ନିଜ ପିଲାଙ୍କୁ ଯଦି ମଣିଷ କରିବାକୁ ଚାହାଁନ୍ତି ତ ତାଙ୍କୁ ନିଶ୍ଚୟ ଦିଅନ୍ତୁ ଏହି ଶିକ୍ଷା

। ସୂଚନା ଅନୁସାରେ ଏକ ପରିବାରରେ ବାପା, ମାଆ, ଭାଇ, ଭଉଣୀ ଜେଜେବାପା ଓ ଜେଜେମା ଆଦି ମିଶି କରି ଚଳିଥାନ୍ତି । ପରିବାରର ସମସ୍ତ ସଦସ୍ୟ ମିଳିମିଶି ଚଳିବା ଦ୍ଵାରା ପରିବାରରେ ଅନେକ ପ୍ରକାର ଖୁସି ଦେଖିବାକୁ ମିଳିଥାଏ । ଘର ପରିବାରରେ ଶାନ୍ତିର ବାତାବରଣ ଦେଖିବା ପାଇଁ ମିଳିଥାଏ । ନିଜର ସନ୍ତାନ ମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦେବା ଦ୍ଵାରା ହିଁ ପିଲା ଜୀବନରେ ବଡ ହୋଇ ଏକ ଭଲ ମଣିଷ ହୋଇପାରେ । କେବଳ ପିଲାଙ୍କୁ ଅଧିକ ପାଠ ପଢାଇ ଦେବା ଦ୍ଵାରା ପିଲା ବଡ ମଣିଷ ହୋଇଯାଏନାହିଁ ।
ପିଲକୁ ତାର ପଢାପଢି ସହିତ ଉପଯୁକ୍ତ ସବୁ ପ୍ରକାର ସଂସ୍କାର ଶିଖାଇବା ଉଚିତ । ଯାହା ଦ୍ଵାରା ପିଲା ବଡ ହେଲା ପରେ ଦୁନିଆରେ ଏକ ଭଲ ବ୍ୟକ୍ତିତ୍ବର ପରିଚୟ ପାଇପାରିବ । ଜଣେ ମଣିଷ ଅଧିକ ଟଙ୍କା ରୋଜଗାର କରି ଦେଇ ଧନୀ ହୋଇଗଲେ । ସବୁ କିଛି ହାସଲ କରିପାରେ ନାହିଁ । ଧନୀ ହେଲା ପରେ ସେ ଜୀବନର ସୌଖିନ୍ନ ବସ୍ତୁକୁ କିଣିବାରେ ସକ୍ଷମ ହୋଇପାରିବ କିନ୍ତୁ ଜୀବନରେ ଅନେକ କିଛି ମୂଲ୍ୟବାନ ସମ୍ପର୍କକୁ କିଣିପାରିବ ନାହିଁ ।
ଯଦି ଗୋଟିଏ ପିଲାକୁ ତାର ବାପା, ମା ଓ ତାର ପରିବାରର ଅନ୍ୟ ସଦସ୍ୟ ପାଠ ପଢିବା ପାଇଁ ଆଗ୍ରହ କରିବା ସହିତ ତାକୁ ଭଲ କଥା ଶିଖାଇବେ । ତେବେ ସେ ଆଗକୁ ଯାଇ ଘର ଲୋକ ଶିଖେଇ ଥିବା ଭଲ କଥାକୁ ନେଇ ତାର ଜୀବନରେ ପ୍ରୟୋଗ କରିବ । ଘର ପରିବାରରେ ଉତ୍ତମ ସମ୍ପର୍କ ରଖିବା ଜାଣିପାରିବ । ସମାଜରେ ନିଜ ପଡୋଶୀ ତଥା ବନ୍ଧୁବାନ୍ଧବ, ସାଙ୍ଗସାଥି ଓ ଅନ୍ୟ ଲୋକଙ୍କ ସହିତ ଉତ୍ତମ ବ୍ୟବହାର କରିପାରିବ ।
ପ୍ରାୟତଃ ପିଲାମାନେ ପାଠ ପଢିବା ସାରି ଚାକିରି କରିଥାନ୍ତି । ତାପରେ ବାହା ହୋଇସାରିଲା ପରେ ତାଙ୍କ ସ୍ତ୍ରୀକୁ ନେଇ ବାହାରେ ଯାଇ ଚାକିରି କରି ସେଇଠି ରହିଜାଇଥାନ୍ତି । ସେଠି ରହିଲା ପରେ ତାର ବାପାମାକୁ ସଂପୂର୍ଣ୍ଣ ଭୁଲି ଯାଇଥାଏ । ଯଦି କିଛି ପରିବାରରେ କାର୍ଯ୍ୟ ହୋଇଥାଏ । ତେବେ ଘରର ପିଲାମାନେ ଘରକୁ ନଆସି କାର୍ଯ୍ୟ ପାଇଁ ଟଙ୍କା ପଠେଇ ଦେଇଥାନ୍ତି।
ଏହା କ’ ଣ ପିଲାମାନଙ୍କର ଉପଯୁକ୍ତ ଶିକ୍ଷା ହୋଇଥାଏ ।ଯଦି ପିଲାକୁ ଛୋଟ ବେଳୁ ଉପଯୁକ୍ତ ଘର ପରିବାରର ମୂଲ୍ୟ ବିଷୟରେ ଧାରଣା ଦିଆଯାଇଥାନ୍ତା । ତେବେ ସେ ପିଲା ଏପରି କେବେ ମଧ୍ୟ କରିନଥାନ୍ତା । ଯେଉଁ ବାପା, ମାଆଙ୍କର ସନ୍ତାନ ଅଳ୍ପ ପାଠ ପଢି ମଧ୍ୟ ଘରର ସଠିକ ମୂଲ୍ୟ ବୁଝିଛି । ସେ ପିଲା ଘର ପାଖରେ କିଛି ଚାକିରି କରି କିମ୍ବା କିଛି ମଧ୍ୟ କାର୍ଯ୍ୟ କରି ତାର ମୂଳବାନ ସମୟ ତାର ଘର ପରିବାର ସହିତ କାଟନ୍ତା ।
ବାପା, ମାଙ୍କର ବୃଦ୍ଧ ଅବସ୍ତାରେ ତାଙ୍କ ସାହାଜ୍ଯ ଓ ସେବାର ହାତ ହୋପାରିଥାନ୍ତା ।ସେଥିପାଇଁ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ସହିତ ପରିବାରରର ମହତ୍ଵ ଏବଂ ଅନେକ କିଛି ଶିକ୍ଷଣୀୟ ଶିଖେଇବା ଉଚିତ ।




