ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ !

ସୂଚନା ଅନୁସାରେ ରସୁଣ ଆମ ଶରୀର ପାଇଁ କେତେ ସ୍ବାସ୍ଥକର ହୋଇଥାଏ, ଏହା ସମସ୍ତଙ୍କୁ ନିଶ୍ଚୟ ଅଳ୍ପ ବହୁତ ଜଣାଥିବ । ରସୁଣ ଏକ ଏମିତି ସାମଗ୍ରୀ ଯାହାକୁ ଆପଣ ମାନେ ରୋଷେଇ କଲା ସମୟରେ ବ୍ୟବହାର କରିପାରିବେ । ଥଣ୍ଡା କାଶ ହେଇଥିବା ସମୟରେ ମଧ୍ୟ ଆପଣ ଏହାକୁ କଞ୍ଚା ଖାଇପାରିବେ, ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ସେହି ରଶୁଣର କିଛି ବିଶେଷ ତଥ୍ୟ ଆଜି ଆପଣମାନେ ଜାଣିବାକୁ ପାଇବେ । କଞ୍ଚା ରସୁଣରେ ଆଣ୍ଟି ବ୍ୟାକେଟେରିଆଲ୍ ଗୁଣ ଥାଏ ।
ତେଣୁ ରସୁଣରେ ଆଣ୍ଟି ବାକେଟେରିଆ ଥିବା ଯୋଗୁ ଥଣ୍ଡା,ସର୍ଦ୍ଧୀ ସମୟରେ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ଏଥିରୁ ଶୀଘ୍ର ମୁକ୍ତି ମିଳିଥାଏ । ଆପଣ ଯଦି ପ୍ରତିଦିନ କଞ୍ଚା ରସୁଣକୁ ଖାଇବେ । ତେବେ ଆପଣଙ୍କ ଦେହର ଉତ୍ତାପ ବଢିବା ସହ ବେଶି ଥଣ୍ଡା ଜ୍ଵର ହୋଇନଥାଏ । ଗ୍ଯାସ ଓ ଏସିଡିଟି ଥିବା ଲୋକମାନେ ଯଦି ଏହି ରସୁଣର ସେବନ କରିଥାନ୍ତି ।
ତେବେ ସେମାନଙ୍କର ଗ୍ଯାସ ଓ ଏସିଡିଟି ଭଳି ପେଟ ସମସ୍ଯା ଦୂର ହୋଇଥାଏ ଓ ପେଟର ଜୀବାଣୁ ମଧ୍ୟ ନାସ ହୋଇଥାନ୍ତି ।ହାଇ ବ୍ଲଡ଼ ପ୍ରେସର ଥିବା ଲୋକମାନେ ରଶୁଣ ଖାଇବା ଦରକାର । କାରଣ ଏହା ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ ହାର୍ଟ ଜନିତ ସମସ୍ଯାକୁ ମଧ୍ୟ ଦୂର କରିଥାଏ । ରଶୁଣ ଖାଇବା ଦ୍ଵାରା ଦେହରେ ଇମ୍ମ୍ଯୁନିଟି ପାୱାର ବଢି ଥାଏ । ଲଙ୍ଗ୍ସ ଜନିତ ପ୍ରୋବ୍ଲେମ ଦୂର ହୋଇଥାଏ ।
ଦାନ୍ତ ବିନ୍ଧା ସମୟରେ ଯଦି ବିନ୍ଧୁଥିବା ଜାଗାରେ ରଶୁଣକୁ ବାଟି ତାର ପେଷ୍ଟ ସେହି ସ୍ଥାନରେ ଲଗାଇବେ ।ତାହେଲେ ନିଶ୍ଚୟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ରଶୁଣ କିଛି ପ୍ରକାର ବ୍ୟକ୍ତି ବିଶେଷ ମାନଙ୍କୁ ଖାଇବା ଜମାରୁ ଉଚିତ ହୋଇନଥାଏ । ଯେପରି ଯାହାର ଲୋ ବିପି ଥାଏ, ସେମାନେ ରଶୁଣର ସେବନ ନ କରିବା ହିଁ ଠିକ ହୋଇଥାଏ । ନଚେତ ରଶୁଣ ଖାଇବା ଦ୍ଵାରା ବିପି ଆହୁରି ଲୋ ହୋଇଯାଇଥାଏ ।
ଲିଭର ଦୁର୍ବଳ ଥିବା ଲୋକମାନେ ରଶୁଣ ଖାଇବା ଉଚିତ ନୁହେଁ । ଗର୍ଭବତୀ ମହିଳା ମାନେ ରଶୁଣ ସେବନ ନ କରିବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ରଶୁଣ ହେଉଛି ଏପରି ଏକ ସାମଗ୍ରୀ ଯାହା ରକ୍ତକୁ ପତଳା କରିବାରେ ସାହାଜ୍ଯ କରିଥାଏ । କୌଣସି ସର୍ଜରୀ ହେବା ପୂର୍ବରୁ ରଶୁଣ ସେବନ କରିବା ଆଦ୍ୱୋ ଉଚିତ ନୁହେଁ । ଏହାଦ୍ବାରା ଇଣ୍ଟରର୍ନାଲ ବ୍ଲିଡିଙ୍ଗ ହେବାର ଚାନ୍ସ ଥାଏ ।
ପ୍ରତିଦିନ ସକାଳୁ ରଶୁଣ ଖାଇବା ଦ୍ଵାରା ଶରୀର ଉପରେ ଏହା ଭଲ ପ୍ରଭାବ ପକାଇଥାଏ । ଯେଉଁମାନେ ରଶୁଣଙ୍କୁ ଚୋବାଇ ଖାଇବା ପସନ୍ଦ କରିନଥାନ୍ତି । ସେମାନେ ରଶୁଣକୁ ବାଟି ମଧ୍ୟ ଖାଇପାରିବେ ।