IBN ଓଡ଼ିଶା ବ୍ୟୁରୋ

ଏହି ସବୁ ସ୍ଵପ୍ନ ଦେଖିଲେ ଅଚାନକ ହୋଇଥାଏ ଧନପ୍ରାପ୍ତି, ଖୋଲିଯାଏ ଭାଗ୍ଯର ତାଲା, କଣ ଆପଣଙ୍କୁ ଆସୁ ନାହିଁ ତ ଏମିତି ସ୍ଵପ୍ନ ?

ମଣିଷ ଦିନ ସାରା ଯାହା ବି କରିଥାଏ ସେହି ସବୁ ବିଷୟରେ ରାତିରେ ଶୋଇବା ପରେ ସ୍ଵପ୍ନ ଦେଖିଥାଏ । ମଣିଷ ଦେଖୁଥିବା ସ୍ଵପ୍ନ ସତ ନ ହେଲେ ମଧ୍ୟ ଏକ ବିଶେଷ ମହତ୍ଵ ରହିଥାଏ । ସ୍ଵପ୍ନ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଏହାର ପ୍ରଭାବ ମଣିଷର ଜୀବନ ଓ ଜୀବିକା ଉପରେ ନିଶ୍ଚିନ୍ତ ପଡିଥାଏ । ଏହି ସ୍ଵପ୍ନ ଶାସ୍ତ୍ର ମତରେ ଶୁଭ ଅଶୁଭ ଫଳାଫଳ ରହିଛି । ଆଜି ଆମେ ଆପଣଙ୍କୁ ଏମିତି କେଉଁ ସ୍ଵପ୍ନ ଦେଖିଲେ ଅଚାନକ ଧନ ପ୍ରାପ୍ତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

 

୧- ସ୍ଵପ୍ନ ଶାସ୍ତ୍ର ମତରେ ଯଦି ବ୍ୟକ୍ତି ଗାଈକୁ ସ୍ଵପ୍ନରେ ଦେଖେ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଗୋ-ମାତାଙ୍କୁ ସ୍ଵପ୍ନରେ ଦେଖିଲେ ପରିବାରରେ ବୈଭବ ଓ ଧନ ସମ୍ପତି ବୃଦ୍ଧି ପାଇଥାଏ । ଏହା ସହ ଅଟକି ଯାଇଥିବା କାମ ପୂରଣ ହୋଇଥାଏ ।

୨- ଯେଉଁ ବ୍ୟକ୍ତି ସ୍ଵପ୍ନରେ ନିଜେ ଉଡୁଥିବାର ଦେଖନ୍ତି ତାହାକୁ ସ୍ଵପ୍ନ ଶାସ୍ତ୍ରରେ ଶୁଭ ମାନାଯାଇଛି । ଏହି ସ୍ଵପ୍ନ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନ ଜୀବିକରେ ଉନ୍ନତି ମିଳିବା ସହ ସମାଜରେ ମାନ ସମାନ ମିଳିଥାଏ ।

୩- ସ୍ଵପ୍ନ ଶାସ୍ତ୍ରରେ କଳା ବିଛା ବା କଙ୍କଡା ଦେଖିଲେ ଭବିଷ୍ୟତରେ ଧନ ଆଗମନର ସୂଚନା ଦେଇଥାଏ । ସ୍ଵପ୍ନରେ ନିଜେ ପର୍ବତ ଉପରକୁ ଚଢିବାର ଦେଖିଲେ ଜୀବନରେ ଶ୍ରେଷ୍ଠ ସଫଳତା ମିଳିବାକୁ ଯାଉଛି ବୋଲି ସୂଚନା ମିଳିଥାଏ ।

୪- ସ୍ଵପ୍ନ ରେ ମନ୍ଦିରକୁ ଯାଇ ଦେବିଦେବତାଙ୍କ ଦର୍ଶନ କରିଥାନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହାକୁ ଶୁଭ ମନାଯାଏ । ଏହି ସ୍ଵପ୍ନ ଦେଖିଲେ ବ୍ଯକ୍ତିର ସବୁ ଇଚ୍ଛା ପୂରଣ ହେବା ସହ ଧନର ଅଧିକାରି ହୋଇଥାନ୍ତି ।

୫- ଜଳୁଥିବା ଦୀପର ସ୍ଵପ୍ନ ଦେଖିଲେ ଶାସ୍ତ୍ର ଅନୁଯାୟୀ ଶୁଭ ହୋଇଥାଏ । ଯାହା ଦ୍ଵାରା ଜୀବନରେ ସବୁ ପ୍ରକାରର ଅନ୍ଧାର ଦୂର ହୋଇ ଆଲୋକିତ ହୋଇଥାଏ । ଏହା ଧନ ପ୍ରାପ୍ତିର କାରକ ହୋଇଥାଏ ।

 

୬- ସ୍ଵପ୍ନ ରେ ଘୋଡା ଦୌଡିବାର ଦେଖିଲେ ଧନ ପ୍ରାପ୍ତିର ଯୋଗ ସହ ଭବିଷ୍ୟତରେ ସଫଳତାର ପ୍ରାପ୍ତି ହୋଇଥାଏ । ସ୍ଵପ୍ନରେ କଳା ସାପ ଦେଖିଲେ ରାଜା ସମ୍ମାନ ମିଳିଥାଏ । ଏହା ସହ ଯଶ, ଧନର ବୃଦ୍ଧି ହୋଇଥାଏ ।

୭- ସ୍ଵପ୍ନରେ ଶୁଆ ପକ୍ଷୀ ଦେଖିଲେ ଧନ ମିଳିବାର ସୂଚନା ମିଳିଥାଏ । ସ୍ଵପ୍ନରେ ନାଚୁଥିବା ମୟୂର ଦେଖିଲେ ଜୀବନରେ ମିଳିବାକୁ ଯାଉଛି ବହୁତ ବଡ ଖୁସି ଖବର ଓ ଆକସ୍ମିକ ଧନ ଲାଭ ହେବାକୁ ଯାଉଛି ।

୮- ସ୍ଵପ୍ନରେ କୌଣସି ଧଳା ଖାଦ୍ୟ ଯେପରିକି କ୍ଷୀର, ଦହି, ଚିନି, ଛେନା, ମିଶ୍ରି ଇତ୍ୟାଦି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହା ଧନର କାରକ ହୋଇଥାଏ ।

୯ – ସ୍ଵପ୍ନରେ ବହୁତ ମାଛ ଖେଳୁଥିବାର ଦେଖିଲେ ବହୁତ ଜଲ୍ଦି ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ନିଜେ ମାଛ ଧରିବାର ଦେଖିଲେ ରୋଜଗାରରେ ଉନ୍ନତି ଦେଖାଯାଏ ।

 

୧୦- ସ୍ଵପ୍ନରେ ମୃତ ବ୍ୟକ୍ତିଙ୍କୁ ଜୀବିତ ଥିବାର ଦେଖନ୍ତି ତେବେ ବହୁତ ଜଲ୍ଦି ଧନ ସମ୍ପତିର ଯୋଗ ଦେଖାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button