ଏହି ୩ ଜଣ ଲୋକଙ୍କୁ କେବେ ବି କରିବେନି ସାହାଯ୍ୟ, ନହେଲେ ପସ୍ତେଇବେ…
ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯାହା ଜୀବନକୁ ସୁଖମୟ ଓ ସରଳ କରିବା ନିମନ୍ତେ ସହାୟକ ହୋଇଥାଏ । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ହେଉଛି ମନୁଷ୍ୟ ମାନଙ୍କୁ ଜୀବନର ସମସ୍ତ ପରିସ୍ଥିତି ରେ କିପରି ରହିବା ଏବଂ ସେ ସମସ୍ୟା କୁ କିଭଳି ଭାବରେ ସମାଧାନ କରିବା ଉଚିତ । ଚାଣକ୍ୟ ଜଣେ ବହୁତ ବଡ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ମୋର୍ଯ୍ୟ ର ରାଜା କରି ପାରିଥିଲେ ।
ଚାଣକ୍ୟ ଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ଜାତି କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତେବେ ତାଙ୍କ ଗ୍ରନ୍ଥ ରେ ଏଭଳି କିଛି ବ୍ୟକ୍ତି ଙ୍କ ସମ୍ବନ୍ଧରେ ଉକ୍ତ ରହିଛି ଯେଉଁ ମାନଙ୍କୁ କେବେବି ସାହାଯ୍ୟ କରିବା ଉଚିତ ନୁହେଁ । ଚାଣକ୍ୟ ଙ୍କ ଅନୁସାରେ ଏମାନଙ୍କ ସାହାଯ୍ୟ କରିବା ଦ୍ବାରା ସ୍ଵୟଂ ର କ୍ଷତି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ଯଦି କୌଣସି ନାରୀ ଅସୁବିଧା ରେ ଅଛନ୍ତି ତେବେ ତାଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବା ଉଚିତ । କିନ୍ତୁ ଏଭଳି ନାରୀ ଙ୍କୁ କେବେବି ସାହାଯ୍ୟ କରିବା ଉଚିତ ନୁହେଁ ଯେଉଁ ନାରୀ ନିଜ ଭୁଲ କାରଣରୁ ଅସୁବିଧା ରେ ପଡ଼ିଥାଏ । ଏଭଳି ନାରୀ ଙ୍କୁ ସାହାଯ୍ୟ କରିବା ଦ୍ବାରା ଆପଣ ସ୍ୱୟଂ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ ।
୨. କିଛି ବ୍ୟକ୍ତି ଅଛନ୍ତି ସବୁବେଳେ ଦୁଃଖ ରେ ରହିଥାନ୍ତି । ବିନା କୌଣସି କାରଣ ରେ ସେଭଳି ବ୍ୟକ୍ତି ଦୁଃଖିତ ହୁଅନ୍ତି । ଏଭଳି ବ୍ୟକ୍ତି ଙ୍କ ଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ । କାରଣ ଯଦି ଆପଣ ଏଭଳି ବ୍ୟକ୍ତି ଙ୍କୁ ସାହାଯ୍ୟ ବି କରିବେ ସେମାନେ ଅନ୍ତ ରେ ନିଜର ଦୁଃଖ ହିଁ ପ୍ରକାଶ କରିବେ । ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ବ୍ୟର୍ଥ ଦୁଃଖୀ ରହୁଥିବା ମନୁଷ୍ୟ କୁ କେବେବି ସୁଖୀ କରିପାରିବେ ନାହିଁ । ଏମାନଙ୍କ ନକରାତ୍ମକତା ଯୋଗୁଁ ଏମାନେ ଶ୍ରଵ ଦୁଃଖ ରେ ରୁହନ୍ତି । ତେଣୁ ଏମାନଙ୍କୁ ସାହାଯ୍ୟ କରିବା ବ୍ୟର୍ଥ ଅଟେ ।