IBN ଓଡ଼ିଶା ବ୍ୟୁରୋ

ସହାୟତାର ହାତ ବଢାଇଲା ଭାରତ , ଆଫ୍ରିକାକୁ ୧ ହଜାର ମେଟ୍ରିକ୍ ଟନ୍ ଲେଖାଁଏ ପଠାଇଲା ଚାଉଳ

ନୂଆଦିଲ୍ଲୀ,୦୮/୦୯: ଆଫ୍ରିକାକୁ ସହାୟତାର ହାତ ବଢାଇଲା ଭାରତ । ଆଫ୍ରିକା ଦୁର୍ଭିକ୍ଷରେ ଆଉଟୁପାଉଟୁ ହେଉଥିବା ବେଳେ ଚାଉଳ ଓ ମକା ପଠାଇଛି ଭାରତ। ଜିମ୍ବାୱେ ଓ ମାଲାୱିକୁ ମାନବୀୟ ସହାୟତା ଭାବେ ୧ ହଜାର ମେଟ୍ରିକ୍ ଟନ୍ ଲେଖାଏଁ ଚାଉଳ ପଠାଯାଇଛି। ସେହିପରି ଜାମ୍ବିଆକୁ ୧୩ଶହ ମେଟ୍ରିକ ଟନ୍ ମକା ଯାଇଛି। ଏଲ୍-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ଦେଖାଦେଇଛି ଉତ୍କଟ ମରୁଡ଼ି।

ଏହାକୁ ଦେଖି ସହାୟତାର ହାତ ବଢ଼ାଇଛି ଭାରତ।

ଭାରତରୁ ଏହି ୩ଟି ଆଫ୍ରିକୀୟ ଦେଶକୁ ଖାଦ୍ୟଶସ୍ୟ ପଠାଯାଇଥିବା ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ। ନାଭା ଶେଭା ବନ୍ଦରରୁ ଜିମ୍ବାୱେକୁ ୧ ହଜାର ଟନ୍ ଚାଉଳ ପଠାଯାଇଛି। ପ୍ରଶାନ୍ତ ମହାସାଗରରେ ଏଲ-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ବର୍ଷାଭାବ ଯୋଗୁଁ ଘୋର ଖାଦ୍ୟ ସଂକଟ ଦେଖାଦେଇଛି। ସ୍ଥିତି ଏପରି ହୋଇଛି ଯେ, ଭୋକ ବିକଳରେ ଲୋକେ ବନ୍ୟଜନ୍ତୁ ମାରି ଖାଇବାକୁ ବି ପଛାଉନାହାନ୍ତି। ତେବେ ଏନେଇ ବିଦେଶ ମନ୍ତ୍ରାଳୟକର ପ୍ରବକ୍ତା ରଣଧୀର ଜୟଶଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ମରୁଡି ପରିସ୍ଥିତି ମୁକାବିଲା ପାଇଁ ଗତକାଲି ମଲାବିକୁ ୧ ହଜାର ଟନ୍ ଚାଉଳ ପଠାଯାଇଛି। ମଲାବି ସରକାର ମାର୍ଚ୍ଚ ମାସରେ ଦେଶର ୨୮ ଜିଲ୍ଲାରୁ ୨୩ ଜିଲ୍ଲାକୁ ମରୁଡି ଘୋଷଣା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button