IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡା ଯାଏ ନାହିଁ ? ଜାଣନ୍ତୁ ରହସ୍ୟ

ସୂଚନା ଅନୁସାରେ ଯେପରି ଦିନ ପରେ ରାତି ହେବା କଥା ସୁନିଶ୍ଚିତ ଅଟେ । ସେହିପରି ଏହି ଧରା ପୃଷ୍ଟରେ ଜନ୍ମ ନେଇଥିବା ପ୍ରତେକ ବ୍ଯକ୍ତିର ଦିନେ ନା ଦିନେ ମୃତ୍ଯୁ ହେବା କଥା ମଧ୍ୟ ସତ୍ୟ ଅଟେ । ପୃଥିବୀ ପୃଷ୍ଟରେ ସବୁଠାରୁ ନିରାଟ ସତ୍ୟ କଥା ହେଉଛି ମୃତ୍ଯୁ । କିନ୍ତୁ ଏହି ସତ୍ୟ କଥାକୁ ବହୁତ ଲୋକ ସହଜରେ ସ୍ଵୀକାର କରନ୍ତି ନାହିଁ । ହିନ୍ଦୁ ଧର୍ମ ଅନୁସାରେ ଜଣେ ବ୍ଯକ୍ତିର ମୃତ୍ୟୁ ପରେ ତାର ଶରୀରକୁ ଜଳାଯାଇଥାଏ ।

 

ଯେଉଁ ବ୍ଯକ୍ତିର ମୃତ୍ୟୁ ସୂର୍ଯ୍ୟ ଅସ୍ତ ପରେ ହୋଇଥାଏ, ତାର ଶବ ଦାହ ରାତିରେ ନ କରି ସକାଳେ କରାଯାଇଥାଏ । ସନ୍ଧ୍ଯା ପରେ ଯେଉଁ ଲୋକର  ମୃତ୍ୟୁ ହୋଇଥାଏ, ତାର ଶରୀରକୁ ଏକା ଛଡାଯାଇନଥାଏ । ଆପଣ ମାନେ କଣ ଜାଣିଛନ୍ତି କେଉଁ କାରଣ ଯୋଗୁ ମୃତ ଶରୀରକୁ ଏକା ଛଡା ଯାଇନଥାଏ । ଗରୁଡ ପୁରାଣ ଅନୁସାରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।

 

ଯେଉଁ ବ୍ଯକ୍ତିର ମୃତ୍ୟୁ ସନ୍ଧ୍ଯା ସମୟରେ ହୋଇଥାଏ, ତାହାର ଶବଦାହ ହିନ୍ଦୁ ଧର୍ମ ଅନୁସାରେ ରାତିରେ କରା ନଯାଇ ସକାଳେ କରାଯାଇଥାଏ । କିମ୍ବା ଯଦି ପଞ୍ଚକ ସମୟରେ ମୃତ୍ୟୁ ହୋଇଥାଏ । ତେବେ କିଛି ସମୟ ପାଇଁ ମୃତ ଶରୀରକୁ ଘରେ ରଖାଯାଇଥାଏ । ତାପରେ ଶବଦାହ କରାଯାଇଥାଏ ।

କାରଣ ଗରୁଡ ପୁରାଣ ଅନୁସାରେ ଯଦି ସୂର୍ଯ୍ୟ ଅସ୍ତ ପରେ କିମ୍ବା ପଞ୍ଚକ ସମୟରେ ଯେଉଁ ବ୍ୟକ୍ତି ମାନଙ୍କର ମୃତ ଶରୀରର ଶବଦାହ କରାଯାଇଥାଏ । ତେବେ ସେହି ବ୍ୟକ୍ତି ମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇନଥାଏ । ଯଦି ରାତିରେ କାହାର ମୃତ୍ୟୁ ହୋଇଯାଇଥାଏ । ତେବେ ତାର ଶବକୁ ନେଇ ଶ୍ମଶାନକୁ ଯାଇନଥାନ୍ତି ।

ସେହି ଶବକୁ ଘରେ ରଖି ସକାଳ ହେବାର ଅପେକ୍ଷା କରିଥାନ୍ତି ଓ କିଛି ସମୟ ପାଇଁ ମଧ୍ୟ ସେହି ମୃତ ଶରୀରକୁ ଏକ ଛଡା ଯାଇନଥାଏ । ଏହାର କାରଣ ଯଦି ମୃତ ଶରୀରକୁ ଏକା ଛାଡିଦେବେ ତାହେଲେ ତାର ଶରୀରକୁ କୁକୁର, ବିଲେଇ ଖାଇଦେଇପାରନ୍ତି । ଯାହା ଦ୍ଵାରା ସେହି ମୃତ ବ୍ଯକ୍ତିର ଆତ୍ମା ଯମ ଲୋକକୁ ଗଲାବେଳେ ବାଟରେ  ତାକୁ ବହୁତ କଷ୍ଟ ସହିବାକୁ ପଡିଥାଏ ।ନଚେତ ସେହି ମୃତ ଶରୀରରୁ ଗନ୍ଧ ବାହାରିବା ଆରମ୍ଭ ହୋଇଯାଇଥାଏ ।

ସେଥିପାଇଁ ଶବ ପାଖରେ କେହି ନା କେହି ଜଗି ରହିବା ନିହାତି ଦରକାର ହୋଇଥାଏ । ଏବଂ ମୃତ ଶରୀର ଚାରିପଟେ ଧୂପକାଠି ଜଳାଇ ରଖାଯାଏ । ଯାହା ଦ୍ଵାରା ଶବାରୁ ଆସୁଥିବା ଦୁର୍ଗନ୍ଧ ଚାରି ଆଡେ ନ ବ୍ୟାପିପାରୁ । ମୃତ ଶରୀରକୁ ସେହି ବ୍ୟକ୍ତିର ନିଜର ପୁତ୍ର ତଥା କେହି ନିଜ ଲୋକ ମୁଖାଗ୍ନୀ ଦେଇଥାନ୍ତି । କାରଣ ଏହା ନ କରାଗଲେ ସେହି ଆତ୍ମାର ମୋକ୍ଷ ପ୍ରାପ୍ତ ହୋଇନଥାଏ ଓ କିଛି ବର୍ଷ ପର୍ଯ୍ୟନ୍ତ ସେ ଏହି ମୃତ୍ୟୁ ଲୋକରେ ଘୁରି ବୁଲେ।

ଯେଉଁ ବ୍ଯକ୍ତିର ମୃତ୍ୟୁ ପରେ ତାହାର ଅନ୍ତିମ ସଂସ୍କାର ସୂର୍ଯ୍ୟ ଅସ୍ତ ସମୟରେ କରାଯାଇଥାଏ, ତେବେ ସିଏ ଅସୁର, ଦାନବ ଅଥବା ପିଶାଚିନି ଯୋନିରୁ ଜନ୍ମ ଗ୍ରହଣ କରିଥାଏ । ଯଦି ମୃତ ଶରୀରକୁ ଏକା ଛାଡି ଦିଆଯାଇଥାଏ, ତେବେ ତାର ଆଖ ପାଖରେ ବୁଲୁଥିବା ଦୁଷ୍ଟ ଆତ୍ମା ସେହି ଶରୀରରେ ପ୍ରବେଶ କରିଦିଅନ୍ତି । ସେଥିପାଇଁ ମୃତ ଶରୀରକୁ ଏକ ଛଡାଯାଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button