ୍ରଭାବ ପଡେ ବା ନାହିଁ । ଗର୍ଭାବସ୍ଥା ସମୟରେ ନାରୀ ଟିର ଛୋଟ ଭୁଲ ମଧ୍ୟ ତାର ଗର୍ଭ ନିରୋଧ କରାଇ ଦେଇଥାଏ ।
ବନ୍ଧୁଗଣ ସେହି ଭୁଲ ମାନଙ୍କ ମଧ୍ୟ ରୁ ଏକ ଭୁଲ ହେଉଛି ସମ୍ପର୍କ ରଖିବା । ଯଦି ଆପଣ ଗର୍ଭଧାରଣ ପାଇଁ ସମ୍ପର୍କ ସ୍ଥାପନ କରୁଛନ୍ତି, ତେବେ ଆପଣ ପିରିୟଡ୍ସ ର ଅତି କମ ରୁ ସାତ ଦିନ ପୂର୍ବରୁ ସମ୍ପର୍କ ସ୍ଥାପନ କରିବା ଉଚିତ ହୋଇଥାଏ । ଏହାଛଡା ଗର୍ଭାବସ୍ଥା ସମୟରେ ଶରୀରରେ ବହୁତ ପ୍ରକାରର ହାର୍ମୋନାଲ ପରିବର୍ତ୍ତନ ହେବାର ଦେଖା ଯାଇଥାଏ । ତେଣୁ ଯଦି ଆପଣ ଗର୍ଭ ଧାରଣ ପରେ ମଧ୍ୟ ସମ୍ପର୍କ ସ୍ଥାପନ କରିଛନ୍ତି ତେବେ ଧ୍ୟାନ ରଖନ୍ତୁ, ଯେଉଁ ସମୟରେ ଶରୀର ଓ ମନ ଉଭୟ ଭଲ ରହୁଛି, ସେହି ସମୟରେ ହିଁ ଆପଣ ସମ୍ପର୍କ ସ୍ଥାପନ କରନ୍ତୁ ।
ତାହାଛଡା ଯେଉଁ ମାନେ ବହୁ ଦିନ ପରେ ବହୁ କିଛି ଉପାୟ ଆଦି କରି ଗର୍ଭଧାରଣ କରିଛନ୍ତି, ସେମାନେ ତିନିମାସ ମଧ୍ୟରେ ଭୁଲରେ ସମ୍ପର୍କ ସ୍ଥାପନ କରିବେ ନାହିଁ । ଏହା ପରେ ଯଦି ତଳି ପେଟ ରେ ଯନ୍ତ୍ରଣା ବା ଗୋଡ ରେ ଯନ୍ତ୍ରଣା ଭଳି ସମସ୍ଯା ନ ଦେଖାଦିଏ, ତେବେ ସେମାନେ ସହବାସ କରି ପାରିବେ । ଯେଉଁ ମାନଙ୍କର ପୂର୍ବରୁ ବହୁଥର ଗର୍ଭପାତ ଭଳି ସମସ୍ଯା ହୋଇ ଯାଇଛି, ସେହି ମାନେ ମଧ୍ୟ ଗର୍ଭ ଧାରଣ କରିବାର ପ୍ରଥମ ତିନି ମାସ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଠିକ ହୋଇ ନଥାଏ । ଗର୍ଭଧାରଣ କରିବା ସମୟରେ ନାରୀ ଟିର ଶରୀରରେ ବିଭିନ୍ନ ପ୍ରକାରର ହାର୍ମୋନାଲ ଚେଞ୍ଜ ସବୁ ହୋଇଥାଏ ।
ଯାହା କାରଣ ରୁ ମୁଡ ସ୍ଵୀଙ୍ଗସ୍ ହେବା ଚିଡ ଚିଡା ଲାଗିବା ନିଦ ନ ହେବା ଆଦି ସମସ୍ଯା ମାନ ଦେଖା ଦେଇଥାଏ । ଏପରି ରେ ଯଦି ଆପଣ ସମ୍ପର୍କ ସ୍ଥାପନ କରନ୍ତି, ତେବେ ଏହା ଗର୍ଭଧାରଣ ମହିଳା ପାଇଁ ଔଷଧ ରୂପେ କାମ ଅକରିଥାଏ । କିନ୍ତୁ ସମ୍ପର୍କ ସ୍ଥାପନ କରିବା ସମୟରେ ସବୁବେଳେ ନଜର ରଖିବା ଆବଶ୍ୟକ କି ଯେପରି ଗର୍ଭଧାରଣ କରିବା ମହିଳା ଟିର ମନ ଓ ଶରୀର ଭଲ ଥାଏ ।