IBN ଓଡ଼ିଶା ବ୍ୟୁରୋ

– ଅକାଳ ମୃତ୍ୟୁର ରହସ୍ୟ କଣ ? କାହିଁକି ହୋଇଥାଏ ଅଚାନକ ମୃତ୍ୟୁ ? ଜାଣନ୍ତୁ ପୁରା ରହସ୍ୟ…

। ସମୟ ପୂର୍ବରେ ହୋଇଥିବା ମୃତୁ କୁ ଅକାଳ ମୃତୁ ବୋଲି କୁହାଯାଇଥାଏ । ହଟାତ ପାଣିରେ ବୁଡି ଯିବା କିମ୍ବା କୌଣସି ଦୁର୍ଘଟଣା ରେ ମୃତୁ ହୋଇଗଲେ ସାଧାରଣତଃ ଲୋକମାନେ କହିଥାନ୍ତି; ଏପରି କରିଥିଲେ ଏହା ହୋଇ ନଥା’ନ୍ତା କିମ୍ବା ସେଠାକୁ ଯାଇ ନଥିଲେ ସେପରି ହୋଇ ନଥା’ନ୍ତା । କିନ୍ତୁ ଏହାର ପ୍ରକୃତ କାରଣ କ’ଣ ହୋଇଥାଏ । ତେଣୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ପ୍ରସିଦ୍ଧ ପୁରାଣ ମାନଙ୍କ ରୁ କିଛି ଏପରି ଜ୍ଞାନବର୍ଦ୍ଧକ ବିଷୟ ନେଇ ଆସିଛୁ ।

 

ଯାହା ଦ୍ୱାରା ଆପଣ ଜାଣି ପାରିବେ ଅକାଳ ମୃତ୍ୟୁର କାରଣ କ’ଣ ହୋଇଥାଏ । ଏବ॰ ଅକାଳ ମୃତୁ ପରେ ଆତ୍ମା କୁଆଡେ ଯାଏ । ବନ୍ଧୁଗଣ ହିନ୍ଦୁ ଧର୍ମର ଗ୍ରନ୍ଥ ପୁରାଣ ମାନଙ୍କରେ ଏହା ସ୍ପଷ୍ଟ ଅଛି ଯେ ଜନ୍ମ, ମୃତୁ, ଜରା, ବ୍ୟାଧି କେବେ କାହାକୁ କହି ଆସି ନଥାଏ । ଅର୍ଥାତ କିଏ କେବେ ଜନ୍ମ ହେବ?, କେବେ କାହାର ମରଣ ଆସିବ?, କେତେବେଳେ କେଉଁ ରୋଗ ଦ୍ଵାରା କିଏ ଆକ୍ରାନ୍ତ ହେବ? ଏବ॰ କେଉଁ ସମୟରେ ମନୁଷ୍ୟକୁ ବାର୍ଦ୍ଧକ୍ୟ ସ୍ପର୍ଶ କରିବ ଏହା କହିବା ଅସମ୍ଭବ ।

କିନ୍ତୁ ଯେତେବବେଳେ ଏକ ଆତ୍ମା କୌଣସି ଶରୀର ଧାରଣ କରେ, ସେତେବେଳେ ତାର ଜନ୍ମ ପୂର୍ବରୁ ହିଁ ବିଧାତା ସ୍ଵୟ॰ ତାର ସଂପୂର୍ଣ୍ଣ ଭୁତ, ବର୍ତ୍ତମାନ ଓ ଭବିଷ୍ୟତ କୁ ରଚନା କରି ଦେଇଛନ୍ତି । କିଏ କେତେବେଳ କିପରି କେଉଁ ଠାରେ ପ୍ରାଣ ଛାଡିବ । ତାହା ମଧ୍ୟ ସବୁ ପୂର୍ବରୁ ନିର୍ଧାରିତ । ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୁର୍ଘଟଣା କାରଣରୁ ମୃତୁକୁ  ଲାଭ କରିଥାଏ ।

 

ସେତେବେଳେ କିଛି ଲୋକ କହିଥା’ନ୍ତି କି, ଯଦି ସେ ସେଠାକୁ ନ ଯାଇଥା’ନ୍ତା, ତେବେ ତାହା ସହ ଏପରି ହୋଇନଥା’ନ୍ତା । କିମ୍ବା ସେ ଯଦି ଏପରି ନ କରିଥା’ନ୍ତା ତେବେ ସେ ମୃତୁ କୁ ପ୍ରାପ୍ତ ହୋଇନଥା’ନ୍ତା । କିନ୍ତୁ ସବୁକିଛି ପୂର୍ବରୁ ବିଧି ଦ୍ଵାରା ନିର୍ଧାରିତ ହୋଇ ରହିଥାଏ । ବନ୍ଧୁଗଣ ଶାସ୍ତ୍ରରେ ବର୍ଣ୍ଣିତ ଯଦି କେହି ବ୍ୟକ୍ତି ପ୍ରତିଦିନ ସକାଳେ ଶାଳଗ୍ରାମ କିମ୍ବା ଆଣ୍ଠୁଆ ଗୋପାଳଙ୍କ ସ୍ନାନ ପାଣି ପାଦୁକ ପାଇ ଘରୁ ବାହାରିଥାଏ, ତେବେ ସେହି ବ୍ୟକ୍ତିକୁ ଜୀବନରେ କେବେହେଲେ ଅକାଳ ମୃତୁ ଆସି ନଥାଏ ।

ବନ୍ଧୁଗଣ ଯଦି କେହି ବ୍ୟକ୍ତି ଅକାରଣ ରେ ସମୟ ପୂର୍ବରୁ ମୃତୁ କୁ ପ୍ରାପ୍ତ ହୋଇଥାଏ । ତେବେ ସେହି ବ୍ୟକ୍ତିର ଆତ୍ମା ଯଦି ଜୀବିତ ସମୟରେ ଭଲ କର୍ମ କରିଇଥା’ନ୍ତି । ତେବେ ସେହି ଆତ୍ମା ଈସ୍ଵର ଙ୍କ ପାଖକୁ ଚାଲି ଯାଇଥାଏ । କିନ୍ତୁ ଯଦି ସେହି ଆତ୍ମା ଟି ଜୀବିତ ସମୟରେ କିଛି ଭଲ କର୍ମ କରି ନଥାଏ, ତେବେ ସେହି ଆତ୍ମା ଅନେକ କାଳ ପର୍ଯ୍ୟନ୍ତ ମୁକ୍ତି ନ ପାଇ ଭଟକି ବୁଲୁଥାଏ ।

 

ସେଥିପାଇଁ ଯଦି କେହ ବ୍ୟକ୍ତିର ଅକାଳ ମୃତୁ ହୋଇଥାଏ, ତେବେ ସେହି ବ୍ୟକ୍ତିଙ୍କର ଦଶାହ କର୍ମ ଭଲ ଭାବରେ ସମ୍ପନ୍ନ କରି କୌଣସି ପବିତ୍ର ସ୍ଥାନ ମାନଙ୍କରେ ଯାଇ ତାର ପିଣ୍ଡ ଦାନ କରାଯିବା ଉଚିତ । ଯାହାଦ୍ୱାରା କି ସେହି ଆତ୍ମାକୁ ମୁକ୍ତି ମିଳିବ ଓ ତାହାସହ ଆପଣଙ୍କୁ ମଧ୍ୟ ପୂଣ୍ୟଫଳ ପ୍ରାପ୍ତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button