କେଶ ଝଡିବା (Hair Fall) କିପରି ରୋକିବେ ?
। ସୂଚନା ଅନୁସାରେ ବର୍ତ୍ତମାନର ସମୟରେ କେଶ ଉପୁଡିବା ଏକ ଜଟିଳ ସମସ୍ଯା ଅଟେ । ପ୍ରତିଦିନ ଚୁଟି କୁଣ୍ଡାଇଲା ବେଳେ କିମ୍ବା ଚୁଟି ସଫା କରିବା ସମୟରେ ସାଧାରଣ ଭାବେ କେତେକ ଚୁଟି ଉପୁଡିଥାଏ ତେବେ ସେଥିପ୍ରତି ବ୍ୟସ୍ତ ହେବା ଦରକାର ନଥାଏ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କର ଅଧିକ ରୁ ଅଧିକ ଚୁଟି ଝଡିଯାଉଛି । ତେବେ ଆପଣ ଗଞ୍ଜାପଣର ମଧ୍ୟ ଶିକାର ହୋଇପାରନ୍ତି । ବିଭିନ୍ନ ପ୍ରକାର କାରଣରୁ ହେୟାର ଫଲ୍ ହୋଇଥାଏ ।
କେମିକାଲ ଯୁକ୍ତ ସାମ୍ପୁର ବ୍ୟବହାର, କୌଣସି ସିଭିଅର ରୋଗ, କୌଣସି ପ୍ରକାର ମେଡ଼ିସିନର ଅତ୍ୟଧିକ ସେବନ, ଡାଏଟ୍ ରେ ଅବହେଳା, ହରମୋନ ପରିବର୍ତ୍ତନ କିମ୍ବା ଅଧିକ ସ୍ଟ୍ରେସ ରହିବା କାରଣରୁ ମଧ୍ୟ କେଶ ଝଡିଥାଏ । ଯଦି ଅଧିକ କେଶ ଝଡିବା କାରଣରୁ ବ୍ୟକ୍ତି ଏହାର ଚିକିତ୍ସା କରିବା ପାଇଁ ଚାହିଁଥାଏ । ତେବେ ଡାକ୍ତର ପ୍ରଥମେ କେଶ ଝଡିବାର କାରଣ ପ୍ରଥମେ ଜାଣିବାକୁ ଚାହିଁଥାନ୍ତି ।
ତାପରେ କାରଣକୁ ଅନୁଧ୍ୟାନ କରି କେଶ ଝଡିବା ବନ୍ଦ ହେବାର ସଜେସନ ଦେଇଥାନ୍ତି । ଇଆଡୁ ସିଆଡୁ ସାମ୍ପୁ ଓ ତେଲର ବ୍ଯବହାର ନକରି ଯଦି କେଶ ଅଧିକ ଉପୁଡୁଥାଏ । ତେବେ ବିଳମ୍ବ ନକରି ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କେଶ ଝଡିବା କମ୍ କରିବାକୁ ଚାହୁଁଥିଲେ । ଯେତେ ନିଜ କେଶକୁ ପରିଷ୍କାର କରି ରଖିବା ଉଚିତ ହୋଇଥାଏ ।
ସପ୍ତାହକୁ ୨ ରୁ ୩ ଥର ବିନା କେମିକାଲର ସାମ୍ପୁ ଲଗାଇ କେଶ ଧୋଇବା ଦରକାର । ଯେଉଁମାନଙ୍କର କେଶ ବହୁତ ରୁକ୍ଷ ହୋଇଥାଏ । ସେମାନେ ସାମ୍ପୁ କରିସାରିବା ଭଲ କଣ୍ଡିସନର ବ୍ୟବହାର କରିପାରିବେ । କେଶକୁ ନିହାତି ଭାବେ ତେଲ ଲଗାଇବା ଦରକାର । ନିଜ ଖାଦ୍ୟ ପ୍ରତି ବେଶି ସଚେତନ ରହିବା ଦରକାର । କାରଣ ଉତ୍ତମ ଖାଦ୍ୟ ସେବନ ଦ୍ଵାରା ସ୍ଵାସ୍ଥ ଭଲ ରହିବା ସହ କେଶ ମଧ୍ୟ ଭଲ ରହିଥାଏ ।
ସବୁଜ ପନିପରିବା, ବିଟ, ଡାଳିମ୍ବ ରସ ଖାଇବା ଉଚିତ । ଖାଦ୍ଯରେ ପ୍ରୋଟିନର ମାତ୍ରା ସଠିକ ପରିମାଣରେ ରହିବା ଦ୍ଵାରା କେଶ ସହିତ ତ୍ଵଚା ଓ ସଂପୂର୍ଣ୍ଣ ଶରୀର ପାଇଁ ଭଲ ରହିବ । ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଦ୍ଵାରା କେଶ ଭଲ ରହିଥାଏ । କୌଣସି କାରଣ ପାଇଁ ଅତ୍ୟଧିକ ସ୍ଟ୍ରେସ ନେବା ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରଭାବ ଚୁଟି ଉପରେ ପଡିଥାଏ । ଯେଉଁ କାରଣରୁ ଚୁଟି ଅଧିକ ମାତ୍ରାରେ ଝଡିଥାଏ ।
ଯେଉଁମାନଙ୍କର କେଶ ଝଡିଯାଇ ଚନ୍ଦାପଣ ହୋଇଯାଇଥିବ । ସେମାନଙ୍କର କେଶ ପୁଣି ଥରେ କଅଁଳିବା ଏତେ ସହଜ ହୋଇନଥାଏ । ସେଥିପାଇଁ ସେମାନେ ବିଶେଷଜ୍ଞଙ୍କ ପରାମର୍ଶରେ ହେୟାର ଟ୍ରାନ୍ସପ୍ଳାଣ୍ଟେସନ କରୁଛନ୍ତି । ବିନା ବିଶେଷଜ୍ଞଙ୍କ ପରାମର୍ଶରେ ଯେକୌଣସି ସ୍ଥାନରେ ହେୟାର ଟ୍ରାନ୍ସପ୍ଳାଣ୍ଟେସନ କରିବା ଉଚିତ ନୁହେଁ । ଯେଉଁ ଜିନିଷ ମଧ୍ୟ କେଶ ନଝଡିବା ପାଇଁ, କେଶକୁ ସୁନ୍ଦର ଓ ମଜଭୁତ କରିବା ପାଇଁ ବ୍ଯବହାର କରୁଛନ୍ତି ।